ପାଟଣାଗଡ଼ ପାର୍ସଲ୍‌ ବୋମା ବିସ୍ଫୋରଣ ଘଟଣା: ପୁଞ୍ଜିଲାଲ୍‌ଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ

କଟକ,୩୦/୦୬: ବହୁଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ୍‌ ମେହେରଙ୍କ ଅନ୍ତରୀଣ ଜାମିନ୍‌ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ପୁଞ୍ଜିଲାଲ ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଦର୍ଶାଇ ହାଇକୋର୍ଟରେ ଅନ୍ତରୀଣ ଜାମିନ୍‌ ଆବେଦନ କରିଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ସୋମବାର ଏହି ମାମଲାର ରାୟ ପ୍ରକାଶ କରି ପୁଞ୍ଜିଲାଲଙ୍କ ଆବେଦନକୁ ଖାରଜ କରିଛନ୍ତି ।

୨୦୧୮ ଫେବ୍ରୁଆରୀ ୨୩ରେ ନବବିବାହିତ ଦମ୍ପତି ସୌମ୍ୟଶେଖର ସାହୁ ଓ ପତ୍ନୀ ରିମା ପାର୍ସଲ୍‌ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ସୌମ୍ୟଶେଖରଙ୍କ ଜେଜେମା’ଙ୍କର ମୃତ୍ୟୁ ହୋଇଥିଲାବେଳେ ଗୁରୁତର ଆହତ ନବଦମ୍ପତିଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସୌମ୍ୟଶେଖର ଆଖି ବୁଜି ଦେଇଥିଲେ । ଏହି ଘଟଣାକୁ ନେଇ ପାଟଣାଗଡ଼ ଥାନା ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ପରେ ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଆଇଟି ନେଇଥିଲା । ୨୦୧୮ ଏପ୍ରିଲ ୨୫ରେ ପୁଞ୍ଜିଲାଲଙ୍କୁ ଗିରଫ କରିଥିଲା କ୍ରାଇମ୍‌ବ୍ରାଞ୍ଚ୍‌ । କିଛି ମାସ ତଳେ ପୁଞ୍ଜିଲାଲଙ୍କ ମା’ଙ୍କର ଦେହାନ୍ତ ହେବାରୁ ଅନ୍ତ୍ୟେଷ୍ଟିକ୍ରିୟା ଲାଗି ତାଙ୍କୁ ଦିନିକିଆ ଜାମିନ୍‌ ମିଳିଥିଲା । ପରେ ଶ୍ରାଦ୍ଧ କାର୍ଯ୍ୟରେ ଯୋଗଦେବା ଲାଗି ହାଇକୋର୍ଟ ତାଙ୍କୁ ଚାରି ଦିନିଆ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଥିଲେ । ଏବେ ପୁଣି ପୁଞ୍ଜିଲାଲ ଅନ୍ତରୀଣ ଜାମିନ୍‌ ଆବେଦନ କରିଥିଲେ । ସରକାରଙ୍କ ପକ୍ଷରୁ ଆଇନଜୀବୀ ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ ।

   ସମ୍ବନ୍ଧିତ ଖବର


୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ମୁଣ୍ଡିଆ ମାରିଥିଲେ ବି ଶିଶୁ ବିଶେଷଜ୍ଞ ଆସିନଥିଲେ , ଚିକିତ୍ସା ଅଭାବରୁ ନବଜାତକର ମୃତ୍ୟୁ!

ନୂଆପଡାରେ ନିର୍ମାଣାଧୀନ ବ୍ରିଜରେ ଝୁଲିଲା ଟ୍ରକ୍‌, ଡ୍ରାଇଭର ଗୁରୁତର

ରହସ୍ୟ ଘେରରେ ବନ୍ଦ ଘର ! ସାଢ଼େ ତିନି ବର୍ଷ ଧରି ଝୁଲୁଛି ତାଲା

ଟ୍ୟୁସନ୍‌ ନ କଲେ ଫେଲ୍‌ ହେବାର ଧମକ! ରିପୋର୍ଟ ତଲବ

ପୁଅ ମୃତ୍ୟୁକୁ ନେଇ ବିଷ ଖାଇଲେ ମା’