PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଯୁଦ୍ଧ ଧମକ ଦେଲେ ବାଜୱା, କହିଲେ ‘ପାକ୍ ସେନା ବଳିଦାନ ପାଇଁ ପ୍ରସ୍ତୁତ’

ରାୱଲପିଣ୍ଡି ୬/୯: ପାକିସ୍ତାନ ଆର୍ମି ଚିଫ୍ କମର ଜାୱେଦ୍ ବାଜୱା ଯୁଦ୍ଧ ଧମକ ଦେଇଛନ୍ତି । ବାଜୱା ଶୁକ୍ରବାର କହିଛନ୍ତି ଯେ ‘ଆମେ ନିଜ କଶ୍ମୀର ଭାଇ-ଭଉଣୀଙ୍କ ପାଇଁ ଶେଷ ଗୁଳି ପର୍ଯ୍ୟନ୍ତ ଲଢିପାରିବୁ ।‘ ବାଜୱା ରାୱଲପିଣ୍ଡିର ଆର୍ମି ହେଡକ୍ୱାର୍ଟରରେ ଏକ କାର୍ଯ୍ଯକ୍ରମ ସମୟରେ କହିଛନ୍ତି ।

ବାଜୱାଙ୍କ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦ ମାମଲାରେ ନିଜ ଦାୟିତ୍ୱକୁ ସଠିକ୍ ରୂପେ ତୁଲାଇଛି । ଏବେ ସମୟ ଆସିଯାଇଛି ଯେ ଅନ୍ତର୍ଜାତୀୟ ସ୍ତରରେ ନିଜ ହକକୁ ହାସଲ କରିବା । ଆମର ଶେଷ ଲକ୍ଷ୍ଯ ହେଉଛି ଶାନ୍ତିପୂର୍ଣ୍ଣ ଓ ମଜଭୁତ ପାକିସ୍ତାନ ସୃଷ୍ଟି କରିବା । ଆମେ ଧିରେଧିରେ ସେହି ଦିଗରେ ଗତି କରୁଛୁ । ପାକ୍  ସେନା କୌଣସି ବି ଯୁଦ୍ଧ କିମ୍ବା ଆତଙ୍କବାଦକୁ ଖତମ କରିବା ପାଇଁ ପଛଘୁଞ୍ଚା ଦେବନି ବୋଲି କହିଛନ୍ତି ବାଜୱା ।

ପାକ୍ ସେନା ପ୍ରମୁଖ ଏହା ମଧ୍ୟ କହିଛନ୍ତି ଯେ ଆତଙ୍କବାଦ ବିରୁଦ୍ଧରେ ଲଢେଇରେ ଆମ ସୈନିକ ଦିୱାର ଭଳି ଠିଆ ହୋଇଛନ୍ତି । ଆମ ଶତ୍ରୁ ପକ୍ଷର  କୌଣସି ବି ଯୋଜନାକୁ ଆମେ ଖତମ କରିଦେବୁ । ଆମ ସୈନ୍ଯ ଉତ୍ତମ ଭବିଷ୍ୟତ ପାଇଁ ଆଜି ବଳିଦାନ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ଦେଶର ସହୀଦଙ୍କୁ ବଳିଦାନକୁ ସମସ୍ତେ ମନେ ରଖିବେ ବୋଲି ସେ କହିଛନ୍ତି ।

କଶ୍ମୀର ପରିସ୍ଥିତି ଚିନ୍ତାଜନକ ବୋଲି ଦର୍ଶାଇ ସେ କହିଛନ୍ତି ଯେ ‘କଶ୍ମୀର ଜନତା ଭାରତ ଓ ହିନ୍ଦୁବାଦୀ ସରକାର ଏବଂ ସେଠାକାର ସେନାର ଦୌରାତ୍ମ୍ୟର ଶିକାର ହେଉଛନ୍ତି ।‘ କାଶ୍ମୀର ପାକିସ୍ତାନରେ ମିଶିବା ଏକ ଅଧା ରହିଥିବା ଏଜେଣ୍ଡା । ସେ ଏହା ମଧ୍ଯ କହିଛନ୍ତି ଯେ ନିଜ କଶ୍ମୀର ଭାଇ-ଭଉଣୀଙ୍କ ପାଇଁ ଶେଷ ଗୁଳି ପର୍ଯ୍ୟନ୍ତ ପାକିସ୍ତାନ ଲଢିପାରିବ ।

ସମ୍ବନ୍ଧିତ ଖବର