PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ବାଲେଶ୍ୱର: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର କ୍ୟୁଆରସାମ୍ ମିସାଇଲର ପରୀକ୍ଷଣ, ୩୦ କି.ମି. ଲକ୍ଷ୍ୟଭେଦ କ୍ଷମତା

ବାଲେଶ୍ୱର ୨୩/୧୨: ଚାନ୍ଦିପୁର ସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର  ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ଆଜି ସକାଳ ୧୧ଟା ୪୯ ମିନିଟରେ କ୍ୟୁଆରସାମର ପରୀକ୍ଷଣ କରାଯାଇଛି । ସମ୍ପୂର୍ଣ୍ଣ  ସ୍ୱଦେଶୀ  ଜ୍ଞାନକୌଶଳରେ ନିର୍ମିତ ଏବଂ ଭୁପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ଏହାର ଲକ୍ଷ୍ୟ ଭେଦି କ୍ଷମତା ୩୦ କିଲୋମିଟର ରହିଛି ।

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର କୁଇକ୍ ରିଆକ୍‌ସନ୍‌ ସରଫେସ୍‌  ଟୁ ଏୟାର ମିଜାଇଲ ବା QR-SAM ସଫଳତାର ସହ ଲକ୍ଷ୍ୟ ଭେଦ କରିଥିଲା ।  ଏହି କ୍ଷେପଣାସ୍ତ୍ରଟି ଯେ କୌଣସି ସ୍ଥାନରୁ ମୋବାଇଲ୍‌ ଲଞ୍ଚର ସାହାଯ୍ୟରେ ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଧ୍ବଂସ କରିପାରିବ । ଡିଆରଡିଓ  ଭାରତ ଇଲେକ୍ଟ୍ରୋନିକ ଓ ଭାରତ ଡାଇନମିକସ ସହାୟତାରେ ଏହି କ୍ଷେପଣାସ୍ତ୍ରର ବିକାଶ କରିଛି । ଏହାର ପ୍ରଥମ ପରୀକ୍ଷା ୨୦୧୭ ମସିହା ଜୁନ ୪ ତାରିଖରେ କରାଯାଇଥିଲା ।