ବିଜେଡି ଛାଡିଲେ ପାଲଲହଡା ପୂର୍ବତନ ବିଧାୟକ ରବି ପାଣି

ଭୁବନେଶ୍ୱର ୭/୪: ବିଜେଡିରୁ ଇସ୍ତଫା ଦେଲେ ପାଲଲହଡାର ପୂର୍ବତନ ବିଧାୟକ ରବିନାରାୟଣ ପାଣି । ନବୀନ ନିବାସ ଯାଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରବି । ଦଳର କାର୍ଯ୍ୟରେ ଅସନ୍ତୁଷ୍ଟ ଥିଲେ ରବି । ସେ ଦଳର ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଥିଲେ।
୨୦୦୯ରୁ ୨୦୧୪ ଯାଏ ରବି ନାରାୟଣ ପାଲଲହଡ଼ାରୁ ବିଜେଡି ବିଧାୟକ ଥିଲେ। ସେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ପାଲଲହଡାରୁ ଟିକେଟ ପାଇଁ ଆଶାୟୀ ଥିଲେ ରବି । ମାତ୍ର ଦଳ ତାଙ୍କ ବଦଳରେ ଦଳ ସୁକେଶ ପାଲଙ୍କୁ ପାଲଲହଡାରୁ ପ୍ରାର୍ଥୀ କରିଛି । ତେବେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଛନ୍ତି ରବି ପାଣି ।