ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ପ୍ରଫେସର ଆର୍‌.କେ. ଚୌହାନ୍‌ ସୋଆ କୁଳପତି

ଭୁବନେଶ୍ୱର ୧୩।୧୨ : ବିଶିଷ୍ଟ ଶିକ୍ଷାବିତ୍‌ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟ) ପରିଚାଳନା ବୋର୍ଡ଼ର ସଦସ୍ୟ ପ୍ରଫେସର ଆର୍‌.କେ. ଚୌହାନ ସୋଆର ନୂଆ କୁଳପତି ଭାବେ ବୁଧବାର ଦାୟିତ୍ୱ ନେଇଛନ୍ତି ।
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ପୂର୍ବତନ ସଚିବ ତଥା ତିନୋଟି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିଥିବା ପ୍ରଫେସର ଚୌହାନ ସୋଆର କୁଳପତି ପ୍ରଫେସର ଅମିତ ବାନାର୍ଜୀ ଅବସର ନେବା ପରେ ତାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ପ୍ରଫେସର ଚୌହାନ, ପୂର୍ବରୁ ହିସାର୍‌ର ଗୁରୁ ଜମ୍ଭେଶ୍ୱର ବିଶ୍ୱବିଦ୍ୟାଳୟ, ଗ୍ଲୋବାଲ୍‌ ଓପନ୍‌ ବିଶ୍ୱବିଦ୍ୟାଳୟ, ନାଗାଲ୍ୟାଣ୍ଡ ଏବଂ ଫରିଦାବାଦର ଲିଙ୍ଗାୟା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ତୁଲାଇଛନ୍ତି । ସେ ଫରିଦାବାଦ ସ୍ôଥତ ଲିଙ୍ଗାୟା ବିଦ୍ୟାପୀଠର ପ୍ରୋ-ଚାନ୍‌ସେଲର ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।

ମ୍ୟାନେଜମେଣ୍ଟ୍‌ ବିଶେଷଜ୍ଞ ପ୍ରଫେସର ଚୌହାନ ନିକଟରେ ଇଣ୍ଡିଆନ୍‌ କାଉନସିଲ୍‌ ଫର ସୋସିଆଲ୍‌ ସାଇନ୍‌୍ସ ରିସର୍ଚ୍ଚ ଦ୍ୱାରା ପ୍ରାୟୋଜିତ "ଫାକଲ୍ଟି ରିଟେନ୍ସନ୍‌ ଆଣ୍ଡ ଫାକଲ୍ଟି ଆପ୍ରାଇଜଲ୍‌’ ଶୀର୍ଷକ ଏକ ଗବେଷଣା ପ୍ରୋଜେକ୍ଟ୍‌ ଶେଷ କରିଛନ୍ତି । ସେ ଏଜୁକେସନାଲ୍‌ ମ୍ୟାନେଜମେଣ୍ଟ୍‌, ଫାଇନାନ୍ସିଂ ଅଫ୍‌ ହାୟର ଏଜୁକେସନ୍‌ ଆଣ୍ଡ ଷ୍ଟ୍ରାଟେଜିକ୍‌ ମ୍ୟାନେଜମେଣ୍ଟ୍‌ ଆଦିି ବିଷୟ ଉପରେ କାର୍ଯ୍ୟ କରିଛନ୍ତି । ୫ ଜଣ ରିସର୍ଚ୍ଚ ସ୍କଲାର ପ୍ରଫେସର ଚୌହାନଙ୍କ ତତ୍ୱାବଧାନରେ ମଧ୍ୟ ପିଏଚ୍‌ଡି ହାସଲ କରିଛନ୍ତି । ସେ ମଧ୍ୟ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ପ୍ରତିନିଧି ମଣ୍ଡଳର ସଦସ୍ୟ ରହିଛନ୍ତି । ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ପାଇଁ ଭାରତର ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗସ୍ତ କରିଥିବା ପ୍ରତିନିଧିମଣ୍ଡଳୀରେ ପ୍ରଫେସର ଚୌହାନ ମଧ୍ୟ ସାମିଲ୍‌ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.