ଭିନ୍ନ ସଉକ୍,୧୨ ଲକ୍ଷ ଟଙ୍କାରେ ଯୁବକ କିଣିଲେ ଫ୍ୟାନ୍ସିଂ ମୋବାଇଲ ନମ୍ବର

ମିରଟ,୧୫।୯: ଅନେକ ଲୋକଙ୍କର ଭିନ୍ନ ଭିନ୍ନ ସଉକ୍ ରହିଛି। ନିଜର ସଉକ ପୂରଣ କରିବା ପାଇଁ ବହୁ ଲୋକ ଟଙ୍କାର ମୋହ ଛାଡି ଇଛା ଅନୁସାରେ ଜିନିଷ ଆଣିଥାନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି କାନପୁରର ହିମାଂଶୁ କେଡିୟା। ସେ ମିରଟ ବିଏସଏନଏଲ୍ କାର୍ଯ୍ୟାଳୟରୁ କିଣିଛନ୍ତି ଏକ ଫ୍ୟାନ୍ସି ନମ୍ବର। ଆଉ ଏହି ଫ୍ୟାନ୍ସି ନମ୍ବର କିଣିବା ପାଇଁ ସେ ଖର୍ଚ୍ଚ କରିଛନ୍ତି ୧୨ ଲକ୍ଷ ଟଙ୍କା। ଯାହାକୁ ନେଇ ଏ​‌ବେ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ଜାରି ରହିଛି।

ବିଏସଏନଏଲ ମିରଟର ମୁଖପାତ୍ର କହିଛନ୍ତି, ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତିୀ ବିଏନଏନଏଲର କୌଣସି  ନମ୍ବର ପାଇଁ ଏ​‌ତେ ଟଙ୍କା ଖର୍ଚ୍ଚ କରିନାହାନ୍ତି। ହିମାଂଶୁ ଏହି ଫ୍ୟାନ୍ସି ନମ୍ବରକୁ ନେବା ପାଇଁ  ମୋଟ ୧୧ ଲକ୍ଷ ୯୧ ହଜାର ୯୧୮ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ନମ୍ବରର ପ୍ରଥମ ଦୁଇଟି ଡିଜିଟକୁ ଛାଡି ବାକି ସମସ୍ତ ଡିଜିଟ୍ ୯୯୯୯୯୯୯୯ ରହିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ହିଂମାଶୁ କେଡିୟାଙ୍କ କହିବା ଅନୁସାରେ ସେ କାନପୁରରେ ଫ୍ୟାନ୍ସି ନମ୍ବର ପାଇଁ ଯୋଗାଯୋଗ କରିଥିଲେ। ସେଠାରେ ବିଡ୍ ସମ୍ପର୍କରେ  ଜଣାପଡିଥିଲା ଓ ପଶ୍ଚିମ ୟୁପି ସର୍କଲରେ ଏହି ନମ୍ବର ସମ୍ପର୍କରେ ସୂଚନା ମିଳିଥିଲା। ଏହାକୁ ଆଣିବାକୁ ମୁଁ ଇଛା ପ୍ରକାଶ କରିଥିଲି ଓ ପ୍ରଥମେ ଦିଲ୍ଲୀ, ପରେ ମିରଟ ଆସିକି ନିଜର ମନପସନ୍ଦ ନମ୍ବର ହାସଲ କରିଥିଲି।

ମୋର ଚେଷ୍ଟା ଓ ନମ୍ବର ମିଳିବାରେ ଦୁଇମାସର ସମୟ ଲାଗିଥିଲା। ନିର୍ମାଣ ବ୍ୟବସାୟ ସମ୍ପର୍କିତ ହିଂମାଶୁ କୁହନ୍ତି ଯେ, ତାଙ୍କୁ ଫ୍ୟାନ୍ସି ନମ୍ବରର ସଉକ୍ ରହିଛି, ତେଣୁ ଏହି ନମ୍ବର ସେ ନେଇଛନ୍ତି। ଏହି ନମ୍ବରକୁ ସେ ନିଜ ସହିତ ଜୀବନ ସାରା ରଖିବାକୁ ଚାହାନ୍ତି।ଏହା ପୂର୍ବରୁ ଭାରତର ଲୁଧିୟାନାର ବିଜନେସମ୍ୟାନ୍ ଅମିତ ମାଲହୋତ୍ରା ୧୫ ଲକ୍ଷ ଟଙ୍କାରେ ଠିକ୍ ଏଭଳି ଫ୍ୟାନ୍ସି ନମ୍ବର କିଣିଥିଲେ। ଏହା ଦେଶର ସବୁଠାରୁ ଦାମୀ ମୋବାଇଲ ନମ୍ବର ରହିଥିଲା। ଏହାର ପ୍ରଥମ ଦୁଇ ଡିଜିଟକୁ ଛାଡି ଶେଷ ଡିଜିଟ୍‌ ୦୦୦୦୦୦୦୦ ରହିଥିଲା। କେବଳ ଭାରତ ନୁହେଁ ୨୦୦୬ରେ  କତରରେ ଜଣେ ବ୍ୟକ୍ତି ୧୬ କୋଟି ଟଙ୍କାରେ ଏକ ଫ୍ୟାନ୍ସି ନମ୍ବର କିଣି ବିଶ୍ବର ସବୁଠାରୁ ଦାମୀ ମୋବାଇଲ ନମ୍ବର ରଖିଥିବା ବ୍ୟକ୍ତିଙ୍କ ତାଲିକାରେ ରହିଛନ୍ତି।

   ସମ୍ବନ୍ଧିତ ଖବର


ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…

ହୋଟେଲରେ ପ୍ରେମିକା ସହ ମଉଜ କରୁଥିବା ସମୟରେ ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ…

ନିର୍ବାଚନ ରାଲିରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ – ନୀତୀଶ କୁମାରଙ୍କ ହେଲିକପ୍ଟରକୁ ଚପଲ ପିଙ୍ଗିବା ନେଇ ୩ ଗରିଫ

“କରୋନା ଗୋ… ଗୋ କରୋନା…” ଏମିତି ନାରା ଦେଇଥିବା ନେତା ଏବେ ହେଲେ କରୋନା ପଜିଟିଭ୍…