ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପିଭି ସିନ୍ଧୁ, ମୋଦି କହିଲେ…

ନୁଆଦିଲ୍ଲୀ ୨୭/୮: ସ୍ୱିଜରଲାଣ୍ଡର ବାସେଲରେ ବିଡବ୍ଲ୍ୟୁଏଫ୍ ୱର୍ଲ୍ଡ ଚାମ୍ପିଅନସିପ୍ ଜିତିବା ପରେ ଭାରତର ଷ୍ଟାର ପିଭି ସିନ୍ଧୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ସାକ୍ଷାତ କରିଛନ୍ତି । ଗୋଲ୍ଡ ମେଡାଲ ଜିତିବା ପରେ ମଙ୍ଗଳବାର ସକାଳେ ନିଜ ଦେଶରେ ପହଞ୍ଚିଥିଲେ ଏବଂ ନିଜ ଫ୍ୟାନ୍ସଙ୍କୁ ସମର୍ଥନ ପାଇଁ ଧନ୍ଯବାଦ ଦେଇଥିଲେ । ସିନ୍ଧୁ କହିଥିଲେ ଯେ ସେ ଦେଶ ପାଇଁ ଆହୁରି ମେଡାଲ ଆଣିବା ପାଇଁ ଚାହାଁନ୍ତି  ।  

ଓକୁହାରାକୁ ହରାଇ ରଚିଲେ ଇତିହାସ
ଚାମ୍ପିଅନସିପର ଫାଇନାଲରେ ବିଶ୍ୱର ୪ର୍ଥ ନମ୍ବର ଖେଳାଳୀ ଜାପାନର ନୋଜୋମୀ ଓକୁହାରାଙ୍କୁ ହରାଇ ଚାମ୍ପିଅନସିପରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପିଭି ସିନ୍ଧୁ । ସେ ଓକୁହାରାଙ୍କୁ ୨୧-୭ରେ ହରାଇଥିଲେ । ସିନ୍ଧୁ ଟ୍ୱିଟରରେ ନିଜ ଭାବନା ବ୍ୟକ୍ତ କରି କହିଥିଲେ ଯେ ସେ ନିଜ ଲୁହ ରୋକି ପାରିନଥିଲେ ଯେତେବେଳେ ଦେଶର ତ୍ରିରଙ୍ଗା ଜାତୀୟ ସଙ୍ଗୀତ ସହ ଉପରକୁ ଉଠିଥିଲା । ଏହା ସହିତ ପିଭି ସିନ୍ଧୁ ନିଜ ମାତା-ପିତା, କୋଚ୍ ଓ ଟ୍ରେନରଙ୍କୁ ମଧ୍ୟ ନିଜ ଜିତିବା ପାଇଁ ଧନ୍ୟବାଦ ଦେଇଥିଲେ ।

କଣ କହିଲେ ପିଏମ୍
ପିଏମ୍ ମୋଦି ସିନ୍ଧୁଙ୍କୁ ଦେଖା କରିବା ପରେ ଟ୍ୱିଟ୍ କରି କହିଲେ ଯେ ଭାରତର ଗୌରବ । ଜଣେ ଚାମ୍ପିଅନ୍ ଯିଏକି ଘରକୁ ଗୋଲ୍ଡ ଓ ବହୁତ ସମ୍ମାନ ଆଣିଛନ୍ତି । ସିନ୍ଧୁଙ୍କୁ ଦେଖା କରି ବହୁତ ଖୁସି ଲାଗିଲା । ତାଙ୍କୁ ଅଭିନନ୍ଦନ ଏବଂ ଭବିଷ୍ୟତ ପାଇଁ ଶୁଭକାମନା ।

କ୍ରୀଡାମନ୍ତ୍ରୀ କହିଛନ୍ତି ଯେ ସିନ୍ଧୁ ଚାମ୍ପିଅନସିପରେ ପ୍ରଥମ ଭାରତୀୟ ଭାବେ ଗୋଲ୍ଡ ଜିତି ଦେଶର ଗୌରବ ବଢାଇ ଦେଇଛନ୍ତି । ସେ ଆଗକୁ ମଧ୍ଯ ଦେଶର ସମ୍ମାନ ବୃଦ୍ଧି କରିବା ପାଇଁ ତାଙ୍କୁ ଅନେକ ଅନେକ ଶୁଭକାମନା ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ