PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର ମଣ୍ଡଳ କାରାଗାରରେ ଜେଲର ଓ ଆଡମିସନ୍ ଅଧିକାରୀଙ୍କୁ ଓ୍ବାର୍ଡରଙ୍କ ମାଡ, ଥାନାରେ ମାମଲା
  • ||
  • ସମ୍ବଲପୁର: ରାଜପଥରେ ଯାତ୍ରା କରୁଥିବା ଯାନଗୁଡିକ ଡକାୟତି ଉଦ୍ଦେଶ୍ୟରେ ଢ଼ାବାକୁ ବ୍ୟବହାର କରୁଥିଲେ ମାଲିକ, ବେଆଇନ ଅତିକ୍ରମଣ ଏବଂ ଅପରାଧ ପାଇଁ ଢ଼ାବାକୁ ଭାଙ୍ଗିଲା ଜୁଜୁମୁରା ଥାନା
  • ||
  • ଭଦ୍ରକ : ଧାନ କିଣା ହୋଇ ନପାରିବାରୁ ବିଷ ପିଇଲେ ଚାଷୀ, ଟୋକନ ଥିବା ସତ୍ତ୍ଵେ ଧାନ କିଣିଲାନି ଏସଏଚଜି, ଗ୍ରାମାଞ୍ଚଳ ଥାନା ବନ୍ଧଗାଁ ମଣ୍ଡି ଆଗରେ ବିଷ ପିଇଲେ ଚାଷୀ
  • ||
  • ଭଦ୍ରକ: ଧାନ ସଂଗ୍ରହ କେନ୍ଦ୍ରରେ ବିଷ ପିଇଲେ ଚାଷୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ବିଧାନସଭାରେ ପାରିତ ହେଲା ଶ୍ରୀମନ୍ଦିର ସଂକଳ୍ପ, ବାଚନିକ ଭୋଟରେ ପାରିତ ହୋଇଥିବା ବାଚସ୍ପତି ଘୋଷଣା, ସଂକଳ୍ପ ଆଗତ ବେଳେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ମାର୍ଶାଘାଇ: ଜାତୀୟ ରାଜପଥରେ ଟ୍ରକ୍ ଡ୍ରାଇଭରଙ୍କୁ ରକ୍ତାକ୍ତ କରି ଲୁଟ୍ ଓ ରାହାଜାନୀ ଘଟଣା, ୪ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତ ବାନ୍ଧିଲା ପୁଲିସ
  • ||
  • ଭୁବନେଶ୍ବର: ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ, ୧୦ଟି ଘରୋଇ ଓ ୧୨ଟି ସରକାରୀ ହସ୍ପିଟାଲରେ ଦିଆଯିବ ଟିକା, ସୂଚନା ଦେଲେ ବିଏମ୍‌ସି କମିଶନର
  • ||
  • ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ କରିପାରନ୍ତି ବଡ଼ ଘୋଷଣା, ଘୋଷଣା ଉପରେ ସମସ୍ତଙ୍କ ନଜର
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଘେରି ମାଛ ଚାଷ ବା କେଜ୍ କଲଚରକୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇବ ବୁଡି ଅଞ୍ଚଳ ସଂଗ୍ରାମ ସମିତି
  • ||
  • ପାରାଦୀପ : ୧୦ ଗ୍ରାମର ବ୍ରାଉନସୁଗାର ଜବତ କଲା ପାରଦୀପ ଅବକାରୀ ବିଭାଗ
  • ||
  • ସମ୍ବଲପୁର: ଭିସୁଟରେ ୨୫ ଛାତ୍ର କରୋନା ପଜିଟିଭ, ପ୍ରଥମ ଶ୍ରେଣୀ ପାଠପଢା ବାତିଲ, ଜିଲ୍ଲାପାଳଙ୍କ ଘଟଣାସ୍ଥଳରେ ଅନୁଧ୍ୟାନ
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୨୦ଟି ସାଇନ୍ସ ପାର୍କ, ପ୍ରଥମ ପର୍ଯ୍ୟାୟରେ ୧୦ଟି ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୦ଟି ସାଇନ୍ସ ପାର୍କ ନିର୍ମାଣ ହେବ, ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା
  • ||
  • ଯାଜପୁର : ଯୋଡିକୁଅ ଛକ ନିକଟରେ ଗଛ କଟାଯାଉଥିବା ବେଳେ ଅଘଟଣ, ଗଛ ପଡି ୭ ବର୍ଷର ବାଳକ ମୃତ, ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି
  • ||
  • ଭଦ୍ରକ : ଧାନ ବିକ୍ରିରେ ଅନିୟମିତତା, ଦଲାଲଙ୍କୁ ପ୍ରଶୟ ଦେଇ ଚାଷୀଙ୍କ ଠାରୁ ଧାନ କିଣୁନି ସମବାୟ ସମିତି, ଆନନ୍ଦପୁର ଏନଏଚ ୫୩ ବସନ୍ତିଆ ଛକରେ ଧାନବସ୍ତା ରଖି ରାସ୍ତାରୋକ କଲେ ଶତାଧିକ ଚାଷୀ
  • ||
  • ମାଲକାନାଗିରି : ମାଓ ଯୋଜନା ପଣ୍ଡ, ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର୍ ଜିଲ୍ଲାରେ ମର୍କାନାର-ବଡ଼ପରା ରାସ୍ତା ନିକଟରେ ଆଇଇଡି ଠାବ କଲେ ବି.ଏସ.ଏଫ୍ ଯବାନ
  • ||
  • ରାୟଗଡ଼ା: କାଶୀପୁର ବ୍ଲକ ବଡପୁକେଲ ଗ୍ରାମରେ ହାଜି ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ଵର : ୫ଟି ହାଇ ରିସ୍କ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର, ୭ ଦିନ ହୋମ ଆଇସୋଲେସନରେ ରହିବେ ଏହି ୫ ରାଜ୍ୟ ଫେରନ୍ତା, ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନଙ୍କୁ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
  • ||
  • ବ୍ରହ୍ମପୁର : ଆନ୍ଧ୍ରପ୍ରଦେଶକୁ ବାଲି ଚୋରା ଚାଲାଣ ବେଳେ ଚଢାଉ, ୮ଟି ବାଲି ବୋଝେଇ ହାଇୱା ଜବତ କଲା ଛତ୍ରପୁର ପୋଲିସ
  • ||
  • ଜଳେଶ୍ଵର : ଆଜି ପଦ୍ମଭୂଷଣ ମନୋଜ ଦାସଙ୍କ ଜନ୍ମଦିନ, ସେ ଏକାଧାରାରେ ଜଣେ ଦାର୍ଶନିକ, ଜଣେ ଚିନ୍ତକ-ଲେଖକ, ସେ ଜଣେ ଅଗ୍ରଣୀ ଦ୍ୱିଭାଷୀ ଓଡିଆ ଲେଖକ
  • ||
  • କୋରାପୁଟ: ନାରାୟଣ ପାଟଣା ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ମାଓ ସାମଗ୍ରୀ ଜବତ, ୬୦ଟି ଜିଲେଟିନ,୫୦ଟି ଇଲେକଟ୍ରିକ ଡିଟୋନେଟର,୫ ବଣ୍ଡେଲ ବିଦ୍ୟୁତ ତାର,୨.୫ କେଜି ଗନ ପାଉଡର ଜବତ କଲା ବିଏସଏଫ
  • ||

ଆର୍‌ବିଆଇର ଭବିଷ୍ୟବାଣୀ- ପ୍ରସ୍ତୁତ ରହିବାକୁ ପରାମର୍ଶ

ମୁମ୍ବାଇ: ଦେଶର ଅର୍ଥବ୍ୟବସ୍ଥାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶନିବାର ଅନେକ ଭବିଷ୍ୟବାଣୀ କରିଛି । ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଆଗକୁ ବିଦେଶୀ ଇକ୍ୱିଟି ନିବେଶକଙ୍କ ମଧ୍ୟରେ ଭାରତୀୟ ବଜାରକୁ ନେଇ ଆଗ୍ରହ କମିପାରେ । ଏଭଳି କ୍ଷେତ୍ରରେ ଦେଶକୁ ବାହାରୁ ପୁଞ୍ଜି ପ୍ରବାହ ହଠାତ୍‌ ବନ୍ଦ ହୋଇଯାଇପାରେ । ଏଥିପାଇଁ ପ୍ରସ୍ତୁତ ରହିବା ପାଇଁ ସେ ବଜାରକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ୯ ମାସରେ ବିଦେଶୀ ନିବେଶକ ଘରୋଇ ସେୟାର ବଜାରରେ ଜୋରଦାର ଟଙ୍କା ଲଗାଇଥିଲେ । ଗତବର୍ଷ ଏମାନେ ଘରୋଇ ବଜାରରେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି ଯେ, ସରକାରଙ୍କୁ ନିଜର ଆୟକୁ ଉପଯୁକ୍ତ ଉପାୟରେ ଖର୍ଚ୍ଚ କରିବାକୁ ପଡ଼ିବ । ଏଭଳି ଭାବେ ଖର୍ଚ୍ଚ ହେବା ଦରକାର ଯେ, ଏଥିରୁ ଅର୍ଥନୀତିରେ ଗୁଣାତ୍ମକ ବିକାଶ ହେବ । ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ସାମ୍ପ୍ରତିକ ସ୍ଥିତିରେ ସରକାରଙ୍କୁ ଆୟ ବ୍ୟୟ ମଧ୍ୟରେ ତାଳମେଳ ରଖିବାକୁ ପଡ଼ିବ । ଆର୍‌ବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଅର୍ଥନୀତିର ଆବଶ୍ୟକତା ଅନୁସାରେ ସର୍ବୋଚ୍ଚ ବ୍ୟାଙ୍କ ପଦକ୍ଷେପ ନେବ । ବିଗତ ଦିନରେ ଆର୍‌ବିଆଇ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଦ୍ୱାରା ଅର୍ଥନୀତି ଉପରେ କୋଭିଡ୍‌-୧୯ର ପ୍ରଭାବକୁ କମ୍‌ କରାଯାଇପାରିଛି । ବିତ୍ତୀୟ ବ୍ୟବସ୍ଥାକୁ ସୁଚାର ରୂପେ ତୁଲାଇବା ପାଇଁ ସର୍ବୋଚ୍ଚ ବ୍ୟାଙ୍କ ଆର୍ଥିକବର୍ଷର ପ୍ରଥମାର୍ଦ୍ଧରେ ଜିଡିପିର ୬.୩% ସମତୁଲ୍ୟ ଲିକ୍ୱିଡିଟି ସିଷ୍ଟମ୍‌କୁ ଯୋଗାଇଥିବା ଶ୍ରୀ ଦାସ କହିଛନ୍ତି ।

ଆର୍‌ବିଆଇ ଗଭର୍ଣ୍ଣର କହିଛନ୍ତି ଯେ, କୋଭିଡ୍‌-୧୯ ମଧ୍ୟରେ ବିଶ୍ୱବ୍ୟାପୀ ଦେଶଗୁଡିକରେ ବିତ୍ତୀୟ ନିଅଣ୍ଟ ଉଚ୍ଚ ସ୍ତରରେ ରହିପାରେ । ଏଭଳି କ୍ଷେତ୍ରରେ ଭାରତ ସରକାରଙ୍କୁ ନିଜ ଖର୍ଚ୍ଚ ହିସାବରେ ଆର୍ଥିକ ଏକୀକରଣ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ । ସରକାରଙ୍କୁ ଏହା ଦେଖିବାକୁ ହେବ ଯେ, ବର୍ଦ୍ଧିତ ଖର୍ଚ୍ଚ ହେଉ ପଛେ କିନ୍ତୁ ଅର୍ଥବ୍ୟବସ୍ଥା ଉପରେ ଯେପରି ଏହାର ଗୁଣାତ୍ମକ ପ୍ରଭାବ ପଡ଼ିବ । ଅର୍ଥାତ୍‌ ୧୦୦ ଟଙ୍କା ଖର୍ଚ୍ଚ କରି ଜିଡିପିରେ ଏହାଠାରୁ ଅଧିକ ଯୋଡିବା ଲକ୍ଷ୍ୟ ରହିବା ଉଚିତ । ଉଭୟ ସରକାରୀ ଏବଂ ଘରୋଇ ବ୍ୟାଙ୍କଗୁଡିକ ପୁଞ୍ଜି ଏକତ୍ର କରିବାର ପ୍ରୟାସକୁ ତ୍ୱରାନ୍ୱିତ କରିବା ଦରକାର ବୋଲି ଶ୍ରୀ ଦାସ ଜୋର ଦେଇଛନ୍ତି । ସେ କହିଛନ୍ତି ଯେ, ବ୍ୟାଙ୍କଗୁଡିକ ଦୁର୍ବଳ ବିତ୍ତୀୟ ସ୍ଥିତିର ଲାଭ ଉଠାଇବା ଦରକାର । ବାଲାନ୍ସିସିଟ୍‌କୁ ମଜଭୂତ ରଖି ସେମାନେ ଆର୍ଥିକ ସୁଧାରରେ ବଡ଼ ଯୋଗଦାନ ଦେଇପାରିବେ । ପ୍ରକାଶଯୋଗ୍ୟ, କରୋନା କାଳରେ ଅର୍ଥନୀତିକୁ ବଳ ଦେବା ପାଇଁ ଆର୍‌ବିଆଇ ଅନେକ ପଦକ୍ଷେପ ଗ୍ରହଣ କରିଛି । ବ୍ୟାଙ୍କଗୁଡିକୁ ଅତିରିକ୍ତ ଲିକ୍ୱିଡିଟି ଯୋଗାଇବା ପାଇଁ ଏହା ପଦକ୍ଷେପ ନେଇଛି । ଋଣଗ୍ରହିତାଙ୍କ ପାଇଁ ମଧ୍ୟ ମୋରାଟୋରିୟମ୍‌ ସ୍କିମ୍‌ ଘୋଷଣା କରି ଆର୍‌ବିଆଇ ସେମାନଙ୍କୁ ସେତେବେଳେ ଆଶ୍ୱସ୍ତି ପ୍ରଦାନ କରିଥିଲା ।