ରଥଖଳା: ୨୧ରୁ ୧୯ ଅଖ କାମ ଶେଷ, ଚାଲିଛି ଚାରିନାହାକା କାମ…

ପୁରୀ,୨୩/୫:ରଥ କାମରେ ଚଳଚଞ୍ଚଳ ବଡ଼ଦାଣ୍ଡ ରଥଖଳା । ବେଶ୍‌ ତତ୍ପରତାର ସହ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ। ଅଖ ଓ ଚକ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥର ୨୧ଟିରୁ ୧୯ଟି ଅଖ କାର୍ଯ୍ୟ ସରିଛି । ତାଳଧ୍ୱଜ ରଥର ସମସ୍ତ ୭ଟି ଅଖ, ଦର୍ପଦଳନ ରଥର ସମସ୍ତ ୬ଟି ଓ ନନ୍ଦିଘୋଷ ରଥର ମୋଟ ୮ଟି ଅଖରୁ ୬ଟି ସମ୍ପୂର୍ଣ୍ଣ ହୋଇଛି । ଅନ୍ୟ ଦୁଇଟି ଅଖ କାମ ଚାଲିଛି ।

ରଥତ୍ରୟର ମୋଟ ୪୨ ଚକ ମଧ୍ୟରୁ ଶୁକ୍ରାବର ଦିନ ୩୧ଟି ଚକ କାର୍ଯ୍ୟ ଶେଷ ହୋଇଯାଇଛି । ତିନି ରଥର ଚାରିନାହାକା ଅନୁକୂଳ ହୋଇ ଜୋରସୋରରେ କାମ ଚାଲିଛି । ବିଶ୍ୱକର୍ମାମାନେ ଗରଗରା ହାଣି ପ୍ରସ୍ତୁତ କରୁଛନ୍ତି । ତିନି ରଥର ୨ଟି ଲେଖାଏଁ ଗରଗରା କାମ ଚାଲିଛି । ସ୍ନାନ ପୂର୍ଣ୍ଣିମାରେ ଗରଗରା ଉପରେ ଚାରିନାହାକା ଉଠିବାର ପରମ୍ପରା ରହିଛି । ଦୋଳବେଦି ପରିସରରେ କରତୀ ସେବକମାନେ ଗୟଳ ଚିରଟ କରୁଛନ୍ତି । ୬ଟି ଗୟଳ ମଧ୍ୟରୁ ୨ଟି ଗୟଳ ଚିରଟ କାର୍ଯ୍ୟ ସାରିଛନ୍ତି କରତୀ ସେବକ ।

ଓଝା ସେବକମାନେ ଦୋଳବେଦି ଶାଳରେ କଣ୍ଟା ପ୍ରସ୍ତୁତ କରୁଛନ୍ତି । ୨୦ ଏମ୍‌ଏମ୍‌ ମୋଟେଇ କଣ୍ଟାରେ ଓଝା ସେବକମାନେ ଚଉରସ ଓ ଆଗପାତେଳି କଣ୍ଟା ତିଆରୁଛନ୍ତି ।ରଥଖଳାରେ ରୂପକାରମାନେ ଗୁଜରେ ସିଂହବିରାଳ ମୂର୍ତ୍ତି ଖୋଦେଇ କରୁଛନ୍ତି । ସକାଳେ କାମରେ ଯୋଗଦେବା ପୂର୍ବରୁ ନିର୍ମାଣକାରୀଙ୍କ ଥର୍ମାଲ ସ୍କ୍ରିନିଂ ହୋଇଥିଲା । ସମସ୍ତ ନିର୍ମାଣକାରୀ ସେବକ ସୁସ୍ଥ ଥିବା ଏପିଆର୍‌ଓ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ହାତୀ ପରେ ଏବେ ଗାଈ: ଗର୍ଭବତୀ ଗାଈକୁ ଦେଲେ ବିସ୍ଫୋରକ ଭର୍ତ୍ତି ଖାଦ୍ୟ, ଅଭିଯୁକ୍ତ ଗିରଫ

ମାଟି ତଳୁ ମିଳିଲା ଶହ ଶହ ଆଧାର କାର୍ଡ: ଲୋକଙ୍କୁ ନଦେଇ ଘର ପଛପଟେ ପୋତି ଦେଇଥିବା ଅଭିଯୋଗ

୧୫ ଅଗଷ୍ଟ ପରେ ଖୋଲିବ ସ୍କୁଲ-କଲେଜ୍, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଘୋଷଣା

ଭଲ ଖବର: ୧୮ଟି ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୧୭୮ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଅବଢ଼ା ଟିକେ ପାଇବାକୁ ମନ… କେବେ ବାହାରିବ ଅନନ୍ତବାସୁଦେବଙ୍କ ପ୍ରସାଦ

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା