ନିଜ ଘର ଭିତରେ ଦୀର୍ଘ ଦିନ ଧରି ମହିଳା ଚଳାଇଥିଲେ ସେକ୍ସ ରାକେଟ୍,ଏଭଳି ପର୍ଦାଫାଶ ହେବାପରେ ଗିରଫ ହେଲେ ଅଭିଯୁକ୍ତ

ଡେହେଲୋ,୨୦।୯: ପଞ୍ଜାବର ଡେହେଲା ପୋଲିସ ଏକ ବଡ଼ ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି। ଡେହଲୋର ଆଲମଗିରୀ ଅଞ୍ଚଳରେ ସେକ୍ସ ରାକେଟ ଚାଲିଥିବା ଖବର ପାଇବା ପରେ ପୋଲିସ ଅଚାନକ ସେଠାରେ ଚଢାଉ କରିଥିଲା। ଏହି ସମୟରେ ୪ ଜଣ  ମହିଳାଙ୍କ ସମେତ ମୋଟ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କୁ ଗିରଫ କରିବାପରେ ଏକ ସାମ୍ବାଦିକ ସମ୍ମିଳନୀରେ   ଥାନା ଅଧିକାରୀ ମନଜିତ କୌର ଘଟଣା ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ କମଲଜିତ କୌରଙ୍କ ପତ୍ନୀ ଟେହଲ ସିଂହ ନିଜ ଘରେ ସେକ୍ସ ରାକେଟ ଚଳାଉଥିବାର ଖବର ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛଇ।

ଦୀର୍ଘଦିନ ହେଲା କମଲଜିତ କୌରଙ୍କ ପତ୍ନୀ ନିଜ ଘରେ ଦେହ ବ୍ୟବସାୟ କରୁଥିଲା। ପୋଲିସ ଚଢ଼ାଉ କରି ଘଟଣାସ୍ଥଳରୁ ଚାରି ଜଣ ମହିଳାଙ୍କୁ ଗିରଫ କରିଥିଲା। ଏହାସହ ଦୁଇଜଣ ପୁରୁଷ ଗ୍ରାହକ ସୁଖଦେବ ସିଂହ ଓ ମନପ୍ରୀତ ସିଂହକୁ ପୋଲିସ ଗିରଫ  କରିଥିଲା। ସେକ୍ସ ରାକେଟ ସହିତ ସଂପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଡେହଲୋନ ଥାନା ଅଧିକାରୀଙ୍କ କହିବା ଅନୁସାରେ,ମାନବ ଚାଲାଣ ଆଇନର ୧୨୦ବି ଧାରାରେ ମାମଲା ରୁଜୁ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  

   ସମ୍ବନ୍ଧିତ ଖବର


ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ମହିଳାଙ୍କୁ ଦେଖି ପ୍ୟାଣ୍ଟ ଖୋଲି – ଖରାପ କାମ କରିଥିବା ପୁଲିସ ଅଧିକାରୀ ଦିଲ୍ଲୀରୁ ଗିରଫ

‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ମଦ କାଉଣ୍ଟର ପରିସରରେ ଦୁଇ ଜଣ ଚାଷୀଙ୍କୁ ପଥର ଓ ବାଡ଼ିରେ ଆକ୍ରମଣ କଲେ ମଦ୍ୟପ: ଚାଷୀ ଗୁରୁତର, ୪ ଯୁବକ ଅଟକ

ଦରମା ମାଗିବାରୁ ସେଲସମ୍ୟାନକୁ ଜୀଅନ୍ତା ଜାଳିଦେଲା ମଦ ଭାଟି ମାଲିକ

ତାସଖେଳରୁ ମନ୍ଦିରରେ ପଡିଲା ରକ୍ତ ଛିଟା: ଜଣେ ଗୁରୁତର, ଆତ୍ମସମର୍ପଣ କଲା ଅଭିଯୁକ୍ତ