ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୪ ବଙ୍ଗୀୟ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫ ଗାର୍ଡ୍

ପୁରୀ, ୦୬|୦୨:  ପୁରୀ ଚୈତନ୍ୟ ଛକ ସମୁଦ୍ର ବେଳାଭୂମି ନିକଟରେ ଏ ଅଘଟଣ ଘଟିଛି। ପଶ୍ଚିମବଙ୍ଗରୁ ବୁଲି ଆସିଥିବା 4ଜଣ ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଇଛନ୍ତି।

ତେବେ ଲାଇଫ ଗାର୍ଡଙ୍କ ପାଇଁ ସେମାନେ ବଞ୍ଚି ଯାଇଛନ୍ତି। ପଶ୍ଚିମବଙ୍ଗରୁ ପୁରୀ ବୁଲି ଆସିଥିବା ୨ଟି ପରିବାରର ୪ଜଣ ସମୁଦ୍ରରେ ଗାଧୋଉଥିଲେ। ସେତିକି ବେଳେ ସମୁଦ୍ରରେ ଏକ ବଡ଼ ଲହଡି ଆସିବାରୁ ସେମାନେ ଭାସି ଯାଇଥିଲେ। ବେଳାଭୂମିରେ ନିଯୁକ୍ତ ଲାଇଫ ଗାର୍ଡ ତୁରନ୍ତ ସମୁଦ୍ରକୁ ଲମ୍ଫ ମାରି ୪ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଉଦ୍ଧାର ହୋଇଥିବା ଦମ୍ପତି ହେଲେ ଗୋବିନ୍ଦ ଧରା ଓ ତାଙ୍କ ପତ୍ନୀ ତନୁଶ୍ରୀ। ସେହିପରି ଆଉ ଜଣେ ଦମ୍ପତି ହେଲେ ବାବୁଲା ମାଲାକାର ଓ ତାଙ୍କ ପତ୍ନୀ ଜୁମା। ଉଦ୍ଧାର ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନେ ସୁସ୍ଥ ଥିବା ଜଣାପଡିଛି।

   ସମ୍ବନ୍ଧିତ ଖବର


ରାଜ୍ୟର ଆଉ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି

ପାର୍କରେ ଟିକ୍‌ଟକ୍: ବାଥରୁମ୍‌ରେ ଡ୍ରେସ୍ ଚେଞ୍ଜ କରି କରୁଥିଲେ ଭିଡିଓ ସୁଟ୍, ଉଠାଇ ନେଲା ପୁଲିସ

ବଢ଼ୁଛି ‘ଓୟୋ’ର କାରସାଦି: ରାତିରାତି ବଦଳିଲା ନିୟମ, ଚିନ୍ତାରେ ବିଲ୍ଡିଂ ମାଲିକ ଓ କର୍ମଚାରୀ…

ସ୍ନାନଯାତ୍ରା ଦର୍ଶନ ନେଇ ମାମଲା: ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

‘ସୁନା କୂଅ’ର ଜଳ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି

ଅର୍ଜୁନ ପୁରସ୍କାର ପାଇଁ ବୀରେନ୍ଦ୍ରଙ୍କ ନାମ ସୁପାରିସ କଲେ ରାଜ୍ୟ ସରକାର