ପ୍ରମୁଖ ଖବର
  • ରାଜଧାନୀରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ବାର୍ ଡ୍ୟାନ୍ସରଙ୍କ ମୃତଦେହ ଉଦ୍ଧାର
  • ||
  • ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ୫ ଅଭିଯୁକ୍ତ ଗିରଫ
  • ||
  • ନୀଳଗିରି ବିଜେପିର ମିଶ୍ରଣ ପର୍ବ, ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ବିଜେପିରେ ମିଶିଲେ ଶତାଧିକ ଯୁବକର୍ମୀ
  • ||
  • ଅନ୍ତିମ ଲଢ଼େଇ ପାଇଁ ପ୍ରଚାର ଶେଷ: ଶନିବାର ୫୭ ଲୋକସଭା ଆସନରେ ୯୦୪ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା
  • ||
  • ଅଟୋରେ ଚୋର ଗ୍ୟାଙ୍ଗ୍‌କୁ ବୋହୁଥିଲେ ଟୁଙ୍ଗୁରୁ, ବାନ୍ଧିଲା ପୋଲିସ, ଆଜି ହେବେ କୋର୍ଟ ଚାଲଣ
  • ||
  • ଜମ୍ମୁ-କାଶ୍ମୀରରେ ସେନା-ପୁଲିସ ସଂଘର୍ଷ,୩ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ସମେତ ୧୬ ଜଣଙ୍କ ନାମରେ ମାମଲା
  • ||
  • ନରୱେ ଚେସ୍: ପ୍ରଜ୍ଞାନନ୍ଦାଙ୍କ ଐତିହାସିକ ବିଜୟ, ବିଶ୍ୱର ୧ନଂ ଖେଳାଳି କାର୍ଲସେନଙ୍କୁ ହରାଇ ଶୀର୍ଷରେ
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ୩୫ ଦିନ ପରେ ରେବନ୍ନାଙ୍କୁ ବାନ୍ଧିଲା SIT, କୋର୍ଟରେ ହେବ ହାଜର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ୨୧ ଦିନ ଭିତର ଚନ୍ଦନ ଯାତ୍ରା, ଜୁନ୍ ୨ରେ ଜଳକ୍ରୀଡ଼ା ଏକାଦଶୀ ନୀତି
  • ||
  • ନିର୍ବାଚନ ପ୍ରଚାରରେ ଲାଗିଲା ବ୍ରେକ୍, ଶନିବାର ୬ ଲୋକସଭା ଓ ୪୨ ବିଧାନସଭା ସିଟ୍‌ରେ ମତଦାନ
  • ||
  • ନିର୍ଘାତ ତାତିରେ ଛଟପଟ: ଦିନକରେ ୩୨ ଅଂଶୁଘାତ ମୃତ୍ୟୁ ! ଜୁନ୍‌ ୧୦ ଯାଏ ଜଳିବ ପଶ୍ଚିମ ଓଡ଼ିଶା
  • ||

ରଥଖଳା ହାଲ୍‌ଚାଲ୍‌.. ଆଜି ସୂତା ବାଡ଼ିଆ ଓ ବିନ୍ଧ ଅନୁକୂଳ କରିବେ

ପୁରୀ,୧୬/୦୫: ଦିନକୁ ଦିନ ଗତି ଧରୁଛି ରଥ ନିର୍ମାଣ । ବୁଧବାର ସନ୍ଧ୍ୟା ସୁଦ୍ଧା ରଥ ଖଳାରେ ୪୨ ତୁମ୍ବ ଗୋଲେଇ ସରିଛି ।  ଗୁରୁବାର ରଥ ଖଳାରେ ତୁମ୍ବରେ ସୂତା ବାଡ଼ିଆ ହେବ । ଏଥିରେ ପାହି ମହାରଣା ଓ ସୂତାର ମହାରଣାଙ୍କ ପ୍ରମୁଖ ଭୂମିକା ରହିବ । ଅପରାହ୍ନରେ ତୁମ୍ବରେ ବିନ୍ଧ ଅନୁକୂଳ ନେଇ ପ୍ରସ୍ତୁତି ଚାଲିଛି । ତିନି ରଥର ମୁଖ୍ୟ ବିଶ୍ୱକର୍ମା ବିନ୍ଧ ଅନୁକୂଳ କରିବେ । ବୁଧବାର ଅପରାହ୍ନରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରଥ ଖଳା ପରିଦର୍ଶନ କରିବା ସହ ରଥ ନିର୍ମାଣ କାର୍ଯ୍ୟ  ଅନୁଧ୍ୟାନ କରିଥିଲେ ।  

ବୁଧବାର ସନ୍ଧ୍ୟା ସୁଦ୍ଧା ତିନି ରଥର ମୋଟ  ୪୨ ଗୋଟି ତୁମ୍ବର ଗୋଲେଇ ତଥା ମଠା  କାର୍ଯ୍ୟ ଶେଷ ହୋଇଛି । ଏହାପରେ  ତୁମ୍ବରେ ସୂତା ମରା ଓ ବିନ୍ଧ ଖୋଦେଇ ହେବ । କରତି ସେବକମାନେ ତୁମ୍ବର ଘେର କାଟି ତିନି ରଥ ବିଶ୍ୱକର୍ମାଙ୍କୁ ଯୋଗାଇବେ । ସୂତାବାଡ଼ିଆ ପରେ ତୁମ୍ବର  ବଳକା ଅଂଶର ଠେକ ତୁଲିଆ କାର୍ଯ୍ୟ  ହେବ । ପରେ ମାପ ଚୁପ ହୋଇ ବିନ୍ଧ  ଅନୁକୂଳ ହେବ । ବିନ୍ଧରେ ଅର ଖଞ୍ଜାଯିବ । ସେଥିରେ ପହି ଯୋଡ଼ାଯାଇ ଚକ ତିଆର  ହେବ । ଗୋଟିଏ ତୁମ୍ବରେ ୪ଗୋଟି ପହି  ଲାଗିବ । ସେପଟେ ଦୋଳବେଦିସ୍ଥିତ ୩ଟି  ଅସ୍ଥାୟୀ ଶାଳରେ ଓଝା ସେବକମାନେ ଅର  କଣ୍ଟା ଓ ପନ୍ଦାରି ଆଦି ତିଆରୁଛନ୍ତି । 

ବୁଧବାର ରଥ ନିର୍ମାଣରେ ୪୭ ଜଣ ବିଶ୍ୱକର୍ମା, ୯  ଓଝା, ୪ କରତି ଓ ୨୭ ଭୋଇ ସେବକ,  ୧ ତୁମ୍ବ ବିନ୍ଧ କାରିଗର ଓ ରଥ ଖଳା ସହାୟକଙ୍କୁ ମିଶାଇ ମୋଟ ୮୯ ଜଣ  ରଥ ନିର୍ମାଣ ନିୟୋଜିତ ଥିବା ଶ୍ରୀମନ୍ଦିର ପ୍ରଶାସନ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.