ପ୍ରମୁଖ ଖବର
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

IPL ୨୦୨୧: ଓ୍ବାଙ୍ଖେଡରେ ରାହୁଲ-ହୁଡା ଝଡ଼, ରାଜସ୍ଥାନ ରୟାଲ୍ସକୁ ୨୨୨ ରନର ଟାର୍ଗେଟ ଦେଲା ପଞ୍ଜାବ କିଙ୍ଗସ୍

ମୁମ୍ବାଇ, ୧୨/ ୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଛକା ବର୍ଷ। ତାସାଙ୍ଗକୁ ରାହୁଲ, ଗେଲ ଓ ଦୀପକ ହୁଡାଙ୍କ ଧୂଆଁଦାର ବ୍ୟାଟିଂ ବଳରେ ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ପଞ୍ଜାବ କିଙ୍ଗସ୍‌ ୨୦୦ରୁ ଅଧିକ ସ୍କୋର କରିଛି। ପଞ୍ଜାବ କିଙ୍ଗସ୍‌ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ମୋଟ ୨୨୧ ରନ୍‌ କରିଛି। ଅଧିନାୟକ କେଏଲ ରାହୁଲ, କ୍ରିସ୍‌ ଗେଲ ଓ ଦୀପକ ହୁଡାଙ୍କ ଧୂଆଁଦାର ଇନିଂସ୍‌ ବଳରେ ପଞ୍ଜାବ ଟିମ୍‌ ବଡ଼ ସ୍କୋର କରିବାରେ ସଫଳ ହୋଇଛି। ପଞ୍ଜାବ ଟିମ୍‌ ରାଜସ୍ଥାନ ରୟାଲ୍ସ ଟିମ୍‌ ଆଗରେ ୨୨୨ ରନର ବିଶାଳ ଲକ୍ଷ୍ୟ ରଖିଛି।

ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ପଞ୍ଜାବ ଟିମ୍‌ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ପଞ୍ଜାବ ପକ୍ଷରୁ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ଯୋଡ଼ି ଇନିଂସ୍‌ ଓପନ କରିଥିଲେ ।ଦଳୀୟ ସ୍କୋର ୨୨ ଥିବା ବେଳେ ଦଳକୁ ଲାଗିଥିଲା ପ୍ରଥମ ଝଟକା। ମୟଙ୍କ ଅଗ୍ରଓ୍ବାଲ ୧୪ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ।

ଏହାପରେ ରାହୁଲଙ୍କ ସହିତ ଯୋଡ଼ି ହୋଇଥିଲେ କ୍ରିସ୍‌ ଗେଲ। ମଇଦାନକୁ ଆସୁ ଆସୁ ଗେଲ ତାଙ୍କ ଖେଳ ଆରମ୍ଭ କରିଥିଲେ। ମାତ୍ର ୨୮ ବଲରେ ଧୂଆଦାର ୪୦ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ ଗେଲ। ଦଳୀୟ ସ୍କୋର ୮୯ ଥିବା ବେଳେ ରାହୁଲଙ୍କ ସାଥ ଦେବା ପାଇଁ କ୍ରିଜକୁ ଆସିଥିଲେ ଦୀପକ ହୁଡା। ସେ ମାତ୍ର ୨୮ ବଲ ଖେଳି ଧୂଆଁଦାର ୬୪ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ । ଏହାପରେ ରାହୁଲ ୯୧ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଚେତନ ସାକରିୟା ୩ଟି ଓ୍ବିକେଟ ନେଇଥିବା ବେଳେ କ୍ରିସ୍‌ ମୋରିସ୍‌ ୨ ଓ୍ବିକେଟ ନେଇଛନ୍ତି। ରିଆନ୍‌ ପ୍ରାଗ ଗୋଟିଏ ଓ୍ବିକେଟ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.