PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

ଜବରଦଖଲକାରୀଙ୍କ ଟାର୍ଗେଟରେ କ୍ୱାର୍ଟର୍ସ କନ୍‌ଜରଭେନ୍ସି, ରାତାରାତି ଛିଡ଼ା ହେଉଛି ଘର

OLYMPUS DIGITAL CAMERA

ଭୁବନେଶ୍ୱର,୧ା୪(ବ୍ୟୁରୋ): ଖୋଲା ସରକାରୀ ଜାଗା ପରେ ଏବେ ଦଲାଲ୍‌ଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି କ୍ୱାର୍ଟର୍ସ କନ୍‌ଜରଭେନ୍ସି ଉପରେ । ରାତାରାତି ଛିଡ଼ା କରୁଛନ୍ତି ଆଜବେଷ୍ଟର୍ସ ଘର । ଆଉ ଏହାକୁ ଏବେ ରୋଜଗାରର ପନ୍ଥା ଭାବେ ଗ୍ରହଣ କରିଛନ୍ତି । ବେଆଇନ ଭାବେ ଘର ନିର୍ମାଣ ପରେ ଏହାକୁ ଭଡ଼ା ସୂତ୍ରରେ ଲଗାଇ ଦେଉଛନ୍ତି । ୟୁନିଟ୍‌-୧, ୨, ୩ ଓ ୬ ନମ୍ବର କ୍ୱାର୍ଟର୍ସରେ ଏମିତି ଛତୁ ଫୁଟିଲା ଭଳି ଘର ତିଆରି ଚାଲିଛି । କ୍ୱାର୍ଟର୍ସ ବାସିନ୍ଦା ଏଭଳି ବେଆଇନ କବ୍‌ଜାରେ ଅତିଷ୍ଠ ହୋଇଗଲେଣି ।

ଧାଡ଼ି ବାନ୍ଧି ସରକାରୀ କ୍ୱାର୍ଟର୍ସଗୁଡ଼ିକ ତିଆରି ହୋଇଛି । ଦୁଇଟି ଧାଡି଼ର କ୍ୱାର୍ଟର୍ସ ମଝିରେ ପ୍ରାୟ ୩୦ ଫୁଟ୍‌ରୁ ୧୦୦ ଫୁଟ୍‌ ଯାଏଁ ଚଉଡ଼ାର ଖାଲି ସ୍ଥାନ ରଖାଯାଇଛି । କ୍ୱାର୍ଟର୍ସର ଏହି କନ୍‌ଜରଭେନ୍ସିରେ ପାଇଖାନା ଟାଙ୍କି ଓ ସ୍ୱେରେଜ୍‌ ନାଳ ରହିଛି । କୌଣସି ଅଘଟଣ ବେଳେ ଏହି ଖାଲି ସ୍ଥାନକୁ ବ୍ୟବହାର କରିବାକୁ ରଖାଯାଇଛି । ଏହି ଖାଲି ସ୍ଥାନକୁ ଏବେ ଜବରଦଖଲକାରୀମାନେ କବ୍‌ଜା କରିବାକୁ ବସିଲେଣି । ବେଆଇନ ନିର୍ମାଣ ପାଇଁ ଦଲାଲ୍‌ମାନେ ନୂଆ କୌଶଳ ଆପଣାଇଛନ୍ତି । ଦିନବେଳା ବୁଲି ବୁଲି ଖାଲି ପଡି଼ଥିବା ସ୍ଥାନକୁ ଚିହ୍ନଟ କରୁଛନ୍ତି । ସୁବିଧା ଦେଖିି ସେଠାରେ ବାଉଁଶ, ଇଟା, ପଥର ଗଦା କରୁଛନ୍ତି । ୨/୪ ଦିନ ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି । ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଗତିବିଧିକୁ ପରଖୁଛନ୍ତି ।

ଯଦି ପ୍ରଶାସନ କିଛି ପଦକ୍ଷେପ ନ ନେଲା, କି କ୍ୱାର୍ଟର୍ସ ବାସିନ୍ଦା ପ୍ରତିବାଦ ନକଲେ ତେବେ ପରଦିନ ସକାଳୁ
ଖାଲି ସ୍ଥାନରେ ଆଜବେଷ୍ଟର୍ସ ନହେଲେ ଜରିପାଲ ଢଙ୍କା ଘର ଛିଡ଼ା କରି ଦେଉଛନ୍ତି । ରାତି ଭିତରେ ଇଟା, ସିମେଣ୍ଟ ଯୋଡ଼ି ଘର ନିର୍ମାଣ କରୁଛନ୍ତି ଏହି ଦଲାଲ୍‌ମାନେ । ଏହାପରେ କିଛି ଦିନ ଚୁପ୍‌ ବସି ଯାଉଛନ୍ତି । ପରେ ଜଳଯୋଗାଣ ଓ ବିଦ୍ୟୁତ୍‌ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ୨୪ ଘଣ୍ଟିଆ ସର୍ଭିସ୍‌ ପାଣି ଆଉ ବିଜୁଳି ସଂଯୋଗ କରୁଛନ୍ତି । ଏହାପରେ ସୁବଧିା ଦେଖି କିଛି ଭଡ଼ାଟିଆକୁ ଆଣି ଘରେ ରଖୁଛନ୍ତି । ନଚେତ ଗୋଟିଏ ଘରକୁ ଲକ୍ଷେରୁ ଦେଢ଼ ଲକ୍ଷ ଟଙ୍କାରେ ବିକି ଦେଉଛନ୍ତି । ୟୁନିଟ୍‌-୬ କାଳୀ ମନ୍ଦିର, ସମ୍ରାଟ୍‌ କ୍ଲବ, ବନଦୁର୍ଗା ମନ୍ଦିର, ରାଧାକୃଷ୍ଣ ମନ୍ଦିର ଆଖପାଖରେ ଥିବା ଆଇଭିଆର୍‌ କ୍ୱାର୍ଟର୍ସ ନିକଟରେ ଏମିତି ଛତୁ ଫୁଟିଲା ଭଳି ବେଆଇନ୍‌ ଘର ତିଆରି ଚାଲିଛି । ୟୁନିଟ୍‌-୧, ୟୁନିଟ୍‌-୨, ୟୁନିଟ୍‌-୩, ୟୁନିଟ୍‌-୮ରେ ଥିବା କ୍ୱାର୍ଟର୍ସରେ ମଧ୍ୟ ସମଦଶା ।

ସବୁଠି ଏମିତି ବେଆଇନ୍‌ ଘର ତିଆରି ବଢ଼ି ଚାଲିଛି । ଜବରଦଖଲ ଯୋଗୁଁ କ୍ୱାର୍ଟର୍ସବାସିନ୍ଦା ଅକଥନୀୟ ଦୁର୍ଦ୍ଦଶା ସହୁଛନ୍ତି । ପାଣି ଲାଇନ୍‌ କି ସ୍ୱେରେଜ ଲାଇନ୍‌ ଖରାପ ହେଲେ, ମରାମତି ତ ଦୂର କଥା ଖରାପ ସ୍ଥାନକୁ ବି ଚିହ୍ନଟ କରିପାରୁନାହାନ୍ତି । କ୍ୱାର୍ଟର୍ସର ସ୍ଥିତି ପରଖି ପ୍ରତି ମାସରେ ସାଧାରଣ ଓ ପ୍ରଶାସନ ବିଭାଗକୁ ରିପୋର୍ଟ ଦେବା କାମ ହେଲା ପୂର୍ତ୍ତ ବିଭାଗର । ପ୍ରତି ୱାର୍ଡ ପାଇଁ ବିଏମ୍‌ସି ପକ୍ଷରୁ ୱାର୍ଡ ଅଫିସର ନିୟୋଜିତ ହୋଇଛନ୍ତି । ହେଲେ ଏ ଅଫିସରମାନେ ରିପୋର୍ଟ ଦେବା ତ ଦୂର, କ୍ୱାର୍ଟର୍ସର ସ୍ଥିତି ବି ପରଖୁ ନାହାନ୍ତି । ସେପଟେ ବିଏମ୍‌ସି, ବିଡିଏର ଏନ୍‌ଫୋର୍ସମେଣ୍ଟ ଟିମ୍‌ ସବୁ ଦେଖି ଚୁପ୍‌ ବସି ପଡ଼ିଛନ୍ତି । ବଏିମ୍‌ସରି ଜଣେ ବରଷ୍ଠି ଅଧକିାରୀଙ୍କ କହିଛନ୍ତି, କ୍ୱାର୍ଟର୍ସ କନ୍‌ଜରଭେନ୍ସିରେ ବେଆଇନ୍‌ ଘର ତିଆରି ହେବା ସତ । ୨୦୧୮ ମସିହାରେ ଉଚ୍ଛେଦ ଅଭିଯାନ ଜୋରଦାର୍‌ ହୋଇଥିଲା । ଏବେ ଏମ୍‌ଏଲ୍‌ଏ କଲୋନି, ୟୁନିଟ୍‌-୧ ଅଞ୍ଚଳରେ ନୂଆ ତିଆରି ଚାଲିଥିବା ଘର ଉଚ୍ଛେଦ ହୋଇଛି । ୟୁନିଟ୍‌-୬ ସହ ଅନ୍ୟ ଅଞ୍ଚଳର କ୍ୱାର୍ଟର୍ସରୁ ଉଚ୍ଛେଦକୁ ଜୋରଦାର କରାଯିବ ।