ପୁରୀ ରଥ କାଠ ପାଇଁ ୨୦ଟି ଗଛ ଚିହ୍ନଟ

ଭଞ୍ଜନଗର ୪/୨: ଉତ୍ତର ଘୁମୁସର ବନଖଣ୍ଡରୁ ଆଜି ପୁରୀ ରଥ ପାଇଁ କାଠ ଚିହ୍ନଟ କରାଯାଇଛି । ମୋଟ ୨୦ଟି ଗଛ ଚିହ୍ନଟ କରାଯିବାପରେ ଏହାର ପୂଜାର୍ଚ୍ଚନା କରାଯାଇଛି । ଗଛ ମଧ୍ୟରେ ଗୋଟିଏ ସାହାନ ଓ ୧୯ଟି ଧଉ ଗଛ ରହିଛି । ଏହାର ଗୋଲେଇ ୩ ଫୁଟ ଓ ଲମ୍ବ ୪୦ ଫୁଟ ହେବ ।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଜଙ୍ଗଲ ସଂଲଗ୍ନ ତାରସିଂ ରେଞ୍ଜର ଘୋଗଡ଼ ସଂରକ୍ଷିତ ଜଙ୍ଗଲରେ ଏହି ରଥ ପାଇଁ ଚିହ୍ନଟ ହୋଇଥିବା ଗଛଗୁଡ଼ିକ ରହିଛି । ଅନେକ ସମୟରେ ଦଶପଲ୍ଲା ଜଙ୍ଗଲରୁ ରଥ କାଠ ଚିହ୍ନଟ ହୋଇଥାଏ । ଚଳିତ ବର୍ଷ ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡରେ ରହିଥିବା ଦେଖିବାକୁ ମିଳିଛି । ଏହି ଚିହ୍ନଟ ପ୍ରକ୍ରିୟା ସମୟରେ ଡିଏଫ୍‌ଓ ଅଭୟ ଦଲେଇ, ଏସିଏଫ୍‌ ସୁଦର୍ଶନ ବାଦି, ମୁଜାଗଡ଼ ରେଞ୍ଜର ଆଶାଲତା ଦିଗାଲ, ବନପାଳ ଅଭିମୁନ୍ୟ ମଲିକ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଡିଭିଜନ ବନ ବିଭାଗ ଷ୍ଟାଫ୍‌ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ପୁଣି କଳା ପଲସର ଆତଙ୍କ : ଗୁଳି ଫୁଟାଇ ଭୁଜାଲିରେ ହାଣି ଲୁଟିନେଲେ ୯ ଲକ୍ଷ ଟଙ୍କା

ଉଗ୍ରରୂପ ନେଲା ପାରିବାରିକ କଳହ : ହତ୍ୟା ପରେ ଯୁବକଙ୍କୁ ସ୍ତ୍ରୀ ଏବଂ ପୁଅ-ଝିଅ ପୋଡି ଦେଇଥିବା ଅଭିଯୋଗ

ବର୍ଷକ ତଳର ମୃତ ଝିଅକୁ ଜୀବିତ ଘୋଷଣା କଲା ସିଡବ୍ଲ୍ୟୁସି

ବୋଲେରୋ ଗାଡିରୁ ୧୧ ବସ୍ତା ଗଞ୍ଜେଇ ଜବତ : ଡ୍ରାଇଭର ଓ ହେଲ୍‌ପର ଫେରାର୍

ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ନଳକୂଅ ଖୋଳା ବେଳେ ଅଘଟଣ: ୩୦ ଫୁଟ୍‌ ଉପରକୁ ଉଠିଲା ଗରମ ବାଲି ଓ ପାଣି, ଭୂମିକମ୍ପ ଭଳି ଦୋହଲିଲା ମାଟି