‘ପୁଷ୍ପା’ ପରେ ବଢିଲା ଅଲ୍ଲୁ ଅର୍ଜୁନଙ୍କ ଡିମାଣ୍ଡ, ଅଟଲିଙ୍କ ଫିଲ୍ମ ଲାଗି ଆସିଲା ୧୦୦କୋଟିର ଅଫର !

ନୂଆଦିଲ୍ଲୀ, ୨୪/୧ : ଫିଲ୍ମ ପୁଷ୍ପା: ଦ ରାଇଜର ସଫଳତା ପରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଡିମାଣ୍ଡ ବଢିବାରେ ଲାଗିଛି । ପୁଷ୍ପା ପରେ ଅଲ୍ଲୁ ଅର୍ଜୁନଙ୍କ ନିକଟକୁ ଏବେ କେବଳ ବଡ଼ ଫିଲ୍ମର ଅଫର ଆସୁଛି । ଏହାର ଶ୍ରେୟ ଅଲ୍ଲୁ ଅର୍ଜୁନଙ୍କ ପରିଶ୍ରମ ଏବଂ ତାଙ୍କର ଅଭିନୟକୁ ଯାଉଛି । ଆସନ୍ତୁ ଜାଣିବା ଅଲ୍ଲୁ ଅର୍ଜୁନ ତାଙ୍କର ଆଗାମୀ ଫିଲ୍ମ ଲାଗି କେତେ ଟଙ୍କାର ଚାର୍ଜ କରୁଛନ୍ତି ।
ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ଷ୍ଟାରର ଫିଲ୍ମ ପୁଷ୍ପା ବକ୍ସ ଅଫିସରେ ଭଲ କଲେକ୍ସନ କରି ପୂର୍ବରୁ ଥିବା କେତେକ ଫିଲ୍ମର ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମ ଦମଦାର୍ କଲେକ୍ସନ କରିବା ସହ ଫିଲ୍ମରେ ଅଭିନୟ କରିଥିବା ଷ୍ଟାରମାନଙ୍କ ଭାଗ୍ୟ ଚମକାଇଛି । ପୁଷ୍ପାରେ ଲୋକମାନଙ୍କୁ ଅଲ୍ଲୁ ଅ୍ରର୍ଜୁନଙ୍କ ଅଭିନୟ ଖୁବ୍ ପସନ୍ଦ ଆସିଛି । ସେ ଟଲିଉଡ଼ ହେଉ କି ବଲିଉଡ଼ ସମସ୍ତେ ତାଙ୍କ ଦିଓ୍ବାନା ସାଜିଛନ୍ତି ।
ଅଲ୍ଲୁ ଅର୍ଜୁନଙ୍କ ଏହି ଲୋକ୍ରପ୍ରିୟତା କାରଣରୁ ତାଙ୍କୁ କେତେକ ବଡ଼ ଫିଲ୍ମ ନିର୍ମାତା ଫିଲ୍ମ ଲାଗି ଅଫର ଦେଇଛନ୍ତି । ଏଥିରୁ ଗୋଟିଏ ଲାୟକା ପ୍ରଡକ୍ସନ ହାଉସ ଅଛି । କୋଇମୋଇର ରିପୋର୍ଟ ମୁତାବିକ ଲାୟକା ତାର ଆଗାମୀ ପ୍ରୋଜେକ୍ଟ ଲାଗି ଅଲ୍ଲୁଙ୍କୁ ପ୍ରସ୍ତାବ ଦେଇଛି । ଏଥିଲାଗି ତାଙ୍କୁ ୧୦୦କୋଟି ଟଙ୍କା ବି ଅଫର କରାଯାଇଛି । ଲାୟକା ପ୍ରଡ଼କ୍ସନର ଏହି ଫିଲ୍ମକୁ ନିର୍ଦେ୍ଦଶକ ଏଟଲୀ ନିର୍ଦେ୍ଦଶନା ଦେବେ ।
ଅଲ୍ଲୁ ଅର୍ଜୁନ ଜଣେ ଭଲ ଅଭିନେତା ହୋଇଥିବାବେଳେ ଏଟଲୀ ସୁନ୍ଦର ନିର୍ଦେ୍ଦଶକ । ଏଟଲୀ ଥେରୀ, ମାର୍ସଲ ଏବଂ ବିଜିଲ ଭଳି ବ୍ଲକବଷ୍ଟର ଫିଲ୍ମ ଲାଗି ଜଣାଶୁଣା । ଏଥିଲାଗି ଅଲ୍ଲୁ ଅର୍ଜୁନ ଏବଂ ଏଟଲିଙ୍କ ଯୋଡ଼ି ଭଲ ହେବାକୁ ଯାଉଛି । ଅଲ୍ଲୁ ଅର୍ଜୁନଙ୍କ ବଢୁଥିବା ଡିମାଣ୍ଡକୁ ଦେଖି ଲାଗୁଛି କି ଆଗାମୀ ଦିନରେ ସେ ତାଙ୍କର ଫିଲ୍ମ ମାଧ୍ୟମରେ ସଫଳତାର ଗୋଟିଏ ଗୋଟିଏ ନୂଆ ଖିତାବ ଲେଖିବାକୁ ଯାଉଛନ୍ତି ।