ଜେଲରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମାଡ଼, ଅଭିଯୋଗ ଆଣିଲେ ଓକିଲ

ବଲାଙ୍ଗୀର, ୨୪/ ୧୦: ଜେଲ୍‌ ଭିତରେ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ମାଡ଼। ବଲାଙ୍ଗୀର ଜେଲରେ ତାଙ୍କୁ ଜେଲର ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପାଟଣାଗଡ଼ ଏସଡ଼ିଜେଏମ କୋର୍ଟରେ ତାଙ୍କର ଓକିଲ ଜଣାଇଛନ୍ତି। ଓକିଲ ଜଣକ ଆହୁରି କହିଛନ୍ତି ଯେ, ପୁଞ୍ଜିଲାଲଙ୍କ ଚିକିତ୍ସା ବ୍ୟବସ୍ଥା କରିବା ସହ ଏହି ଘଟଣା ପ୍ରତି ବିଶେଷ ଧ୍ୟାନ ଦେବାକୁ।

ସୂଚନାଥାଉକି, ୨୦୧୮ ମସିହା ଫେବ୍ରୁଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା । ଏହି ଭୟଙ୍କରେ ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ପାଟଣାଗଡ଼ ସହରର ବରହମପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ବୋମା ଭର୍ତ୍ତି ପାର୍ସଲ ବିସ୍ଫୋରଣ ହୋଇଥିଲା । ଏଥିରେ ରବୀନ୍ଦ୍ରଙ୍କ ନବ ବିବାହିତ ପୁଅ ସୌମ୍ୟଶେଖର ଏବଂ ତାଙ୍କ ସମ୍ପର୍କୀୟ ଜେଜେ ମା’ଙ୍କର ମୃତ୍ୟୁ ଘଟିଥିଲା।

   ସମ୍ବନ୍ଧିତ ଖବର


ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା, ଧକଉଛି ଏନ୍‌ଏଚ୍‌ ପ୍ରକଳ୍ପ

ଏଣିକି ମେଧାବୀଙ୍କୁ ଲାପଟପ୍‌ ବଦଳରେ ମିଳିବ ଟଙ୍କା, ୧୫ ହଜାର ଛାତ୍ରଛାତ୍ରୀ ପାଇବେ ଏତିକି ଟଙ୍କା

ମାଛ ଚାଷରେ ମହିଳା ଏସ୍‌ଏଚ୍‌ଜିଙ୍କ ସଫଳତା: ଲକ୍‌ଡାଉନ୍‌ରେ ୨୧ ହଜାର କ୍ବିଣ୍ଟାଲ ଉତ୍ପାଦନ

ସଫଳତାର ଶୀର୍ଷରେ ସ୍ବାତୀ