PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଶୌଚାଳୟ ଖୋଜି ନୟାନ୍ତ ହେଲେ ବିଦେଶୀ ପର୍ଯ୍ୟଟକ, ବଡଦାଣ୍ଡରେ ମିଳିଲାନି ମୌଳିକ ସୁବିଧା

ପୁରୀ ୧୨/୧୨: ବିଶ୍ୱ ପ୍ରସିଦ୍ଧ ପୁରୀ ସହର । ଦେଶ ବିଦେଶରୁ ପର୍ଯ୍ୟଟକ ଏଠାରେ ପହଞ୍ଚୁଛନ୍ତି । ହେଲେ ନାହିଁ ଏଠାରେ ମିଳୁଛି ମୌଳିକ ସୁବିଧା କିମ୍ବା ଭଲ ବ୍ୟବହାର। ସୁଦୂର ଜର୍ମାନୀ ଦେଶରୁ ଆସିଥିବା ୨ଜଣ ପର୍ଯ୍ୟଟକଙ୍କ ମନ୍ତବ୍ୟ ଯେତିକି ବ୍ୟଥିତ କରୁଛି ପୁରୀସହର ପାଇଁ ସେତିକି ଲଜ୍ଜାଜନକ। ଶ୍ରୀମନ୍ଦିର ପାଶ୍ୱର୍ରେ ବୁଲୁଥିଲେ ଜର୍ମାନୀର ଫେଲିକ୍ସ ଓ ତାଙ୍କ ବାନ୍ଧବୀ ଏଲିନା। ଅଧ ଘଣ୍ଟାକାଳ ଖୋଜିଲେ ଶୌଚାଳୟ। ଅନେକଙ୍କୁ ଶୌଚାଳୟ କେଉଁଠି ପଚାରିଲେ। ଲଜିଂ ଓ ହୋଟେଲ ଦ୍ୱାର ମୁହଁରେ ନେହୁରା ହେଲେ। ହେଲେ କେହି ତାଙ୍କୁ ଶୌଚାଳୟ ବ୍ୟବହାର କରିବାକୁ ଦେଲେ ନାହିଁ । ସମସ୍ତେ ତଡ଼ି ଦେଲେ ।

ବୁଧବାର ଅପରାହ୍ନ ସାଢେ ୨ଟା । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ବୁଲୁଥିଲେ ଫେଲିକ୍ସ, ଏଲିନା । ପେସାରେ ଫେଲିକ୍ସ ଜଣେ ଆଇନ୍‌ଜୀବୀ ଓ ଏଲିନା ଜଣେ ଭାଷା ବିଜ୍ଞାନର ଛାତ୍ରୀ। ଫଳ କିଣି ଥିଲେ । ଜଳଖିଆ ଖାଇ ଚା ମଧ୍ୟ ପିଇ ଥିଲେ । ପୁଣି ଶ୍ରୀମନ୍ଦିର ପାଶ୍ୱର୍ ସେଲୁନ୍‌ରେ ଦାଢି ମଧ୍ୟ କାଟିଥିଲେ। ଏସବୁରେ ପ୍ରାୟ ୨ଘଣ୍ଟା ବିତିଥିଲା । ଇତି ମଧ୍ୟରେ ଉଭୟଙ୍କୁ ଜରୁରି ପଡ଼ିଥିଲା ଶୌଚାଳୟ । ହେଲେ ଶୌଚାଳୟ ବ୍ୟବହାର କରି ନପାରି ବେଶ୍‌ ଅଧ ଘଣ୍ଟା କାଳ ଛଟପଟ ହୋଇଥିଲେ ।

ଫେଲିକ୍ସ କୁହନ୍ତି ଗାଇଡ୍‌ ଦେଖି ପୁରୀସହର ବୁଲିବାକୁ ଯୋଜନା କରିଥିଲୁ । ସେହି ଅନୁସାରେ ପୁରୀ ସମୁଦ୍ରକୂଳ ବୁଲିଲୁ। ନୋଳିଆ ସମ୍ପ୍ରଦାୟର ଜୀବନ ଶୈଳୀ ଦୁଖିଲୁ । ଶ୍ରୀମନ୍ଦିର ପାଇଁ ପୂରା ଗୋଟିଏ ଦିନ ରଖିଥିଲୁ। ଏହିଠାରେ ପ୍ରାୟ ୨ଘଣ୍ଟା ବିତାଇଲୁ। ସ୍ଥାନୀୟ ଦୋକାନୀଙ୍କ ଠାରୁ କିଣି ଖାଇଲୁ । ହେଲେ ଶୌଚାଳୟ ଖୋଜିଲାରୁ ପାଇଲୁ ନାହିଁ। ଅନେକ ଲୋକଙ୍କୁ ପଚାରିଲୁ। କେହି କହିଲେ ନାହିଁ ଶୌଚାଳୟର ଠିକଣା। ଅନେକ ଲଜିଂ ଓ ହୋଟେଲକୁ ଯାଇ ପଚାରିଲୁ । କେହି ଅନୁମତି ଦେଲେ ନାହିଁ ତାଙ୍କ ଶୌଚାଳୟ ବ୍ୟବହାର କରିବାକୁ।ଶ୍ରୀମନ୍ଦିର ପଛ ମାର୍କେଟ ଦେଇ ଆସୁଥିଲୁ । ଜଣେ ହାଲୋ କହିବାରେ ତାଙ୍କୁ ପଚାରିଲୁ । ସେଠାରୁ ସୂଚନା ପାଇ ସୁଲଭ ଶୌଚାଳୟକୁ ଗଲୁ । କିନ୍ତୁ ଅଧଘଣ୍ଟା କାଳ ଆମ୍ଭେ ଭୀଷଣ କଲବଲ ହୋଇଥିବା କହିଛନ୍ତି ଉଭୟ ଏଲିନା ଓ ଫେଲିକ୍ସ ।

ଶ୍ରୀମନ୍ଦିର ବିଶ୍ୱ ପ୍ରସିଦ୍ଧ। ସାରା ବିଶ୍ୱର ଲୋକ ଏଠାକୁ ଆସନ୍ତି। ଏଠାରେ ଶୌଚାଳୟ ନମିଳିବା ଆମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କରିଥିବା କହିଛନ୍ତି ଫେଲିକ୍ସ ଓ ଏଲିନା । ତେବେ ଏଭଳି ଘଟଣା ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ଅପାରଗତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ପୁରୀବାସୀଙ୍କୁ ଲଜ୍ଜା ଦେଇଛି । ପ୍ରତିଦିନ ହଜାର ହଜାର ଦର୍ଶନାର୍ଥୀ ଶ୍ରୀମନ୍ଦିରକୁ ଆସୁଛନ୍ତି । ବିଦେଶୀମାନେ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରୁ ନଥିଲେ ମଧ୍ୟ ବେଶ୍‌ ଆଗ୍ରହରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ବୁଲୁଛନ୍ତି । ଏଭଳି ସ୍ଥଳେ ପର୍ଯ୍ୟାପ୍ତ ଶୌଚାଳୟ ନରହିବା ତଥା ନିକଟସ୍ଥ ଲୋକଙ୍କ ଆତିଥେୟତା ଉଣା ରହିବା ଦର୍ଶନାର୍ଥୀଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରୁଛି ।

ସମ୍ବନ୍ଧିତ ଖବର