ପ୍ରମୁଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ପିଭିଆର ପ୍ରଥମେ ବନ୍ଦ କଲା ୮୫ ଏବେ ବନ୍ଦ କରିବାକୁ ଯାଉଛି ୭୦ଥିଏଟର୍ସ, ଜାଣନ୍ତୁ କାରଣ କ’ଣ ?

ନୂଆଦିଲ୍ଲୀ,୧୬/୫ : ଇଣ୍ଡିଆନ ମଲ୍ଟିପ୍ଲେକ୍ସ ଚେନ ପିଭିଆର ଆଇନକ୍ସ ଲିମିଟେଡ ଭଳି ପିଭିଆର ସିନେମା ହଲ୍ ଭାବରେ ବି ପରିଚିତ । ସେ ନୂଆ ଆର୍ଥିକ ବର୍ଷରେ ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଆଧାରରେ ପିଭିଆର ୭୦ସ୍କ୍ରିନ ବନ୍ଦ କରିବାକୁ ଯାଉଛି । ଆପଣ ଭାବୁଛନ୍ତି କି କମ୍ପାନୀ ନିଜର ବ୍ୟବସାୟ ଛୋଟ କରୁଛି । ପ୍ରକାଶ ଯେ, ପ୍ରକୃତରେ କମ୍ପାନୀ ଏହି ନିଷ୍ପତ୍ତି କମ୍ପାନୀର ରେଭିନ୍ୟୁ ବଢାଇବା ଲାଗି କରିଛି ।

ପିଭିଆର ନା କେବଳ ୭୦ମଲ୍ଟିପ୍ଲେକ୍ସ ବନ୍ଦ କରିବାର ନିଷ୍ପତ୍ତି ନେଇଛି, କିନ୍ତୁ ଏହାସହ ୧୨୦ନୂଆ ମଲ୍ଟିପ୍ଲେକ୍ସ ଖୋଲିବାକୁ ବି ପ୍ଲାନିଂ କରିଛି । ଏହି ପ୍ଲାନିଂ ମାଧ୍ୟମରେ କମ୍ପାନୀ ସାଉଥ ଇଣ୍ଡିଆରେ ନିଜର ଉପସ୍ଥିତି ଜାହିର କରିବା ଲାଗି ଉତ୍ସୁକତା ଦେଖାଉଛି ।

ମିଣ୍ଟ ମୁତାବକ, ପ୍ରକୃତରେ କମ୍ପାନୀ ନିଜ ଆର୍ଥିକ ବର୍ଷରେ ୨୦୨୩-୨୪ର ରିପୋର୍ଟ ଜାରି କରିଛି । ଯେଉଁଥିରେ କମ୍ପାନୀ ମୋଟ ୧୩୦କୋଟି ଟଙ୍କାର କ୍ଷତି ହୋଇଛି । ଏହାପରେ କମ୍ପାନୀ ନୂଆ ଷ୍ଟ୍ରାଟେଜୀ ଫଲୋ କରିବାକୁ ନିଷ୍ପତ୍ତି ନେଇଛି।  ଏହା ମାଧ୍ୟମରେ ସେହି ଥିଏଟର୍ସକୁ ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି ଯାହାର ପରଫର୍ମାନ୍ସ ବହୁତ ଖରାପ ରହିଛି ।

କରୋନା ପୂର୍ବରୁ ଓ୍ବେବ ଆସିବା ପରେ ଏବଂ ଲକଡାଉନ କାରଣରୁ ଲୋକଙ୍କ ଥିଏଟର୍ସ ଯିବା ବନ୍ଦ ହୋଇଯାଇଥିଲା । ଏଭଳି ସ୍ଥଳେ ଓଟିଟି ପ୍ଲାଟଫର୍ମ୍ସ ଲୋକମାନଙ୍କ ଲାଗି ଏଣ୍ଟରଟେନମେଣ୍ଟର ଏକ ମଜବୁତ ମାଧ୍ୟମ ପାଲଟିଗଲା । ଏହାର କ୍ଷତି ପିଭିଆରକୁ ବି ହୋଇଛି । କିନ୍ତୁ ଏଥିରୁ ବାହାରିବା ଲାଗି ପିଭିଆର ଏବେ ଏକ ନୂଆ ପ୍ଲାନ କରିଛି । କମ୍ପାନୀ ତରଫରୁ ପ୍ରକାଶ କରାଯାଇଥିବା ବୟାନ ଅନୁଯାୟୀ କମ୍ପାନୀ ସାଉଥ ଇଣ୍ଡିଆରେ ୧୨୦ନୂଆ ଥିଏଟର୍ସ ଖୋଲିବାକୁ ବି ପ୍ଲାନିଂ କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.