PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଶ୍ରୀମନ୍ଦିର ଚୌହଦିରେ ସବୁଜ ବଳୟ ସୃଷ୍ଟି ପାଇଁ ଆସିଲା ୧୫ ଶହ ଗଛ,୩୦ ତାରିଖ ସୁଦ୍ଧା ଲାଗିବ

ପୁରୀ ୧୮/୧୨: ଶ୍ରୀମନ୍ଦିର ଚୌହଦିର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁରକ୍ଷା ଜୋନରେ ସବୁଜ ବଳୟ ସୃଷ୍ଟି ନିମନ୍ତେ ପୁରୀରେ ପହଞ୍ଚିଛି ୧୫ ଶହ ଗଛ । ଏହି ଗଛକୁ ମାଟି ଦେଇ କଣ୍ଟେନରରେ ଠିଆ କରାଯାଉଛି । ନାନା କିସମର ଫୁଲ, କ୍ରୋଟନ୍‌ ତଥା ଡେକୋରେଟିଭ ଗଛ ପୁରୀରେ ପହଞ୍ଚିଛି । ସବୁଜୀକରଣ ପ୍ରକ୍ରିୟା ଡିସେମ୍ବର ୩୦ ତାରିଖ ସୁଦ୍ଧା ଶେଷ କରାଯିବ ବୋଲି ସୂଚନା ମିଳିଛି ।

ପଶ୍ଚିମ ଦ୍ୱାର ବା ବ୍ୟାଘ୍ର ଦ୍ୱାର ସାମନାରେ ଓ ସୁରକ୍ଷା ଜୋନ ଚୌହଦିରେ ସଜାଇ ରଖାଯିବ । ଗଛ ତଳେ ଦର୍ଶନାର୍ଥୀଙ୍କ ବିଶ୍ରାମ ଗାଦି ନିର୍ମାଣ ହେବ । ଗଛ ମଝିରେ ପଥର ନିର୍ମିତ ତୋରଣ ମାନ ସ୍ଥାପନ କରାଯିବ । ଜଙ୍ଗଲ ପରିସରରେ ପୁରୀ ମଠ ସଂସ୍କୃତିର ପୁରାତନ ଐତିହ୍ୟକୁ ବହନ କରୁଥିବା ମଠ ସମୂହର ଆରାଧ୍ୟ ଦେବତାଙ୍କ ମନ୍ଦିର ରହିବ । ମଠ ମନ୍ଦିରଗୁଡ଼ିକର ସୌନ୍ଦର୍ଯ୍ୟକରଣ ହେବ । ଏହା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବ । ଏହି ସବୁଜିମା ଭିତରରେ ପୁରୀ ଐତିହ୍ୟର ଅପୂର୍ବ ମିଳିନର ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସୌନ୍ଦର୍ଯ୍ୟକରଣ ନିମନ୍ତେ ସ୍ଥପତି ପ୍ରସ୍ତୁତ କରିଥିବା ଡିଜାଇନ ମୁତାବକ ଗଛ ଲଗାଯିବ । ଗଛ ମଝିରେ ସୁକ୍ଷ୍ମ କାରୁକାର୍ଯ୍ୟ ଖୋଦେଇ ହୋଇଥିବା ପଥର ତୋରଣ ସ୍ଥାପନ ହେବ । ପଥର ତୋରଣ ନିର୍ମାଣ ପାଇଁ ପ୍ରଶାସନ କୁଣ୍ଡାପଥର ସଂଗ୍ରହ କରିବ। ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାର ୬ଟି ଖଣିରୁ କୁଣ୍ଡାପଥର ସଂଗ୍ରହ କରାଯିବ। ଏଥିପାଇଁ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରଣାଳୟ ରାଜ୍ୟ ଖଣି ନିଗମକୁ (ଓଏମ୍‌ସି) ଅନୁମତି ଦେଇଛି । ପଥର ଯୋଗାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଓଏମ୍‌ସି ମଧ୍ୟରେ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଛି । ପ୍ରଶାସନ ପକ୍ଷରୁ ଏହି ପଥର ସଂଗ୍ରହ କରିବାକୁ ପ୍ରସ୍ତୁତି ଚାଲିଛି ।

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥପତି ପ୍ରସ୍ତୁତ କରିଥିବା ପରିକଳ୍ପନାରେ ବ୍ୟାଘ୍ର ଦ୍ୱାର ପ୍ରବେଶ ପଥର ଗୋଟିଏ ପାଶ୍ୱର୍ରେ ଗଛ ଲାଗିବ । ସବୁଜିମା ସୀମାରେ ପଥଚାରୀଙ୍କ ପାଇଁ ୨୪ ମିଟର ଚଉଡ଼ାର ଚଲା ପଥ ବା ଶ୍ରୀମନ୍ଦିର ପରିକ୍ରମା ପଥ ନିର୍ମାଣ ହେବ । ପରିକ୍ରମା ପଥକୁ ଲାଗି ସୁକ୍ଷ୍ମ କାରୁକାର୍ଯ୍ୟ ଖେ।।ଦିତ ପଥର ପାଚେରି ନିର୍ମାଣ କରାଯିବ । ଏହି ପାଚେରିକୁ ଲାଗି ସର୍ବସାଧାରଣଙ୍କ ପାଇଁ ୧୫ ମିଟର ଚଉଡ଼ାର ରାସ୍ତା ରହିବ ।