PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଚ୍ଛେଦ ପ୍ରସଙ୍ଗ: ବିପଦସଙ୍କୁଳ ମଠ, କୋଠା ଭଙ୍ଗା ଚାଲିବ

ପୁରୀ ୫/୯ : ଶ୍ରୀମନ୍ଦିର ସୁରକ୍ଷା ଜୋନ ଇଲାକାରେ ଉଚ୍ଛେଦ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ତା’ର ଆଭିମୁଖ୍ୟକୁ ବୁଧବାର ଦିନ ଦୋହରାଇଛି । ସୁରକ୍ଷା ଜୋନ୍‌ର ରହିଥିବା ବିପଦସଙ୍କୁଳ ମଠ, କୋଠା, ବେଆଇନ କୋଠାକୁ ଭଙ୍ଗାଯିବ । ମଠ ମନ୍ଦିର( ଠାକୁରଘର)କୁ ଉଚ୍ଛେଦ ପ୍ରକିୟାରୁ ବାଦ ଦିଆଯିବ । ସରକାରଙ୍କ ଘୋଷଣା ମୁତାବକ ପୁନର୍ବାସ ଏବଂ ଥଇଥାନ କରାଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ।

ଶ୍ରୀମନ୍ଦିର ସୁରକ୍ଷା ଜୋନ ଇଲାକାର ଉଚ୍ଛେଦ ନେଇ ଶ୍ରୀକ୍ଷେତ୍ର ସୁରକ୍ଷା ମଞ୍ଚ ପ୍ରତିନିଧିମାନଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳ ଏଭଳି ଟିପ୍ପଣୀ ଦେଇଛନ୍ତି । ଏଥିରୁ ସୂଚନା ମିଳିଛି ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟାରେ ତାର ପୂର୍ବ ମତକୁ ଦୋହରାଇଛି ।

ବୁଧବାର ଦିନ ଶ୍ରୀମନ୍ଦିର ସୁରକ୍ଷା ଜୋନ ଭିତରେ ଉଚ୍ଛେଦ ପ୍ରସଙ୍ଗରେ ଶ୍ରୀକ୍ଷେତ୍ର ସୁରକ୍ଷା ମଞ୍ଚର ୧୫ ଜଣିଆ ପ୍ରତିନିଧିମଣ୍ଡଳୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ନେତୃତ୍ୱରେ ଆଲୋଚନାରେ ସାମିଲ ହୋଇଥିବା ବରିଷ୍ଠ ଆଇନଜୀବୀ, ପ୍ରାକ୍ତନ ପ୍ରଶାସକ, ବୁଦ୍ଧିଜୀବୀ, ମଠ ମହନ୍ତ ପ୍ରମୁଖ ଜିଲ୍ଲା ପ୍ରଶାସନ ଆଗରେ ମତ ଉପସ୍ଥାପନ କରିଥିଲେ । ଆଲୋଚନା ବେଳେ ମଞ୍ଚ ପ୍ରତିନିଧିମାନେ କହିଥିଲେ ଉଚ୍ଛେଦ ପୂର୍ବରୁ ଆଗ ଥଇଥାନ କରାଯାଉ । ବିସ୍ଥାପିତଙ୍କୁ ଉଚ୍ଛେଦ ପୂର୍ବରୁକ୍ଷତିପୂରଣ ଦିଆଯାଉ । ସହମତିରେ ଉଚ୍ଛେଦ କରାଯାଉ । ପୁରୀର ବିକାଶକୁ ମଞ୍ଚ ସ୍ୱାଗତ କରୁଛିା ଏହି ଆଲୋଚନାରୁ ସୂଚନା ମିଳିଛି ଜିଲ୍ଲା ପ୍ରଶାସନ ଏବଂ ମଞ୍ଚ ମଧ୍ୟରେ ଉଚ୍ଛେଦ ନେଇ ସହମତି ହୋଇ ପାରିନାହିାଁ

ଆଲୋଚନା ପର୍ଯ୍ୟାୟରେ ମଞ୍ଚ ପ୍ରତିନିଧି କହିଥିଲେ ନବକଳେବର ବେଳେ ଶ୍ରୀମନ୍ଦିର ଚାରି ପାଖରୁ ଉଚ୍ଛେଦର କ୍ଷତିପୂରଣ ଟଙ୍କା ଆହୁରି ମିଳିନାହିଁ । ସେହିଭଳି ସୁପ୍ରିମକୋର୍ଟ ରାୟକୁ ଆଧାର କରି ଶ୍ରୀମନ୍ଦିର ପ୍ରଶାସନ ପୁରୀ ସହର ଏବଂ ଶ୍ରୀମନ୍ଦିର ଚାରି ପାଖର ଭୂସମ୍ପତ୍ତିକୁ ନିଜ ମାଲିକାନାକୁ ନେଇଯାଇଛି । ଏହି କାରଣରୁ ସରକାରଙ୍କ ଘୋଷଣା ମୁତାବକ ଜମି ହରାଉଥିବା ବିସ୍ଥାପିତଙ୍କୁ କ୍ଷତିପୂରଣ ତଥା ଅନ୍ୟ ସୁବିଧା ସୁଯୋଗ ପାଇବେ ନାହିଁ ବୋଲି ମଞ୍ଚ ପ୍ରତିନିଧିମାନେ ଆଶଙ୍କା ପ୍ରକାଶ କରିଥିଲେ । ଉଚ୍ଛେଦ ପୂର୍ବରୁ ସମସ୍ତ ବିସ୍ଥାପିତଙ୍କ ସହମତି ନିଆଯାଉ, ଉଚ୍ଛେଦ ପୂର୍ବରୁ ଜନଶୁଣାଣି ହେଉ, ଆଗ ଥଇଥାନ ଆଉ କ୍ଷତିପୂରଣ ଦେବାକୁ ମଞ୍ଚ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଛି ।

ମଞ୍ଚ ସହ ଆଲୋଚନା ପରେ ପୁରୀ ଜିଲ୍ଲାପାଳ ଶ୍ରୀସିଂହ କହିଥିଲେ ସରକାରଙ୍କ ଜମି ଅଧିଗ୍ରହଣ ନୀତି, ଥଇଥାନ ଏବଂ ପୁନର୍ବାସ ନୀତି ଅନୁସାରେ ଉଚ୍ଛେଦ ହେବ । ଶ୍ରୀମନ୍ଦିର ସୁରକ୍ଷା ଜୋନ ମଧ୍ୟରେ ରହିଥିବା ସମସ୍ତ ବିପଦସଙ୍କୁଳ ମଠ କୋଠା, ଘରୋଇ କୋଠା, ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯିବ । ମଠ ପରିସରରେ ପୂଜାସ୍ଥାନ, ମନ୍ଦିରଗୁଡିକୁ ଭଙ୍ଗାଯିବ ନାହିଁ । ମଠ ପରମ୍ପରା ସହ ଯୋଡି ରହିଥିବା ଏହି ସବୁ ଅନୁଷ୍ଠାନକୁ ଉଚ୍ଛେଦ କରାଯିବ ନାହିଁ । ଏହି ସବୁର ରକ୍ଷଣାବେକ୍ଷଣ କରାଯିବ । ଆଉ କିଛି ଦିନ ପରେ ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ ପୁଣି ଆରମ୍ଭ ହେବ । ଉଚ୍ଛେଦ ତାରିଖ ଜଣାଇ ଦିଆଯିବ ।

ସମ୍ବନ୍ଧିତ ଖବର