ପୁରୀରେ ଭଙ୍ଗା ହେବ ମଙ୍ଗୁ ମଠ: ମାପ କଲା ଜିଲ୍ଲା ପ୍ରଶାସନ

ପୁରୀ ୧୧/୯ : ଶ୍ରୀମନ୍ଦିର ସୁରକ୍ଷା ଜୋନରେ ରହିଛି ଗୁରୁ ନାନକ ପନ୍ଥୀଙ୍କ ମଙ୍ଗୁମଠ। ଦୋଳମଣ୍ଡପ ସାହି ସିଂହଦ୍ୱାର ସାମ୍‌ନା ଏମାର ମଠକୁ ଲାଗିରହିଛି ଏହି ପ୍ରାଚୀନ ମଠ। ଏହି ମଠକୁ ଭାଙ୍ଗିବାକୁ ପ୍ରଶାସନ ଆଜି ସବୁଜସଙ୍କେତ ଦେଇଛି । ମଠର ଇଲାକାକୁ ମାପଚୁପ କରାଯାଇଛି। ତିନିଜଣ ସରକାରୀ ଅଫିସରଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛି ଯେ, ସମ୍ପୂର୍ଣ୍ଣ ମଠ ୩୦ ଡେସିମିଲ ବା ପାଖାପାଖି ୧୨ ହଜାର ଫୁଟ ବର୍ଗଫୁଟ ଉପରେ ଠିଆ ହୋଇଛି । ଏହି ଦୁଇତାଲା ମଠରେ ରହିଛି ୨୧ଟି ଦୋକାନ ଏବଂ ଅନୁଗାମୀଙ୍କ ପାଇଁ ରହିଛି ୨୧ଟି ପ୍ରକୋଷ୍ଠ । ମଠ କଡ଼ରେ ଥିବା ନବାତ ଗଳି ଠାରୁ ୧୦ ମିଟର ପଛକୁ ରହିଛି ମଠ ପରିସୀମା। ନବାତ ଖାନା ଗଳିକୁ ମିଶାଇ ପ୍ରଶାସନ ଉଚ୍ଛେଦ କରିବାକୁ ସୋମବାର ମଠ ମହନ୍ତଙ୍କୁ ପ୍ରଶାସନ ପ୍ରାକ୍‌ ସୂଚନା ଦେଇଛନ୍ତି।।

ସନ୍ଧ୍ୟା ସୁଦ୍ଧା ମଠର ସରଜମିନ ମାପଚୁପ ଶେଷ ହୋଇଛି । ରେକର୍ଡ କହୁଛି ଗୁରୁ ନାନକଙ୍କ ପୁତ୍ର ଶ୍ରୀଚନ୍ଦ୍ର ଉଦାସୀନ ସମ୍ପ୍ରଦାୟ ମହନ୍ତ ୧୫୨୫ ମସିହାରେ ଏହି ମଠ ପ୍ରତିଷ୍ଠା କରିଥିଲେ। ସିଂହଦ୍ୱାର ସାମ୍ନାରେ ମହନ୍ତ ସନ୍ଥ ଚନ୍ଦ୍ର ପ୍ରଥମେ ଛତା ପକାଇ ମଠ ଆରମ୍ଭ କରିଥିଲେ। ବାରଜଣ ମହନ୍ତଙ୍କ ଏହା ପରେ ୧୭୨୨ ମସିହାରେ ମହନ୍ତ ମଙ୍ଗୁ ଦାସ ବର୍ତ୍ତମାନର ମଠ ନିର୍ମାଣ କରିଥିଲେ। ମହନ୍ତଙ୍କ ଗାଦି ଘରରେ ଏବେ ମଠର ଜଗମୋହନ ରୂପେ ବ୍ୟବହାର ହୋଉଛି। ବର୍ତ୍ତମାନ ଦ୍ୱିତୀୟ ମହଲାରେ ମହନ୍ତଙ୍କ ଗାଦି ଘର ରହିଛି। ମଠରେ ଭକ୍ତ ନିବାସରେ ୨୦ଟି ଭକ୍ତ ନିବାସ ଏବଂ ୨୧ଟି ଦୋକାନ ରହିଛି । ମଠ ମନ୍ଦିରରେ ପୂଜା ପାଉଛନ୍ତି ପତିତପାବନ। ମଠର ନିଜସ୍ୱ ମନ୍ଦିର ଅ।।ସ୍ଥାନରେ ବିଜେ କରିଛନ୍ତି ଉଦାସୀନ ସମ୍ପ୍ରଦାୟର ସନ୍ଥ ଶ୍ରୀଚନ୍ଦ୍ର ଗୁରୁ, ଶ୍ରୀକୃଷ୍ଣ, ହନୁମାନ, ଶ୍ରୀଲକ୍ଷ୍ମୀ, ଗଣେଶ ଆଦି ଦେବତା। ମଠର ମନ୍ଦିର ୨୦୧୩ରେ ନିର୍ମାଣ ଶେଷ ହୋଇଥିଲା। ଶ୍ରୀପଞ୍ଚମୀ ଦିନ ମଠ ମହନ୍ତ ବୈଦ୍ୟନାଥ ଦାସ ଏବର ମନ୍ଦିରକୁ ପ୍ରତିଷ୍ଠା କରିଥିଲେ।

ମଙ୍ଗୁ ମଠର ବର୍ତ୍ତମାନର ମହନ୍ତ ହେଉଛନ୍ତି ପୂର୍ବ ମହନ୍ତ ବୈଦ୍ୟନାଥ ଦାସଙ୍କ ଶିଷ୍ୟ ଭବାନୀ ଶଙ୍କର ଦାସ। ମହନ୍ତ ଭବାନୀ ଶଙ୍କର ଦାସ କହିଛନ୍ତି ପ୍ରଶାସନ ମଠକୁ ଅନେକ ପ୍ରତିଶ୍ରୁତି ଦେଇଛି। ମାପ କରିବା ପରେ ସବ୍‌ କଲେକ୍ଟର କହିଥିଲେ ମଠର ମନ୍ଦିର, ମଠ ମହନ୍ତଙ୍କ ଗାଦିକୁ ଉଚ୍ଛେଦ କରାଯିବ ନାହିଁ। ମଠର ପୂଜାସ୍ଥାନ ଏବଂ ମନ୍ଦିର ଆସ୍ଥାନକୁ ମିଶାଇ ୧୨ ହଜାର ବର୍ଗୁଟ ଇଲାକାରେ ମଠ ଠିଆ ହୋଇଛି। ମଠରେ ରହିଛି ୨୧ଟି ଦୋକାନ ଏବଂ ଭକ୍ତ ତଥା ଅନୁଗାମୀ ସନ୍ଥଙ୍କ ପାଇଁ ରହିଛି ୨୦ଟି ପ୍ରକୋଷ୍ଠ। ମଠ ମହନ୍ତଙ୍କ ଗାଦି ନୂତନ କୋଠାକୁ ଦେଖିବା ପରେ ପ୍ରଶାସନ ସୁରକ୍ଷା ପ୍ରସ୍ତାବ ଦେବ। ବର୍ତ୍ତମାନର ମଠ ମହନ୍ତ, ମଠ ଅନୁଗାମୀ ଓ କର୍ମଚାରୀଙ୍କ ପାଇଁ ଭକ୍ତ ନିବାସରେ ପାଞ୍ଚଟି ପ୍ରକୋଷ୍ଠ ରଖାଯାଇଛି ବୋଲି ପ୍ରଶାସନ ସୂଚନା ଦେଇଛି।

ମଙ୍ଗୁ ମଠ ମହନ୍ତଙ୍କ ପ୍ରତିକ୍ରିୟାରୁ ସୂଚନା ମିଳିଛି ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟାକୁ ପ୍ରଶାସନ ସହ ସମ୍ପୂର୍ଣ୍ଣ ସହଯୋଗ କରିବେ ମହନ୍ତ । ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନା ଦୋଳମଣ୍ଡପ ସାହି ରାସ୍ତା କଡରେ ରହିଥିବା ମଙ୍ଗୁ ମଠକୁ କେତେବେଳେ ଭଙ୍ଗାଯିବ ତାହାର କୌଣସି ସୂଚନା ପ୍ରଶାସନ ସୋମବାର ସନ୍ଧ୍ୟା ସୁଦ୍ଧା ଦେଇ ନ ଥିବା ମଠ ସୂତ୍ରରୁ ଜଣାପଡ଼ିଛି । ରଥଯାତ୍ରା ତଥା ଶ୍ରୀମନ୍ଦିରରେ ବିଭିନ୍ନ ଯାନିଯାତ୍ରା ବେଳେ ଉଦାସୀନ ସଂପ୍ରଦାୟର ସନ୍ଥମାନେ ମଠରେ ଅବସ୍ଥାନ କରିଥାନ୍ତି । ଅନ୍ୟ ସମୟରେ ଭକ୍ତମାନେ ମଧ୍ୟ ମଠର ଭକ୍ତ ନିବାସରେ ରିଥାନ୍ତି । ଏହି ମଠକୁ ଭାଙ୍ଗିବାକୁ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ଶ୍ରୀଜିଉଙ୍କ ପାଇଁ ନୂଆ ଅଳଙ୍କାର : ମୁମ୍ବାଇର ଜଣେ ଭକ୍ତ ଦେବେ ୫ କିଲୋ ସୁନା, ଡିଜାଇନ୍ ପ୍ରସ୍ତୁତ

ଆତଙ୍କବାଦୀ ଲିଙ୍କ୍ ନୁହେଁ, ବନ୍ଧୁକ ଚାଲାଣ ଲିଙ୍କ୍‌ରେ ଉଠାଇଛି NIA : ପୋଲିସ କମିଶନର

ବିବାହକୁ ଅକ୍ଷୁଣ୍ଣ, ସ୍ଥାୟୀ କରିବାକୁ ବର୍ଷାଙ୍କ ପିଟିସନ୍‌; ଅନୁଭବଙ୍କୁ ପରିବାର ଅଦାଲତରୁ ନୋଟିସ୍‌

ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା