କୁକୁଡ଼ା ନେଇଗଲା କୁକୁର- ଚୋରି ସନ୍ଦେହରେ ଦୁଇ ଗୋଷ୍ଠୀ ମଧ୍ୟ ରେ ଛୁରା ମାଡ଼

ଭଦ୍ରକ ଏପ୍ରିଲ ୧୮- କୁକୁଡ଼ା ନେଇଗଲା କୁକୁର । କିନ୍ତୁ କୁକୁଡ଼ା ଚୋରି ହୋଇଥିବା ସନ୍ଦେହ କୁ ନେଇ ପ୍ରଥମେ କମେଣ୍ଟମରା ଓ ପରେ ସେହି କୁକୁଡ଼ା ଚୋରି କଥା କୁ ନେଇ ଦୁଇ ଗୋଷ୍ଠୀ ମୁହାଁ ମୁହିଁ । ଉଭୟ ପକ୍ଷ ର ଜଣେ ଗୁରୁତର , ୬ ଆହତ । ଦୁଇ ଜଣ ଙ୍କୁ ଅଟକ ରଖିଛି ପୋଲିସ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମଞ୍ଚଳ ଥାନା ରାହାଞ୍ଜ ପଞ୍ଚାୟତ ର ମେଲଣପଦା ଗାଁ ରେ ।

ସୂଚନା ଅନୁଯାୟୀ ଗାଁର ଜନୈକ ବ୍ୟକ୍ତି ତିନି ଗୋଟି କୁକୁଡ଼ା ନିଜ ସାଇକେଲ ହ୍ୟାଣ୍ଡେଲ ରେ ଟାଙ୍ଗି ଆଣିଥିଲେ । ପରେ ସାଇକେଲ ରାସ୍ତା ଉପରେ ରଖି କୌଣସି କାମ ରେ ଯାଇଥିବା ବେଳେ ୩ ଟି କୁକୁଡ଼ାକୁ କୁକୁର ନେଇଯାଇଥିଲା । କିନ୍ତୁ କୁକୁଡ଼ା ଆଣିଥିବା ବ୍ୟକ୍ତି କୁକୁଡ଼ା କୁ କେହି ନେଇଯାଇଥିବା ସନ୍ଦେହ କରିଥିଲେ । ପରେ ସଂପୃକ୍ତ ବ୍ୟକ୍ତି ସନ୍ଦେହରେ କେତେକ ଲୋକ ଙ୍କୁ ଗାଳି ଗୁଲଜ କରିଥିବା ସୂଚନା ମିଳିଛି ।

ତେବେ ଏହି କଥାର ସମାଧାନ ହୋଇଥିଲା । ପରେ ପୁଣି ଏହି କୁକୁଡ଼ା ଚୋରି କଥା କୁ ନେଇ ଝଗଡା ଆରମ୍ଭ ହୋଇଥିଲା । ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଥିଲେ । ଏହି ସମୟ ରେ ଉଭୟ ପକ୍ଷ ଛୁରୀ ମାଡ଼ କରିଥିଲେ । ଫଳ ରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଉଭୟ ପକ୍ଷ ର ଅନ୍ୟ ୬ ଜଣ ଆହତ ହୋଇଥିଲେ । ଗୁରୁତର ଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁଇଜଣ ଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ତେବେ ସାଇକେଲ ହ୍ୟାଣ୍ଡେଲ ରେ ଥିବା ୩ ଟି କୁକୁଡ଼ା କୁ କୁକୁର ନେଇଯାଇଥିବା ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ଦିନ ଦ୍ୱିପ୍ରହରେ ଲୁଟ୍, ସାଢେ ୩ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ପିଆଜ ଦର ବୃଦ୍ଧି, ଗ୍ରାହକ ହନ୍ତସନ୍ତ

ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ପୂର୍ବ ଭାରତର ଏକମାତ୍ର ବିଶ୍ଵ ବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ

ପତ୍ନୀକୁ ଠେଙ୍ଗାରେ ପିଟି ହତ୍ୟା

କରୋନା ସହ ୨୯ ଦିନ ଲଢ଼େଇ ପରେ ହାରିଗଲେ ପିଆରଏମ୍‌ ଚକ୍ଷୁବିଭାଗର ଆସିଷ୍ଟାଣ୍ଟ ସୁବ୍ରତ କୁମାର ଭୂୟାଁ