PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ସ୍ମିତାରାଣୀ ହତ୍ୟାକାଣ୍ଡ, ରାମ୍‌କୋକୁ ଘଣ୍ଟ ଘୋଡାଉଛି ଶାସକ ଦଳ: ବିଜେପି

ଭୁବନେଶ୍ୱର ୨୧/୧୨: ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାରେ ରାମ୍‌କୋ କମ୍ପାନୀର ସିଧାସଳଖ ଲିଙ୍କ୍‌ ରହିଛି । ରାମ୍‌କୋର ଜବରଦଖଲ ବେଆଇନ୍‌ ଜମିକୁ ଆଇନସମ୍ମତ କରିବାକୁ ପିଇଓ ସ୍ମିତାରାଣୀଙ୍କୁ ଉପରେ ଚାପ ପ୍ରୟୋଗ କରାଯାଉଥିଲା । ଏଥିରେ ରାଜି ନହେବା ସ୍ମିତାରାଣୀଙ୍କ ପାଇଁ କାଳ ପାଲଟିଲା । ଯେଉଁଥିପାଇଁ ତାଙ୍କୁ ରଙ୍ଗଶାଳାରେ ଗଣଦୁଷ୍କର୍ମ କରାଯାଇ ମାରି ଦିଆଯାଇଛି । ବିଜେପି ପକ୍ଷରୁ ଏଭଳି ତଥ୍ୟ ଉପସ୍ଥାପନ କରାଯାଇଛି । ମାମଲାରେ ରାମ୍‌କୋକୁ ଘଣ୍ଟ ଘୋଡ଼ାଇବାକୁ ଶାସକ ଦଳ ଜୋର୍‌ ଲଗାଇଥିବା ଦଳ ଅଭିଯୋଗ କରିଛି ।  

ଦଳୀୟ ଦପ୍ତରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସୋନାଲି ସାହୁ ଅଭିଯୋଗ କରିଛନ୍ତି, ରାମ୍‌କୋ ଉକ୍ତ ଅଞ୍ଚଳରେ ବେଆଇନ ଭାବେ ଶହ ଶହ ଏକର ଜମି ଜବରଦଖଲ କରିଛି । ଜିଲ୍ଲାପାଳ, ଏସପି, ବିଡିଓ, ତହସିଲଦାର, ରାଜସ୍ୱ ଅଧିକାରୀଙ୍କ ହାତ ନଥାଇ ଏଭଳି ବେଆଇନ୍‌ କାମ ଅସମ୍ଭବ । ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାରେ ଆଇନ୍‌ ତା ବାଟରେ ଯିବ ବୋଲି ଶାସକଦଳ ଯୁକ୍ତି ବାଢ଼ୁଥିବା ବେଳେ ରାମ୍‌କୋକୁ ସୁରକ୍ଷା ଦେଉଛନ୍ତି ।

ଶାସକଦଳର ୪ ଜଣ ନିର୍ବାଚିତ ପ୍ରତିନିଧି ଘଟଣାଦିନ ରଙ୍ଗଶାଳାରେ ଥିଲେ ମଧ୍ୟ ପୁଲିସ ଖାଲି ରୁପେଶ ଭଦ୍ରକୁ ଗିରଫ କରିଛି । ରଙ୍ଗଶାଳାରେ ଥିବା ରାମ୍‌କୋର ବରିଷ୍ଠ ଅଧିକାରୀଙ୍କୁ ଜେରା ପାଇଁ ଡକାଯାଉନି । ତୁରନ୍ତ ହତ୍ୟାକାଣ୍ଡର ତଦନ୍ତଭାର ସିବିଆଇକୁ ଦେବାକୁ ଶ୍ରୀମତୀ ସାହୁ ଦାବି କରିଛନ୍ତି । ସମ୍ମିଳନୀରେ ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର