ପ୍ରମୁଖ ଖବର
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ଚଳିତ ବର୍ଷ କାର୍ତ୍ତିକରେ ଶ୍ରୀକ୍ଷତ୍ର ପୁରୀରେ ହବିଷ୍ୟାଳୀଙ୍କୁ ମନା- ନ ଆସିବା ପାଇଁ କହିଲେ ପୁରୀ ପ୍ରଶାସନ

ଚଳିତବର୍ଷ କୋଭିଡ଼ ମହାମାରୀ ଯୋଗୁ ଶ୍ରୀକ୍ଷେତ୍ରକୁ କାର୍ତ୍ତିକ ମାସରେ ହବିଷ୍ୟାଳୀ ମାନେ ନଆସିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଉପଜିଲ୍ଲାପାଳ ଭବତାରଣ ସାହୁ ଏ ନେଇ ଅନୁରୋଧ କରିଛନ୍ତି। ଶ୍ରୀକ୍ଷେତ୍ରକୁ ହବିଷ୍ୟାଳୀ ମାନେ ଆସିଲେ ବୟସ୍କ ବ୍ୟକ୍ତିଙ୍କୁ କୋଭିଡ଼ ବ୍ୟପିବାରେ ଆଶଙ୍କା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଶିବିର ବନ୍ଦ ରହିଛି।

ଗତ କିଛି ବର୍ଷ ହେବ କାର୍ତ୍ତିକ ମାସରେ ହବିଷ୍ୟାଳୀ ମାନଙ୍କ ମାଗଣାରେ ରହିବା ଓ ମହାପ୍ରସାଦ ସେବନ ନେଇ ସ୍ୱତନ୍ତ୍ର ଶିବିର ଖୋଲୁଥିଲେ। ତେବେ ଚଳିତବର୍ଷ କୋଭିଡ଼ ମହାମାରୀ ସ୍ଥିତି ଯୋଗୁ ଏହା ବନ୍ଦ ରହିଛି।

{"id":165653,"sizeSlug":"large"}

ସୂଚନାଯୋଗ୍ୟ ଏକ ମାସ ପରେ ଶ୍ରୀମନ୍ଦିରରେ ଚଳିତ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶରେ ମହାପ୍ରଭୁ ସଜେଇ ହେବେ । ଭକ୍ତ ବେଶ ଦର୍ଶନ  କରିପାରିବେନି । ଏହି ବେଶ ଲାଗି ଆଭୂଷଣ ପ୍ରସ୍ତୁତି ଅନୁକୂଳ ଦଶହରାରେ ହୋଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରିବା ପରେ ଏହି ବେଶ ପ୍ରସ୍ତୁତିର ଅନୁକୂଳ ପର୍ବ ସମ୍ପନ୍ନ ହୋଇଛି । ହରଚଣ୍ଡୀସାହି ସ୍ଥିତ ଚକ୍ରକୋଟ ଜାଗାରେ ବେଶ କରିବାର ଅଧିକାର ପ୍ରାପ୍ତ ସେବକ ବଳରାମ ଖୁଣ୍ଟିଆ ପୂଜାର୍ଚ୍ଚନା କରିଥିଲେ ।

  ୨୦୨୦ ନଭେମ୍ବର ୨୭ତାରିଖ ମଳ ତ୍ରୟୋଦଶୀରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ବଡ଼ଦେଉଳରେ ସମ୍ପନ୍ନ ହେଉଛି । ଚକ୍ରକୋଟ୍‌ ଜାଗାଠାରେ ସମ୍ପୃକ୍ତ ସେବକ ହୋମଯଜ୍ଞ ବିଧି କରିବା ପରେ ଅସ୍ତ୍ର, ଆୟୁଧ ପୂଜା ସାରିଥିଲେ । ପୂଜା ବିଧି ବେଳେ ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର ନୀତି ପ୍ରଶାସନ ଉପସ୍ଥିତ ଥିଲେ । ଚଳିତ ବର୍ଷ କାର୍ତ୍ତିକ ପଞ୍ଚୁକ ଛଅ ଦିନ ପଡିଛି । ପଞ୍ଚୁକ ତୃତୀୟ ଦିବସରେ ମହାପ୍ରଭୁଙ୍କ ଏହି ବେଶ ସମ୍ପନ୍ନ କରାଯିବ ।

ଏହି ବେଶ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ରେକର୍ଡ ଅଫ୍‌ ରାଇଟ୍‌ସ (ଆରଓଆର) ମୁତାବକ ବେଶ ଆଭୁଷଣ ପ୍ରସ୍ତୁତ କରିବାକୁ ବଳରାମ ଖୁଣ୍ଟିଆଙ୍କୁ ଅନୁମତି ପ୍ରଦାନ କରିଛି । ସ୍ମରଣୀୟ ବଡ଼ଦେଉଳରେ ଏହା ପୂର୍ବରୁ ୧୯୯୪ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ  ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇଥିଲେ ।

ଉଲ୍ଲେଖନୀୟ ଜାଗା ଆଖଡାଗୁଡିକରେ ହେଉଥିବା ନାଗା ବେଶର ସମସ୍ତ ବେଶ ଆଭୁଷଣ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିହୋଇଥାଏ । ପ୍ରଭୁଙ୍କ ନାଗାର୍ଜନ ବେଶରେ ଢାଲ, ଖଣ୍ଡା, ଧନୁ ଓ ତୀର ସଂଯୁକ୍ତ ପଟି, ରୁପା ଓ ସୁନା ଉପରେ ଫୁଲ ଲାଗିଥିବା ହାଣ୍ଡିଆ, ବାଘ ଛାଲ, ୧୭ ହତିଆର (ବାଗା, ଧୁନୁତୀର, ଖଣ୍ଡା, ଭୁଜାଲି, ଫାର୍ସା, ତେଣ୍ଟା, ଭାଲ୍ଲା, ଛୁରୀ, କଟାରୀ ଆଦି), ରାମରଜ, ଓଳମାଳ, ଦୁଇ କାନ୍ଧରେ କଳିକି, ହରିଡା ମାଳି, ବାଘନଖ, ଚଅଁର, ଦାଢ଼ି, ନିଶ ଆଦି ଆଭୂଷଣ ଲାଗି ହୋଇଥାଏ ା ଏହି ତଥ୍ୟ ସାତ ସାହି ପୂଜା କମିଟିରୁ ମିଳିଛି ।

ତେବେ ମହାପ୍ରଭୁଙ୍କ ବେଶରେ ଆଉ କିଛି ସ୍ୱତନ୍ତ୍ର ଆକର୍ଷଣୀୟ ଆଭୂଷଣ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲାଗି ହେଉଥିବାର ଖବର ମିଳିଛି । ବେଶ ପ୍ରସ୍ତୁତି ଆରମ୍ଭ ହେବା ବେଳକୁ ସମ୍ପୃକ୍ତ ସେବକ ବେଶ ପାଇଁ ଆବଶ୍ୟକ କଞ୍ଚାମାଲ ଶୋଲ, ପଟିପତା ଆଦି ସଂଗ୍ରହ କରି ସାରିଛନ୍ତି । ବେଶ ଆଭୁଷଣ ଅନୁକୂଳ ପରେ ଏବେ ବେଶ ପ୍ରସ୍ତୁତି ଏବଂ ବେଶ ସମ୍ପାଦନ ନିମନ୍ତେ ଅବଗଣନା ଆରମ୍ଭ ହୋଇଛି । ଏହା ପୂର୍ବରୁ ୧୯୯୩ ଏବଂ ୧୯୯୪ରେ ମହାପ୍ରଭୁଙ୍କ ଏହି ବେଶ ଲାଗ ଲାଗ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.