ଛେଳି ଗିଳିଥିବା ଅଜଗରକୁ ପିଟି ମାରିଦେଲେ ଗ୍ରାମବାସୀ

ବେଗୁନିଆ, ୨୯/୦୮: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତର ଦଲକ ଗ୍ରାମରେ ଶୁକ୍ରବାର ଏକ ଅଜଗରକୁ ଗ୍ରାମବାସୀ ପିଟିପିଟି ମାରିଦେଇଛନ୍ତି। ଦଲକ ଗ୍ରାମର କୁସୁମ ସାହୁ ହନୁମନ୍ତିଆ ଡ୍ୟାମ ନିକଟରେ ଛେଳିଚରାଉଥିବାବେଳେ ଏକ ୧୦ ଫୁଟ ଲମ୍ବର ଅଜଗର ତାଙ୍କର ଏକ ଛେଳିକୁ ଗିଳିଦେଉଥିବା ଦେଖି ଡାକ ପକାଇଥିଲେ । ଡାକ ଶୁଣି ସେଠାରେ ଲୋକମାନେ ରୁଣ୍ଡ ହେବା ସହ ଛେଳିକୁ ବଞ୍ଚାଇବାକୁ ଯାଇ ଅଜଗରକୁ ପିଟିବାକୁ ଲାଗିଥିଲେ ।

ଲୋକଙ୍କ ମାଡ଼ରେ ଅଜଗରର ମୃତ୍ୟୁ ହେବା ସହିତ ଗିଳିଥିବା ଛେଳିଟିର ମଧ୍ୟ ମୃତ୍ୟୁ ହୋଇଥିଲା । ପରେ ଲୋକମାନେ ମୃତ ଅଜଗରକୁ ବାନ୍ଧି ଗ୍ରାମକୁ ଆଣିଥିଲେ । ଘଟଣା ଦିନରୁ ଘଟିଥିଲେ ବି ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ସେଠାରେ ବନବିଭାଗର କୌଣସି ଅଧିକାରୀ ପହଞ୍ଚି ନ ଥିବା ଜଣାପଡ଼ିଛି । ଜଙ୍ଗଲ ନଷ୍ଟ ହେଉଥିବାରୁ ଜୀବଜନ୍ତୁ ଏବେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେବାକୁ ବାଧ୍ୟ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ୧୬ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୮୭କୁ ବୃଦ୍ଧି

ଓଲାଗି ନାଗାର୍ଜୁନ ବେଶ ସଂଗ୍ରହାଳୟରେ ରହିବ, ଚଳିତଥର ହେବନି ପତିତପାବନଙ୍କ ବେଶ

ରାଜ୍ୟରେ କୋଭିଡ ଟିକା ସଂରକ୍ଷଣ ପାଇଁ ଭିତ୍ତିଭୂମି ସମସ୍ୟା: ୫୦ ହଜାର ଟିକା ସଂରକ୍ଷଣ ପାଇଁ ସମ୍‌ରେ ପ୍ରସ୍ତୁତି

ଆଜିଠୁ ପଞ୍ଚୁକ, ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ କୋଟିପତି ଆକାଉଣ୍ଟାଣ୍ଟ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା