ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ଭିକାରିମୁକ୍ତ ଅଭିଯାନ: ପ୍ରଥମ ପର୍ଯ୍ୟାୟରେ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟୁ ୧୯୫ ଭିକାରି ସ୍ଥାନାନ୍ତର

ପୁରୀ, ୧୨/୧୦: ପୁରୀ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚାରିପାଖକୁ ଭିକାରିମୁକ୍ତ ଅଞ୍ଚଳ କରିବାକୁ ପ୍ରଶାସନ ପୁଣି ପଦକ୍ଷେପ ନେଇଛି । ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖରୁ ପ୍ରାୟ ୧୯୫ ଜଣ ଭିକାରିଙ୍କୁ ସ୍ଥାନାନ୍ତର କରାଯାଇଛି । ଏମାନଙ୍କ ମଧ୍ୟରୁ ୪୫ ଜଣଙ୍କୁ ପୌରସଂସ୍ଥା ଆଶ୍ରୟସ୍ଥଳରେ ରଖାଯାଇଥିବା ବେଳେ ୨୨ ଜଣଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ଡାକି ହସ୍ତାନ୍ତର କରାଯାଇଛି । ଓପିୟୁସି ଟିମି ଏହି ଭିକାରିମାନଙ୍କୁ ସ୍ଥାନାନ୍ତର କରିବା ନିମନ୍ତେ ନିୟୋଜିତ ହୋଇଥିଲେ ।

ସୂଚନା ଯୋଗ୍ୟ ଯେ, ଆଇକନିକ ସହର ପୁରୀ ସହରର ଶ୍ରୀମନ୍ଦିରକୁ ଅତି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବେ ଉଲ୍ଲେଖ କରାଯାଇ ଏହି ସ୍ଥାନକୁ ଭିକାରିମୁକ୍ତ ଅଞ୍ଚଳ ବା ନୋ ବେଗିଂ ଜୋନ୍‌ କରିବାକୁ ପ୍ରଶାସନ ପଦକ୍ଷେପ ନେଇଛି । ଅବଢ଼ା ଯୋଜନାରେ ଶ୍ରୀମନ୍ଦିର ଚାରିପାଖକୁ ସୁରକ୍ଷା ଜୋନ୍‌ ଅନ୍ତର୍ଗତ କରାଯାଇ ସମ୍ପ୍ରସାରଣ କାମ ଆରମ୍ଭ ହୋଇଛି । ଅନ୍ୟପଟେ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡକୁ ଶ୍ରୀମନ୍ଦିର କାର୍ଯ୍ୟଳୟ ପର୍ଯ୍ୟନ୍ତ ନୋ ଭେଣ୍ଡିଂ ଜୋନ୍‌ ଓ ନୋ ବେଗିଂ ଜୋନ୍‌ କରାଯିବାକୁ ପଦକ୍ଷେପ ନିଆଯାଇଛି । ଏହା ଭିତରେ ରେଡ୍‌ କାର୍ପେଟରେ ଚଲାପଥ କରାଯାଇଛି । ଭକ୍ତଙ୍କୁ ସୁବିଧା ହେଲା ଭଳି ମାଗଣା ମୋବାଇଲ ଓ ଜୋତା ଷ୍ଟାଣ୍ଡ ପ୍ରବେଶ ସ୍ଥାନରେ କରାଯାଇଛି । ଦିବ୍ୟାଙ୍ଗଙ୍କ ନିମନ୍ତେ ସ୍ୱତନ୍ତ୍ର ସହାୟତା କ୍ୟାବିନ୍‌ କରାଯାଇ ଶ୍ରୀମନ୍ଦିର ଦର୍ଶନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହେଲେ ଏହି ସ୍ଥାନକୁ ଭିକାରିମୁକ୍ତ ଅଞ୍ଚଳ କରିବା ନେଇ ପ୍ରଶାସନର ପଦକ୍ଷେପ ସମ୍ପୂର୍ଣ୍ଣ ସଫଳ ହୋଇପାରୁନି ।

ଭିକାରିଙ୍କ ଥଇଥାନ କରିବା ନିମନ୍ତେ ସରକାର ବହୁ ଯୋଜନା ଓ ସହାୟତା ରାଶି ଘୋଷଣା କରିଛନ୍ତି । ହେଲେ ଏହାକୁ ପ୍ରଦାନ କରି ଭିକାରିଙ୍କୁ ଥଇଥାନ ନ କରିବା ଯୋଗୁ ଏଭଳି ସମସ୍ୟା ଉପୁଜିଛି। ଅନ୍ୟପଟେ ଟ୍ରେନ୍‌ ଓ ବସ୍‌ ଯୋଗେ ପ୍ରତିଦିନ ବହୁସଂଖ୍ୟାରେ ଭିକାରି ପୁରୀରେ ପହଞ୍ଚୁଥିବା ବେଳେ ସେମାନଙ୍କୁ ବାଟରୁ ଉଠାଇ ଥାଇଥାନ କରିବା ନିମନ୍ତେ ଥିବା ନିର୍ଦ୍ଦେଶ ମଧ୍ୟ ଅକାମି ପଡ଼ିଛି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଶ୍ରୀମନ୍ଦିର ଚାରିପାଖରେ ଏକ ରୁଚିକର ପରିବେଶ ଦେବା ନିମନ୍ତେ ପ୍ରଶାସନ ଏଭଳି ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.