ପୁରୀର କରୋନା ଆକ୍ରାନ୍ତ ଭୁବନେଶ୍ୱରରେ ଚିଠି ବାଣ୍ଟନ୍ତି- ବିଜେବି ନଗର ଡାକ ଘରେ ପାଇଛନ୍ତି ନିଯୁକ୍ତି

ଭୁବନେଶ୍ୱର ଏପ୍ରିଲ ୦୫ – ପୁରୀରେ ଠାବ ହୋଇଥିବା କରୋନା ସଂକ୍ରମିତ ବ୍ୟକ୍ତିଜଣଙ୍କ ରାଜଧାନୀର ବିଜେବି ନଗର ସ୍ଥିତ ଡାକ ଘରେ କାର୍ଯ୍ୟ କରନ୍ତି । ସେ ନିକଟରେ ଦିଲ୍ଲୀ ଯାଇଥିଲେ । ରାଜଧାନୀର ଗୌତମ ନଗର ଓ କୋର୍ଟ ଅଞ୍ଚଳରେ ଡାକ ବାଣ୍ଟିଥାନ୍ତି ।

ଗତ କିଛି ଦିନ ମଧ୍ୟରେ ଏହି ବ୍ୟକ୍ତିମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି , ତାହାର ଯାଞ୍ଚ ଜରୁରୀ ହୋଇପଡିଛି । ସଂପୃକ୍ତ କରୋନ ସଂକ୍ରମିତ ଏବଂ ସେମାନଙ୍କ ରାଜ୍ୟ ବାହାର ଲିଙ୍କ୍‌ ନେଇ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଛନ୍ତି ବିଏମ୍‌ସି କମିଶନର ।

ପୁରୀର ପିପିଲି ଅଞ୍ଚଳରେ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣଙ୍କ ରାଜଧାନୀର ଜଣେ ଡାକ କର୍ମଚାରୀ । ସେ ବିଜେବି ନଗର ସବ୍‌ ପୋଷ୍ଟ ଅଫିସରେ କାମ କରନ୍ତି । ଗତମାସରେ ସେ ଦିଲ୍ଲୀ ଯାଇଥିଲେ । ତେଣୁ ସେ ରାଜ୍ୟ ବାହାରେ ଥିବା ବେଳେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ସଂପୃକ୍ତ ବ୍ୟକ୍ତିଜଣଙ୍କ ଗୌତମ ନଗର ଓ ବିଜେବି ନଗରରେ ଡାକ ବାଣ୍ଟିବା ସହ ଭୁବନେଶ୍ୱରରୁ ପିପିଲି ଯାତାୟତ କରୁଥିଲେ । ତେଣୁ ସେ ଏହି ସମୟ ମଧ୍ୟରେ କାହା କାହା ସଂସ୍ପର୍ଶରେ ଆସିଛନ୍ତି , ତାହା ଜାଣିବା ଏବେ ଜରୁରୀ ହୋଇପଡିଛି । ସଂକ୍ରମିତମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜ ଆଡୁ ଟୋଲ୍‌ ଫ୍ରି ନମ୍ବର ୧୦୪ରେ ଯୋଗାଯୋଗ କରି ନମୁନା ପରୀକ୍ଷା ଓ ଡାକ୍ତରୀ ପରାମର୍ଶ ନିହାତି ଜରୁରୀ । ସାମାଜିକ ସଂକ୍ରମଣକୁ ରୋକିବା ଲାଗି ଏହା ଜରୁରୀ ହୋଇଥିବାରୁ ଓ ରାଜ୍ୟ ସରକାର ବାରମ୍ବାର ଅପିଲ୍‌ କରୁଥିବାରୁ ସମସ୍ତ ସନ୍ଦିଗ୍ଧ ଏହାର ସୁବିଧା ନେବା ସହ ସରକାରଙ୍କ ଯାଞ୍ଚ ପ୍ରକ୍ରିୟାକୁ ଆସିବା ଅତ୍ୟନ୍ତ ଆବଶ୍ୟକ ଓ ଜରୁରୀ ।

   ସମ୍ବନ୍ଧିତ ଖବର


ନିଶାରେ ମା’କୁ ମାଡ଼ ମାରି ପୁଅ ଗିରଫ

ରାଜ୍ୟର ଆଉ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି

ପାର୍କରେ ଟିକ୍‌ଟକ୍: ବାଥରୁମ୍‌ରେ ଡ୍ରେସ୍ ଚେଞ୍ଜ କରି କରୁଥିଲେ ଭିଡିଓ ସୁଟ୍, ଉଠାଇ ନେଲା ପୁଲିସ

ବଢ଼ୁଛି ‘ଓୟୋ’ର କାରସାଦି: ରାତିରାତି ବଦଳିଲା ନିୟମ, ଚିନ୍ତାରେ ବିଲ୍ଡିଂ ମାଲିକ ଓ କର୍ମଚାରୀ…

ସ୍ନାନଯାତ୍ରା ଦର୍ଶନ ନେଇ ମାମଲା: ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

‘ସୁନା କୂଅ’ର ଜଳ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି