ଏହି ସ୍ଥାନମାନଙ୍କରେ ଖୋଲିଲା ରେଡ୍‌ଲାଇଟ୍‌ ଏରିଆ- କିସ୍‌ କରିବା ଓ ଜୋରରେ ଶ୍ୱାସକ୍ରିୟା ମନା

ବ୍ରାସିଲୋନା- କରୋନା ଯୋଗୁଁ ୟୁରୋପର କେତକ ଦେଶରେ ରେଡ୍‌ ଲାଇଟ୍‌ ଏରିଆ ବନ୍ଦ କରାଯାଇଥିଲା । ଏବେ ଅନଲକ୍ ସହ ନେଦରଲ୍ୟାଣ୍ଡ ସହ କେତକ ୟୁରୋପୀୟ ଦେଶରେ ରେଡ୍‌ଲାଇଟ୍‌ ଏରିଆ ଖୋଲିବା ପାଇଁ  ନିଷ୍ପତ୍ତି ନିଆଯାଇଛି । ସେଠାକାରେ ରୂପଜୀବୀମାନେ ଏହାକୁ ସ୍ୱାଗତ କରିଛନ୍ତି। ତେବେ ସେଠାର ସରକାର କେତକ ନିର୍ଦେଶ ଦେଇଛନ୍ତି। ଏଠାରେ ସମ୍ପର୍କ ସ୍ଥାପନ ବେଳେ ସମସ୍ତେ ମାସ୍କ ପିନ୍ଧିବା ପାଇଁ ବାଧ୍ୟ ଏହା ସହ କେହି ଜୋରରେ ଶ୍ୱାସ କ୍ରିୟା ନେଇ ପାରିବେ ନାହିଁ ।  ସାମାଜିକ ଦୂରତାକୁ ନେଇ ଥିବା କଟକଣାକୁ ଏଠାରୁ ଉଠାଇ ଦିଆଯାଇଛି ।

ସେହିପରି ଥାଇଲାଣ୍ଡରେ ତିନିମାସ ପାଇଁ ରେଡ୍‌ ଲାଇଟ୍‌ ଏରିଆକୁ ବନ୍ଦ କରାଯାଇଥିଲା । ଏବେ ଏହାକୁ ଖୋଲିବା ପାଇଁ ନିର୍ଦେଶ ଦିଆଯାଇଛି ।  ଥାଇଲାଣ୍ଡରେ ସେସ୍କ ଟ୍ୟୁରିଜିମ୍‌କୁ ପ୍ରାଧ୍ୟାନ୍ୟତା ଦିଆଯାଇଥାଏ ।  ଗତ ୩୭ ଦିନ ମଧ୍ୟରେ ବ୍ୟାଙ୍ଗକକ୍‌ରେ କରୋନା ପଜେଟିଭ୍‌ ଚିହ୍ନଟ ହୋଇ ନଥିବାରୁ ଏହି ନିର୍ଦେଶ ଦିଆଯାଇଛି ।

ରଏଟର୍‌ରେ ଏ ନେଇ ଖବର ପ୍ରକାଶିତ ହୋଇଛି । ସମସ୍ତେ ମାସ୍କ ପିନ୍ଧିବା ସହ ନିଜକୁ ଭଲ ଭାବେ ସାନିଟାଇଜ୍‌ କରିବେ ବୋଲି ନିର୍ଦେଶ ଦିଆଯାଇଛି ।

ରେଡ୍‌ଲାଇଟ୍‌ ଏରିଆକୁ ଯିବା ପୂର୍ବରୁ ସମସ୍ତ ଗ୍ରାହକଙ୍କ ତାପମାତ୍ରା ମାପାଯିବ। ଏହା ସହ ପୂରା ନାଁ , ଘର ଠିକଣା ରଖାଯିବ । ଫୋନ୍ ନମ୍ବର ନୋଟ୍‌ କରାଯିବ ।  ସେହିପରି ଡ୍ୟାନସ୍‌ ବାର ଯାଉଥିବା ଲୋକ ୨ ମିଟର ଦୂରରେ ବସିବେ ।

ନେଦରଲ୍ୟାଣ୍ଡରେ ଜୁଲାଇ ଏକ ତାରିଖରୁ ରେଡ୍‌ଲାଇଟ୍‌ ଏରିଆ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।  ଏଠାରେ ମାସ୍କ ପିନ୍ଧିବା ସହ ଜୋରରେ ନିଶ୍ୱାସ ପ୍ରଶ୍ୱାସ ନେଇ ପାରିବେ ନାହିଁ ବୋଲି କୁହାଯାଇଛି । ସମସ୍ତ ସଫା ସୁତରା ରହିବେ  ସାନିଟାଇଜ୍‌ ହେବେ ବୋଲି ନିର୍ଦେଶ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ଯୁବତୀଙ୍କ ସହ ବାଥ୍‌ରୁମ୍‌ ଭିଡିଓ କଲ୍‌ରେ ଉଲଗ୍ନ ହୋଇଥିଲେ ଯୁବକ – ଏବେ ଟଙ୍କା ଦେବା ପାଇଁ ମିଳୁଛି ଧମକ

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଲିଫ୍ଟ ମାଗିଥିବା ମହିଳା ଥିଲେ ପ୍ରେତାତ୍ମା- ଅଙ୍ଗେ ନିଭେଇଥିବା କଥା

ଇଏ ସେହି ମହିଳା, ଯିଏ ପୁରା ବିଶ୍ୱ ପାଇଁ ତିଆରି କରନ୍ତି Indian Flag

କରୋନା କାଳରେ ଚାଲିଛି ଅରବପତିଙ୍କ ବିଳାସପୂର୍ଣ୍ଣ ପାର୍ଟି, ଅତିଥିଙ୍କର ପ୍ରତି ୧୫ ମିନିଟରେ ହେଉଛି କୋଭିଡ୍ ଟେଷ୍ଟ