୫ଜି ପ୍ରୋସେସର ଆଣିଲା କ୍ୱାଲକମ୍, ନିଜ ସ୍ମାର୍ଟଫୋନରେ ବ୍ୟବହାର କରିବ ସାଓମି

ୱାଶିଂଟନ୍ ୪/୧୨: ୟୁଏସର କମ୍ପାନୀ କ୍ୱାଲକମ୍, କ୍ୱାଲକମ୍ ଟେକ୍ ସମିଟ୍ ୨୦୧୯ରେ ସ୍ନାପଡ୍ରାଗନ୍ ୮୬୫ ପ୍ରୋସେସରର ଆନାଉନ୍ସ କରିଦେଇଛି । ଇଭେଣ୍ଟରେ କମ୍ପାନୀ କହିଛି ଯେ ସେ ସ୍ନାପଡ୍ରାଗନର ନୂଆ ଚିପ୍ସ ଉପରେ ଆଧାରିତ ୫ଜି ସ୍ମାର୍ଟଫୋନ୍ସ ଉପରେ କାମ କରୁଛି । ଏହା ସହିତ ସ୍ନାପଡ୍ରାଗନ୍ ୭୬୫ ଓ ୭୬୫ଜି କୁ ମଧ୍ୟ ପ୍ରଦର୍ଶନ କରାଯାଇଛି । ସାଓମିର ନୂଆ ସ୍ମାର୍ଟଫୋନରେ ସ୍ନାପଡ୍ରାଗନର ନୂଆ ପ୍ରୋସେସରକୁ ବ୍ୟବହାର କରାଯିବ । ଏନେଇ କମ୍ପାନୀର କୋ-ଫାଉଣ୍ଡର ତଥା ଭାଇସ୍ ଚେୟାରମ୍ୟାନ୍ ଲିନ୍ ବିନ୍ ସୂଚନା ଦେଇଛନ୍ତି ।

ଖୁବଶୀଘ୍ର ଲଞ୍ଚ ହେବ ୫ଜି ଫୋନ୍
ସାଓମି ନୂଆ କ୍ୱାଲକମ୍ ସ୍ନାପଡ୍ରାଗନ୍ ପ୍ରୋସେସର ସହିତ ୫ଜି ସ୍ମାର୍ଟଫୋନ୍ ଖୁବ ଶୀଘ୍ର ଲଞ୍ଚ କରିବ । ଏହି ସ୍ନାପଡ୍ରାଗନ୍ ୮୬୫ ଉପରେ କାମ କରିବ । ଅବଶ୍ଯ ଏହାର ଲଞ୍ଚିଂ ଡେଟ୍ ନେଇ ଏପର୍ଯ୍ଯନ୍ତ କିଛି ଘୋଷଣା ହୋଇନି । ତେବେ ରେଡମି K30କୁ ସ୍ନାପଡ୍ରାଗନ୍ 765 5G ସହ ଲଞ୍ଚ କରାଯାଇପାରେ । ସାଓମି ୨୦୨୦ରେ ଅତିକମରେ ୧୦ ୫ଜି ସ୍ମାର୍ଟଫୋନ୍ ଲଞ୍ଚ କରିପାରେ ।

ଫୋନର ଡିଜାଇନ୍ ଓ ଫିଚର୍ସକୁ ନେଇ ଏପର୍ଯ୍ୟନ୍ତ କୌଣସି ତଥ୍ୟ ସାମ୍ନାକୁ ଆସିନି । ସୂଚନା ଅନୁସାରେ କମ୍ପାନୀ ୫ଜି ସ୍ମାର୍ଟଫୋନକୁ ଚଳିତ ବର୍ଷ ଶେଷ କିମ୍ବା ଜାନୁୟାରୀରେ ଲଞ୍ଚ କରିପାରେ । Weiboର ରିପୋର୍ଟ ଅନୁସାରେ ସାଓମି Mi 10 Pro କୁ ୫ଜି ଭେରିଏଣ୍ଟରେ ଲଞ୍ଚ କରାଯାଇପାରେ ।

   ସମ୍ବନ୍ଧିତ ଖବର


ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଖେଳଣା ବନ୍ଧୁକ ଦେଖାଇ ଅପହରଣ, ଫୋନ କରି ମାଗିଲେ ୧୫ ଲକ୍ଷ

ଭାରତକୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନୀ ମନ୍ତ୍ରୀ

ରାହୁଲଙ୍କ ମନ୍ତବ୍ୟକୁ ଶିବସେନାର ବିରୋଧ, ସାବରକରଙ୍କୁ ଭଗବାନ କହିଲେ ସଂଜୟ ରାଓ୍ୱତ

ପିଆଜ ପରେ ସାଧାରଣ ଖାଉଟିଙ୍କୁ ଆଉ ଏକ ଝଟକା, ଅମୁଲ ଓ ମଦର ଡାଏରୀ ବଢାଇଲେ କ୍ଷୀର ଦାମ୍