PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ରାବ୍ରୀଙ୍କ ବୟାନ: ମହାମେଣ୍ଟରେ ମିଶିବାକୁ ଚାହୁଁଛନ୍ତି ନୀତୀଶ

source:www.ndtv.com

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀ ବଡ ବୟାନ ଦେଇଛନ୍ତି । କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ରହିଥିଲେ ମଧ୍ୟ ଆଦୌ ସନ୍ତୁଷ୍ଟ ନୁହନ୍ତି । ସେଥିପାଇଁ ଚଳିତ ଲୋକସଭା ନିର୍ବାଚନରେ ମହାମେଣ୍ଟ ପକ୍ଷରୁ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିବାକୁ ସେ ଚାହୁଁଥିଲେ । ଏଭଳି କରାଗଲେ ୨୦୨୦ରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ସେ ବିହାରର ମୁଖ୍ୟମନ୍ତ୍ରୀ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାବ୍ରୀ କହିଛନ୍ତି ନୀତୀଶଙ୍କୁ ଏନ୍‌ଡିଏ, ବିଜେପି କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେହିହେଲେ ଗୁରୁତ୍ୱ ଦେଉନାହାନ୍ତି । ଏନ୍‌ଡିଏରେ ରହିଥିଲେ ମଧ୍ୟ ବିଜେପି ଚାପରେ ସେ ଅଣନିଶ୍ୱାସୀ ହୋଇପଡିଲେଣି । ତେଣୁ ଏନ୍‌ଡିଏ ଛାଡି ସେ ମହାମେଣ୍ଟରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସେଥିପାଇଁ ତାଙ୍କର ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋର ତାଙ୍କୁ ୫ ଥର ଭେଟିବାକୁ ଆସିଛନ୍ତି । ପ୍ରଶାନ୍ତ କିଶୋର କହିଛନ୍ତି ନୀତୀଶ ୨୦୨୦ବେଳକୁ ତେଜସ୍ୱୀଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ତେବେ ଏଥିପାଇଁ ମହାମେଣ୍ଟ ପକ୍ଷରୁ ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିବାକୁ ପଡିବ ବୋଲି ସେ ଦର୍ଶାଇଥିଲେ । ବିହାରର ବାସିନ୍ଦା ପ୍ରଶାନ୍ତ କିଶୋର ୨୦୧୫ ଲୋକସଭା ନିର୍ବାଚନ ବେଳେ ନୀତୀଶଙ୍କ ପାଇଁ କାର୍ଯ୍ୟ କରିଥିଲେ । ୨୦୧୮ରେ ସେ ଜେଡିୟୁରେ ଯୋଗଦେଇଥିଲେ ଓ ନୀତୀଶଙ୍କ ରାଜନୈତିକ ପ୍ରଚାରର ସଫଳତା ପଛରେ ତାଙ୍କର ହାତଥିବା ଦାବି କରିଛନ୍ତି । ଚଳିତ ଲୋକସଭା ନିର୍ବାଚନରେ ରାଜ୍ୟରେ ବିଜେପିକୁ ମହାମେଣ୍ଟ ପରାସ୍ତ କରିବ ବୋଲି ରାବ୍ରୀ ଦୃଢ଼ ଆଶା ରଖିଛନ୍ତି । କହିଛନ୍ତି ଲାଲୁ ଏଠାରେ ଆଜି ନାହାନ୍ତି । କିନ୍ତୁ ଲୋକସଭା ନିର୍ବାଚନରେ ମହାମେଣ୍ଟ ୪୦୦ରୁ ଅଧିକ ଆସନ ପାଇବ ।

ବିରୋଧୀଙ୍କୁ ଟାର୍ଗେଟ କରି ରାବ୍ରୀ କହିଛନ୍ତି ସେମାନେ ଲାଲୁଙ୍କ ଜେଲ୍‌ରେ ରଖିଛନ୍ତି । କିନ୍ତୁ ମଞ୍ଜୁ ବର୍ମା ମାମଲାରେ କିଛି ଏପର୍ଯ୍ୟନ୍ତ ମିଳିନାହିଁ । ଲାଲୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆଦୌ ସମ୍ପୃକ୍ତ ନାହାନ୍ତି । ଗରିବଙ୍କ କଥା ସେ ସର୍ବଦା ଉଠାଇ ଆସିଛନ୍ତି । ତାଙ୍କୁ ଧନ୍ୟବାଦ ଦେବା ବଦଳରେ ମିଥ୍ୟା ଗୋଖାଦ୍ୟ ମାମଲାରେ ଜେଲ୍‌ରେ ଠୁଙ୍କି ଦିଆଯାଇଛି । ସେହିଭଳି ତେଜସ୍ୱୀ କହିଛନ୍ତି ନୀତୀଶ ପ୍ରଥମେ ସ୍ପଷ୍ଟ କରନ୍ତୁ ସେ ପ୍ରଶାନ୍ତ କିଶୋରଙ୍କୁ ତାଙ୍କ ଘରକୁ ପଠାଇଥିଲେ ନା ନାହିଁ । ମହାମେଣ୍ଟରେ ନୀତୀଶଙ୍କ ଯୋଗଦାନ ସମ୍ପର୍କରେ ତେଜସ୍ୱୀ କହିଛନ୍ତି କି ସତ ହେଉଛି ସତ । ତାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ନୀତୀଶ ବାହାରକୁ ଆସନ୍ତୁ ଏବଂ ସେ ମହାମେଣ୍ଟରେ ସାମିଲ ହେବା ବିଷୟ ଘୋଷଣା କରନ୍ତୁ । ପ୍ରଶାନ୍ତ କିଶୋର ତାଙ୍କ ଘରକୁ ଆସିବା ସହିତ ଲାଲୁ ଓ ଅନ୍ୟ କେତେକ କଂଗ୍ରେସ ନେତାଙ୍କୁ ଭେଟିଥିବା ତେଜସ୍ୱୀ ସ୍ପଷ୍ଟ କରିଛନ୍ତି । ସେହିଭଳି ଆର୍‌ଜେଡି ଟିକେଟରେ ମାଧେପୁରା ଲୋକସଭା ଆସନରୁ ଲଢ଼ୁଥିବା ଶରଦ ଯାଦବ ମଧ୍ୟ କହିଛନ୍ତି କି ନୀତୀଶ ମହାମେଣ୍ଟକୁ ଫେରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି । ବିହାରର ସମସ୍ତ ୪୦ଟି ଯାକ ଲୋକସଭା ଆସନରେ ଏପ୍ରିଲ ୧୧ରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେଉଛି । ଆସନ୍ତା ମେ ୨୩ ତାରିଖରେ ଭୋଟ ଗଣତି କରାଯିବା ସହିତ ନିର୍ବାଚନ ଫଳ ମଧ୍ୟ ପ୍ରକାଶ ପାଇବ ।

ସମ୍ବନ୍ଧିତ ଖବର