PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

୨୦୨୦ରେ ଓଡ଼ିଶାର ଉନ୍ନତି ଓ ଦେଶର ପ୍ରଗତି ହେଉ: ଧର୍ମେନ୍ଦ୍ର

ପୁରୀ ୦୧/୦୧: ଦୁଇଦିନିଆ ପୁରୀ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଂରାଜୀ ନବବର୍ଷ ଦିନକ ପୂର୍ବରୁ ମଙ୍ଗଳବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ନୂଆବର୍ଷରେ ଓଡ଼ିଶାବାସୀଙ୍କ ପାଇଁ ମହାପ୍ରଭୁଙ୍କ ନିକଟରେ ମଙ୍ଗଳ କାମନା କରିବା ସହ ୨୦୨୦ରେ ଓଡ଼ିଶା ଉନ୍ନତି ଓ ଦେଶର ପ୍ରଗତି ହେଉ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ସମୟ ଅନୁସାରେ ପୁରୀର ରୂପ ବଦଳୁଛି । ଆଗାମୀ ଦିନରେ ସ୍ଥାନୀୟ ସମାଜ ତଥା ପୁରୀ ଅଞ୍ଚଳର ଧର୍ମାଚାର୍ଯ୍ୟଙ୍କ ସହଯୋଗରେ ଶ୍ରୀମନ୍ଦିର ଆହୁରି ସୌନ୍ଦର୍ଯ୍ୟକରଣ କରାଯିବା ସମସ୍ତଙ୍କ ଦାୟିତ୍ୱ । ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସୁନ୍ଦର କରାଯାଇ ପୁରୀ, କୋଣାର୍କ, ଚିଲିକା, ସାକ୍ଷୀଗୋପାଳ, କାକଟପୁର ମା ମଙ୍ଗଳା ଏବଂ ରଘୁରାଜପୁରର ପଟ୍ଟଚିତ୍ର ତଥା ଧାର୍ମିକ ଭାବନା ସହ ଜଡ଼ିତ ପର୍ଯ୍ୟଟନ କ୍ଷେତ୍ରକୁ ବଢ଼ାଇବା ସମସ୍ତଙ୍କ ଦାୟିତ୍ୱ ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି, ୨୦୧୯ ବର୍ଷରେ ବିଶ୍ୱର ସମସ୍ତଙ୍କ ପ୍ରତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଲା । ଅନୁରୂପ ଭାବେ ୨୦୨୦ ବର୍ଷ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିବା ନେଇ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ନିକଟରେ କାମନା କରିଛନ୍ତି । ୨୦୨୦ରେ ଓଡ଼ିଶା ଅଧିକ ସ୍ୱୟଂସମ୍ପନ୍ନ ହେଉ ଏବଂ ଓଡ଼ିଆ ଲୋକମାନଙ୍କ ଜୀବନରେ ସୁଖ ,ସ୍ୱାଚ୍ଛନ୍ଦ୍ୟ ଆସୁ । ବିନା ବିବାଦରେ ସବୁ କାମସୁଚାର ରୂପେ ସମ୍ପାଦିତ ହେଉ । ଜଣେ ଭକ୍ତ ଭାବରେ ମୋର ଇଛା ରତ୍ନଭଣ୍ଡାର ଖୋଲାଯାଉ, କିନ୍ତୁ ତାହା ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ଅନ୍ୟ ଏକ ପୃଥକ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି । ୨୦୨୦ରେ ଓଡ଼ିଶାକୁ ଆହୁରି ବଡ଼ କରିବାର ଆଶା ଓ ଆକାଂକ୍ଷା ରହିଥିବା ସେ ପ୍ରକାଶ କରିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ପୁରୀ ଗସ୍ତ ଅବସରରେ ଶ୍ରୀ ପ୍ରଧାନ ମହୋଦଧି ମହାବୀର କ୍ଲବ୍‌ଠାରେ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ଦ୍ୱାରା ଆନୁଷଙ୍ଗିକ ସମ୍ବଳିତ ସର୍ବସାଧାରଣ ପାଠାଗାରର ଲୋକାର୍ପଣ କରିଥିଲେ । ଏହି ଅବସରରେ ବହୁ ବରିଷ୍ଠ ନେତା ଓ ଅଧିକାରୀ ଉପସ୍ଥିତ ଥିଲେ ।