PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଏବେ ବି ଜିଦ୍‌ରେ ଅଟଳ ଏମାର ମଠର ମହନ୍ତ: ଆସ୍ଥାନର ଛାଡୁନାହାନ୍ତି

ପୁରୀ ୧/୯: ଶ୍ରୀମନ୍ଦିର ମେଘନାଦ ପାଚେରି ଚାରିପାଖରେ ୭୫ ମିଟର ଅବଧି ଉଚ୍ଛେଦ ଜାରି ରହିଛି । ଶନିବାର ଚତୁର୍ଥ ଦିନ ପାଇଁ ଏମାର ମଠ ଉଚ୍ଛେଦ ନିର୍ବିରୋଧ ଶେଷ ହୋଇଛି । ଉଚ୍ଛେଦରେ ବିସ୍ଥାପିତ ଦୋକାନୀମାନେ ଜଗା ପାଇଁ ତ୍ୟାଗ ସ୍ୱୀକାର କରିଥିବା କହିଛନ୍ତି । ରବିବାର ଛୁଟି ଦିନ ଥିବା ବେଳେ ସୋମବାର ଗଣେଶ ପୂଜା ଅଛି । ତେଣୁ ବହୁତ ଯାତ୍ରୀ ଶ୍ରୀମନ୍ଦିର ଦର୍ଶନରେ ଆସିବା ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇଦିନ କାମ ବନ୍ଦ ରହିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ।

ଏମାର ମଠର ବାଲିସାହି କାକୁଡ଼ିଖାଇ ଛକରେ ରହିଥିବା ୧୨ଟି ଅଳଙ୍କାର ଦୋକାନକୁ ପ୍ରଶାସନ ଆଜି ଉଚ୍ଛେଦ କରିଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ଉଚ୍ଛେଦ ଜାରି ରହିଥିଲା । ସନ୍ଧ୍ୟା ସୁଦ୍ଧା ଏମାର ମଠ ଉଚ୍ଛେଦ ପାଖାପାଖି ୭୦ ଭାଗ ସରିଛି । ମଠ ମହନ୍ତ ଆଜି ବି ତାଙ୍କର ପ୍ରକୋଷ୍ଠ ଛାଡି ନାହାନ୍ତି । ପ୍ରଶାସନ ତାଙ୍କ ସହ ଯୋଗଯୋଗରେ ରହିଛି । ମହନ୍ତଙ୍କ ଗାଦି, ପୂଜାସ୍ଥାନ, ମନ୍ଦିର, ଝୁଲଣ ମଣ୍ଡପକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଶାସନ ତାର ପ୍ରତିଶ୍ରୁତି ଦୋହରାଇଛି ।

ସକାଳ ୬ଟାରୁ ସିଂହଦ୍ୱାର, ମେଘନାଦ ପାଚେରି କଡ଼ ଓ କାକୁଡ଼ିଖାଇ ମନ୍ଦିର ଇଲାକା ମଧ୍ୟରେ ରହିଥିବା ବିଜୁଳି ସଂଯୋଗକୁ ସେସୁ ବନ୍ଦ କରିଥିଲା । ଏହା ପରେ ବଣିଆପଟି ଅଳଙ୍କାର ଦୋକାନ ଉଚ୍ଛେଦ ଆରମ୍ଭ ହୋଇଥିଲା । ସନ୍ଧ୍ୟା ୬ଟା ସୁଦ୍ଧା ବଣିଆପଟିର କାକୁଡ଼ିଖାଇ ମନ୍ଦିର ଦୁଇପାଶ୍ୱର୍ରେ ରହିଥିବା ୧୨ଟି ଅଳଙ୍କାର ଦୋକାନ ଉଚ୍ଛେଦ ସରିଥିଲା । ଉଚ୍ଛେଦ ଶେଷ ହେବା ପରେ ସନ୍ଧ୍ୟା ସାଢ଼େ ୬ଟାରେ ଏହି ଇଲାକାକୁ ବିଜୁଳି ପୁନଃ ସଂଯୋଗ କରାଯାଇଥିଲା ।

ଏମାର ମଠ ମହନ୍ତ ଆଜି ବି ତାଙ୍କର ପ୍ରକୋଷ୍ଠ (ଗାଦି) ଛାଡ଼ିନାହାନ୍ତି । ମଠ ପରିସରରେ ଆହୁରି ରହିଛି ଦଶରୁ ଅଧିକ ଜରାଜୀର୍ଣ୍ଣ କୋଠା । ଗତକାଲି ରାତିରେ ମଠ ମହନ୍ତଙ୍କ ଆସ୍ଥାନର ସ୍ଥିତି ପରିଖିଥିଲା ପ୍ରଶାସନ । ମଠ ମହନ୍ତଙ୍କ ପ୍ରକୋଷ୍ଠ ଅପେକ୍ଷାକୃତ ମଜବୁତ ଥିବାର ପ୍ରଶାସନ ଅନୁଭବ କରିଥିଲା । କାରଣ ମଠ ମହନ୍ତଙ୍କ ପ୍ରକୋଷ୍ଠକୁ ଲାଗି ରହିଥିଲା ବଣିଆପଟି ଅଳଙ୍କାର ଦୋକାନ । ଉଚ୍ଛେଦ ବେଳେ ବୁଲ୍‌ଡୋଜର ଓ ଭାଇବ୍ରେଟର ପ୍ରଭାବରେ ମଠ ମହନ୍ତଙ୍କ ପ୍ରକୋଷ୍ଠକୁ କିଛି କ୍ଷତି ପହଞ୍ଚିବ କି ନାହିଁ ତାହା ଆକଳନ କରିବା ପରେ ପ୍ରଶାସନ ବଣିଆପଟି ଉଚ୍ଛେଦ ନିଷ୍ପତ୍ତି ନେଇଥିଲା ।

ଜିଲ୍ଲାପାଳ କହିଛନ୍ତି ଯେ, ଏମାର ମଠ ଉଚ୍ଛେଦ ସମ୍ପୂର୍ଣ୍ଣ ହୋଇନାହିଁ । ଗଣେଶ ପୂଜା ପାଇଁ ଉଚ୍ଛେଦ ଅଭିଯାନ ବନ୍ଦ ରହିବ । ଏହା ପରେ ବିପଦସଙ୍କୁଳ ବଡ଼ଆଖଡ଼ା ମଠ ଓ ସାନଛତା ମଠ କୋଠାକୁ ଉଚ୍ଛେଦ କରାଯିବ । ଏହି ଉଚ୍ଛେଦର ତାରିଖ ପରେ ଘୋଷଣା କରାଯିବ । ଏହି ଦୁଇ ମଠରେ ରହିଥିବା ଦୋକାନୀଙ୍କୁ ଦୋକାନ ଖାଲି କରିବାକୁ ଆଗୁଆ ସୂଚନା ଦିଆଯାଇଛି ।

ଜିଲ୍ଲାପାଳ କହିଥିଲେ ଯେ, ଏମାର ମଠ ମହନ୍ତଙ୍କ ଧର୍ମଭାବନାକୁ ସୁରକ୍ଷା ଦିଆଯିବ । ପ୍ରତ୍ୟେକ ବ୍ୟକ୍ତିର ଧର୍ମ ଭାବନା ରହିଛି । ମଠ ମହନ୍ତଙ୍କ ଗାଦିକୁ ସୁରକ୍ଷା ଦିଆଯିବ । ମଠର ପୂଜାସ୍ଥାନ, ଠାକୁର ମନ୍ଦିରକୁ ରକ୍ଷଣାବେକ୍ଷଣ କରାଯିବ । ମଠ ମହନ୍ତଙ୍କ ସହ ଏହି ପ୍ରସଙ୍ଗରେ ପ୍ରଶାସନ ଯୋଗାଯୋଗରେ ରହିଛି ।
ଶ୍ରୀମନ୍ଦିର ଅଗ୍ନି କୋଣରେ ମେଘନାଦ ପାଚେରି କୋଣରେ ରହିଥିବା ମା’ କାକୁଡ଼ିଖାଇଙ୍କ ମନ୍ଦିରକୁ ଭଙ୍ଗାଯିବ ନାହିଁ । ଏହାର ରକ୍ଷଣାବେକ୍ଷଣ କରାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି ।

ସମ୍ବନ୍ଧିତ ଖବର