ପ୍ରମୁଖ ଖବର
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଆକାଶରୁ ପଡ଼ିଲା ରକେଟ ଭଗ୍ନାବଶେଷ, ଶୁଭିଲା ପ୍ରଚଣ୍ଡ ଶବ୍ଦ: ଲୁଣପାହି ଅଞ୍ଚଳରେ ଲୋକେ ଆତଙ୍କିତ

ବାଲେଶ୍ୱର ୧୭/୧୨: ବାଲେଶ୍ୱର ସଦର ବ୍ଲକ ଜୟଦେବକସବା ପଞ୍ଚାୟତ ଅନ୍ତର୍ଗତ ନ’ ହଜାର ଲୁଣପାହି ଅଞ୍ଚଳରେ ବୁଧବାର ରାତିରେ ଆକାଶରୁ କୌଣସି ରକେଟ ଭଳି ଯାନର ଭଗ୍ନାବଶେଷ ଖସିଥିଲା। ଏହାକୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ।

ଗ୍ରାମବାସୀଙ୍କ ସୂଚନା ମୁତାବକ, ରାତି ପ୍ରାୟ ୮ଟାରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଶବ୍ଦ ଶୁଣି ଲୋକେ ତାଜୁବ୍‌ ହୋଇ ଯାଇଥିଲେ। ପରେ ଘଟଣାସ୍ଥଳକୁ ଦୌଡ଼ିଥିଲେ । ସେଠାରେ ଏହି ଭଗ୍ନାବଶେଷ ପଡ଼ିଥିବା ସେମାନେ ଦେଖିଥିଲେ। ଏଥିରେ କେହି ଆହତ ହୋଇନାହାନ୍ତି । ଭଗ୍ନାବଶେଷ କ୍ଷେପଣାସ୍ତ୍ରର ଭଗ୍ନାବଶେଷ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ମାତ୍ର ଏନେଇ ଡିଆର୍‌ଡିଓ ପକ୍ଷରୁ କୌଣସି ସୂଚନା ମିଳିନି ।

ଏପଟେ ଚାନ୍ଦିପୁରସ୍ଥିତ ଆଇଟିଆର ପକ୍ଷରୁ ବୁଧବାର କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ରାତ୍ରକାଳୀନ ବ୍ୟାବହାରିକ ପରୀକ୍ଷଣ କରାଯାଇଛି । ବୁଧବାର ରାତି ୭ଟା ୬ରେ ଆଇଟିଆର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଏକ ଚଳମାନ ଯାନରେ ଏହି ପରୀକ୍ଷଣ କରାଯାଇଥିଲା। ରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆରଡିଓ)ର ରାଡାର ଓ ଇଲେକ୍‌ଟ୍ରୋ ଅପ୍‌ଟିକାଲ ଟ୍ରାକିଂ ସିଷ୍ଟମ ଦ୍ୱାରା ଓଡ଼ିଶା ଉପକୂଳସ୍ଥ ଟେଲିମେଟ୍ରି ଷ୍ଟେସନ ସହାୟତାରେ କ୍ଷେପଣାସ୍ତ୍ରର ଗତିପଥ ଉପରେ ନଜର ରଖାଯାଇଥିଲା।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରଟି ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍‌କ୍ଷେପଣ କରାଯାଇପାରିବ। ଏହାର ଲକ୍ଷ୍ୟଭେଦ କ୍ଷମତା ୩୫୦ କିମି। ପୃଥ୍ୱୀ-୨ କ୍ଷେପଣାସ୍ତ୍ର ୫୦୦ରୁ ୧୦୦୦ କିଗ୍ରା ଯାଏ ଯୁଦ୍ଧାସ୍ତ୍ର ବହନ କରି ପାରିବ। ଏହାର ଲମ୍ବ ୯ ମିଟର, ମୋଟେଇ ୧୧୦ ସେମି, ଓଜନ ୪.୬ ଟନ୍‌ ରହିଛି। କ୍ଷେପଣାସ୍ତ୍ରକୁ ୨୦୦୩ ମସିହାରୁ ଭାରତୀୟ ସେନାରେ ସାମିଲ କରାଯାଇଛି। ଡିଆର୍‌ଡିଓ ସହଯୋଗରେ ପ୍ରତିରକ୍ଷା ବାହିନୀର ଷ୍ଟ୍ରାଟେଜିକ୍‌ ଫୋର୍ସର କମାଣ୍ଡୋଙ୍କ ପକ୍ଷରୁ ନିୟମିତ ଏହାର ପରୀକ୍ଷଣ ହୋଇଥାଏ। ପୂର୍ବରୁ ଏହି କ୍ଷେପଣାସ୍ତ୍ରର ରାତିରେ ପରୀକ୍ଷଣ କରାଯାଇଥିଲା। ଗତବର୍ଷ ନଭେମ୍ବରରେ ଗୋଟିଏ ଦିନରେ କ୍ରମାଗତ ୨ଥର ସଫଳ ପରୀକ୍ଷଣ କରି ଚାନ୍ଦିପୁର ଆଇଟିଆର୍‌ ବିରଳ ଇତିହାସ ରଚିଥିଲା। ଚଳିତ ବର୍ଷ ସେପ୍ଟେମ୍ବର ୨୩ରେ ମଧ୍ୟ ଚାନ୍ଦିପୁରରୁ ସଫଳତାର ସହ ପୃଥ୍ୱୀ-୨ର ପରୀକ୍ଷଣ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.