୭୦ ବର୍ଷିୟ ବୃଦ୍ଧ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଦେଲେ ଧମକ, କହିଲେ- ‘ପି ଭି ସିନ୍ଧୁଙ୍କ ସହ ମୋର ବିବାହ କରାଓ ନେହେଲେ କରିବି କିଡନାପ୍’

ନୂଆଦିଲ୍ଲୀ ୧୮।୯: ତାମିଲନାଡୁର ରାମନାଥନପୁରମରେ ରହୁଥିବା ୭୦ ବର୍ଷିୟ ବୃଦ୍ଧ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଦେଇଛନ୍ତି ଧମକ। ବୃଦ୍ଧ ଜଣକ ଧମକରେ କହିଛନ୍ତି ଯେ, ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳୀ ପି ଭି ସିନ୍ଧୁଙ୍କ ସହ ମୋର ବିବାହ କରାଓ ନେହେଲେ ମୁଁ ତାଙ୍କୁ କିଡ଼ନାପ୍ କରିଦେବି। କେବଳ ସେତିକି ନୁହେଁ ବୃଦ୍ଧ ମଲୟସାମୀ ବୃଦ୍ଧ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଖରେ ୟାଚିକା ଦାୟର ମଧ୍ୟ କରିଛନ୍ତି।

ଶେଷରେ ନିଜ ବୟସର ସବୁ ସୀମା ପାର୍ କରିଦେଇଛନ୍ତି ବୃଦ୍ଧ ଜଣକ। ଯେତେବେଳେ ବୃଦ୍ଧ ଜଣଙ୍କୁ ପଚରାଯାଇଥିଲା କି କ’ଣ ପାଇଁ ତୁମେ ପି ଭି ସିନ୍ଧୁଙ୍କୁ ବିବାହ କରିବାକୁ ଚାହୁଁଛ। ସେ ଉତ୍ତର ଦେଇଥିଲେ କି, ତାଙ୍କୁ ପି ଭି ସିନ୍ଧୁଙ୍କର ଖେଳିବା ଢ଼ଙ୍ଗ ବହୁତ ପସନ୍ଦ।

Rio de Janeiro: India’s Pusarla V Sindhu poses with her silver medal after her match with Spain’s Carolina Marin in women’s Singles final at the 2016 Summer Olympics at Rio de Janeiro in Brazil on Friday. PTI Photo by Atul Yadav (PTI8_19_2016_000287a)

ତାଙ୍କ ଖେଳରେ ସେ ପ୍ରଭାବିତ ହୋଇଥିବାରୁ ସେ ପି ଭି ସିନ୍ଧୁଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ତେବେ ମଲୟସାମୀ ନିଜକୁ ୧୬ ବର୍ଷ ବୟସର ବୋଲି କହୁଛନ୍ତି। ଏନବିଟି ରିପୋର୍ଟ ଅନୁସାରେ ସେ କହିଛନ୍ତି କି, ତାଙ୍କର ଜନ୍ମ ୪ ଅପ୍ରେଲ ୨୦୦୪ ମସିହାରେ ହୋଇଛି। ୭୦ ନୁହେଁ ବରଂ ୧୬ ବର୍ଷ ବୟସ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପି ଭି ସିନ୍ଧୁ ବିଡବ୍ଲ୍ୟୁଏଫ୍ ଓ୍ବାଲ୍ଡ ଚାମ୍ପିଅନସିପ୍ ଜିତିଛନ୍ତି। ସେ ଫାଇନାଲ ମ୍ୟାଚରେ ଜାପାନୀ ଖେଳାଳୀ ନୋଜୋମୀଙ୍କୁ ହରାଇଛନ୍ତି।

   ସମ୍ବନ୍ଧିତ ଖବର


IPL 2020: BCCI ଜାରି କଲା ପ୍ଲେ ଅଫ୍‌ କାର୍ଯ୍ୟକ୍ରମ, ଦୁବାଇରେ ଖେଳାଯିବ ଫାଇନାଲ ମ୍ୟାଚ୍

ବିରାଟଙ୍କୁ ଆଉ ଏକ ସଫଳତା, ୫ମ ଖେଳାଳି ଭାବେ କଲେ ଏହି ରେକର୍ଡ

ମେଡିକାଲରୁ ଡିସଚାର୍ଜ ହେଲେ କପିଲ ଦେବ, ଚେତନ ଶର୍ମା କହିଲେ..

IPL-2020: ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ, ପ୍ଲେ-ଅଫ୍‌ ଦୌଡ଼ରେ ରହିବା ପାଇଁ RRର ‘କର ବା ମର’ ସ୍ଥିତି

ଅଲିମ୍ପିଆନ ହକି ତାରକା ମୋହିନ୍ଦର ପାଲ ସିଂହ ଅସୁସ୍ଥ, ଦିଲ୍ଲୀ ଆପୋଲୋ ହସ୍‌ପିଟାଲରେ ଚିକିତ୍ସାଧୀନ

IPL-2020: ଆଜି ଅପରାହ୍ନରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ମଧ୍ୟରେ ମୁକାବିଲା