ଏଠାରେ ଦୁର୍ଗାଙ୍କ ମନ୍ଦିର ପାଲଟିଲା ମୋଦି ମନ୍ଦିର, ଗାଁ ଲୋକେ ଧୂପ-ଦୀପ ଲଗାଇ କରୁଛନ୍ତି ପୂଜା

ବାଲିୟା,୧୩।୪​‌: ଲୋକସଭା ନିର୍ବାଚନ ୨୦୧୯ ପାଇଁ ଏବେ ଲୋକଙ୍କ ଭିତରେ ଜାରି ରହିଛି ଯୋରଦାର ଉତ୍ସାହ। ନିର୍ବାଚନୀ ଋତୁରେ ଏବେ ଶୁଣିବାକୁ ମିଳିଛି ଏକ ଖବର ଯାହାକୁ ନେଇ ନିହାତି ପକ୍ଷେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଉତ୍ତର ପ୍ରଦେଶର ବାଲିୟାରେ ଏଭଳି ଏକ ଗାଁ ରହିଛି ଯେଉଁଠାରେ ପୂର୍ବରୁ ଦୁର୍ଗାଙ୍କ ମନ୍ଦିର ଥିଲା ଏବେ ସେଠାରେ ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ମାନି ତାଙ୍କର ପୂଜାର୍ଚ୍ଚନା କରୁଛନ୍ତି । କେବଳ ସେତିକି ନୁହେଁ ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ସେଥିପାଇଁ ମଧ୍ୟ ୯ଦିନ ପାଇଁ ବ୍ରତ ରଖିଛନ୍ତି।

source: http://www.hindustanpratigya.com

ଏଭଳି ଘଟଣା ବାଲିୟା ଜିଲ୍ଲା ଅନ୍ତର୍ଗତ ବାସଡିହ ନଗର ପଞ୍ଚାତରେ ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ଦୁର୍ଗାଙ୍କ ମନ୍ଦିରରେ ଏବେ ମୋଦିଙ୍କ ଫଟୋକୁ ପୂଜା କରାଯାଉଛି ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ। କେବଳ ସେତିକି ନୁହେଁ ସ୍ଥାନୀୟ ଲୋକ ଯୋଗୀ ସରକାରଙ୍କୁ ବାଂସଡିହ ନଗର ପଞ୍ଚାୟତର ନାମ ବଦଳାଇ ଏହାକୁ ମୋଦି ନଗର ପଞ୍ଚାୟତ କରିବାକୁ ମଧ୍ୟ ଦାବି କରିଛନ୍ତି।

source: http://www.hindustanpratigya.com

ଗାଁ ଲୋକଙ୍କ କହିବା ଅନୁସାରେ ମୋଦି ଗରିବଙ୍କ ପାଇଁ ଭଗବାନ ଠାରୁ କମ୍ ନୁହଁନ୍ତି। ଏହି କାରଣରୁ ସେମାନେ ମନ୍ଦିରରେ ତାଙ୍କର ଫଟୋ ରଖି ପୂଜା କରୁଛନ୍ତି। ଉଲ୍ଲେଖନୀୟ ଯେ ମହିଳା, ପୁରୁଷ, ପିଲା କିମ୍ବା ବୟସ୍କ ସମସ୍ତେ ଏଠାରେ ମୋଦିଙ୍କୁ ଭଗବାନ ମାନି ସବୁଦିନ ଧୂପକାଠି ଦେଖାଇ ଓ ତିଳକ ଲଗାଇ ତାଙ୍କ ଫଟୋକୁ ପୂଜା କରୁଛନ୍ତି।