ପ୍ରମୁଖ ଖବର
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ସଙ୍ଗରୋଧ କେନ୍ଦ୍ରରେ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲା: ନିଜ ଆଡୁ ମାମଲା ରୁଜୁ କଲେ ସିଡବ୍ଲ୍ୟୁସି

ପୁରୀ,୨୩/୫: ପୁରୀ ସଦର ଥାନା ଅନ୍ତର୍ଗତ ଗୋରୁଆଳ ସଙ୍ଗରୋଧ କେନ୍ଦ୍ରରେ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରାଯିବା ଅଭିଯୋଗ ନେଇ ଖବର ପ୍ରକାଶ ପରେ ସିଡବ୍ଲ୍ୟୁସି(ଜିଲ୍ଲା ଶିଶୁ ମଙ୍ଗଳ ସମିତି) ନିଜ ଆଡୁ ମାମଲା ରୁଜୁ କରିଛି। ଏହାସହ ସମସ୍ତ ସଙ୍ଗରୋଧ କେନ୍ଦ୍ରରେ ଶିଶୁଙ୍କ ସୁରକ୍ଷା ଓ ଯତ୍ନ ନିମନ୍ତେ ତୁରନ୍ତ ଆବଶ୍ୟକ ବ୍ୟବସ୍ଥା କରିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ'ଣ ପଦକ୍ଷେପ ନିଆଗଲା ୭ଦିନ ଭିତରେ ଏକ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶରେ କୁହାଯାଇଛି । ସେହିପରି ଅସଦାଚରଣର ଶିକାର ହୋଇଥିବା ଶିଶୁର ସୁରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ସଦର ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛି ।

ଏହି ଘଟଣା ନେଇ ତୁରନ୍ତ ଏକ ରିପୋର୍ଟ ଉପସ୍ଥାପିତ କରିବାକୁ ମଧ୍ୟ ନିର୍ଦ୍ଦେଶରେ କୁହାଯାଇଛି । ଡିସିପିଓ ଏଭଳି ଘଟଣାକୁ ଏଡାଇବା ନିମନ୍ତେ ତଥା ଦିଆଯାଇଥିବା ନିର୍ଦ୍ଦେଶ ପାଳନ ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କ ସହ ମିଶି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସିଡବ୍ଲ୍ୟୁସିି ଅଧ୍ୟକ୍ଷ ମହାବୀର ରୁଦ୍ରନାରାୟଣ ସାହୁ, ସଦସ୍ୟ ରମାଶଙ୍କର ପାତ୍ର ଓ ଶକ୍ତିପାଦ ମିଶ୍ର ଘଟଣାରେ ଉଦ୍‌ବେଗ ପ୍ରକାଶ କରି ଏଭଳି ନିର୍ଦ୍ଦଶେ ଜାରି କରିଥିବା ଜଣାପଡ଼ିଛି । ଚଳିତ ମାସ ୧୯ ତାରିଖରେ ଘଟିଥିବା ଅଭିଯୋଗ ନେଇ ଏହା ପରଦିନ ଖବର କାଗଜରେ ରିପୋର୍ଟ ପ୍ରକାଶ ପାଇଥିଲା । ସଦର ଥାନା ପୋଲିସ ଏନେଇ ଏତଲା ପାଇବା ପରେ ମାମଲା କରିଥିଲେ ହେଁ ପରେ ତଦନ୍ତକୁ ଗୁରୁତ୍ୱ ଦେଇ ନ ଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.