PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ସିଏମ୍‌ସି ବିକାଶ ଭବନରେ ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟରେ ଦମକଳ ବାହୀନି ନିଯୋଜିତ
  • ||
  • କେନ୍ଦୁଝର: ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ ‘ହ୍ୟୁମାଲ୍’, ଅନେକ ଯାତ୍ରୀ ଆହତ, ବସ୍‌ରେ ଥିଲେ ୪୦ରୁ ଅଧିକ ଲୋକ‌
  • ||
  • ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ଆଜିଠୁ ବିବନକୁ ୨ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ
  • ||
  • ଆଗ୍ରା: ତାଜମହଲରେ ବମ୍ ଥିବା ସୂଚନା ପରେ ପର୍ଯ୍ୟଟକଙ୍କ ଭିତରେ ଆତଙ୍କ, ତିନୋଟି ଗେଟକୁ କରାଗଲା ବନ୍ଦ
  • ||
  • ବାଲେଶ୍ବର: ଶ୍ଵଶୁର ଘରକୁ ଯିବା ବେଳେ ବାଇକକୁ ପଛପଟୁ ଧକ୍କା ଦେଲା ଅଜଣାଗାଡ଼ି, ଘଟଣାସ୍ଥଳରେ ଆଖିବୁଜିଲେ ପତ୍ନୀ, ସ୍ବାମୀ ଗୁରୁତର, କ୍ଷତିପୂରଣ ଦାବିରେ ରାସ୍ତା ରୋକ
  • ||
  • ସମ୍ବଲପୁର: ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ଖାଦ୍ୟନାଲି କାଟିଦେଲେ ଡାକ୍ତର, ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲ ଭର୍ତ୍ତି
  • ||
  • ମଣ୍ଡିରେ ଅବ୍ୟବସ୍ଥା ନେଇ ସାଗର ସେବା ସମବାୟ ସମିତିର ଚାଷୀଙ୍କ ବିରୋଧ, କଟକ-ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ
  • ||
  • ସମ୍ବଲପୁର: ଉଲୁଣ୍ଡା ବ୍ଲକ ପଣ୍ଡକିଟାଲ ଗ୍ରାମରେ ହାତୀ ଆକ୍ରମଣ, ଜଣେ ବୃଦ୍ଧର ମୃତ୍ୟୁ
  • ||
  • ସୁନ୍ଦରଗଡ଼: ଭୋଗରା ପାଲି ନଦୀ ପଠାରେ ଏକ ଯୁବକର ମୃତ ଦେହ ଉଦ୍ଧାର, ମିିଳିନି ପରିଚୟ
  • ||
  • ନୀଳଗିରି:ବାଲିଗୋହିରି ଅଞ୍ଚଳରେ କାହାଳିଆ ରାସ୍ତା ଛକରେ ବୁଲୁଛି ଭାଲୁ
  • ||
  • କେନ୍ଦୁଝର : ତେଲକୋଇ ବନାଞ୍ଚଳରେ ହାତୀ ଉପଦ୍ରବ, ରାଣିବେଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ଭିନ୍ନକ୍ଷମ ଦିଗାମ୍ବର ମହାନ୍ତଙ୍କ ଘର ଭାଙ୍ଗିବା ସହ ୫ କ୍ଵିଣ୍ଟାଲ ଧାନ ଓ ୨ କ୍ଵିଣ୍ଟାଲ କୋଳଥ ନଷ୍ଟ କଲେ ହାତୀପଲ
  • ||
  • ସୋନପୁର : ଘରେ ଶୋଇଥିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ହାତୀ, ଉଲୁଣ୍ଡା ରେଞ୍ଜ ପଣ୍ଡକିଟାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି, ମୃତକ ଜଣଙ୍କ ହେଉଛନ୍ତି ପଣ୍ଡକିଟାଲ ଗାଁର ୬୦ ବର୍ଷୀୟ ନାରାୟଣ ଭୋଇ
  • ||
  • ସମ୍ବଲପୁର : ପୁଣି ଲଜ୍ଜ୍ୟା, ବୁର୍ଲା ବଡ ଡାକ୍ତରଖାନା ଭିତରେ ଜଣେ ନାବାଳିକାଙ୍କୁ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି ପୋଲିସ
  • ||

ରାଧା-କୃଷ୍ଣଙ୍କ ଥିମରେ ଆକାଶ ଅମ୍ବାନୀଙ୍କ ବିବାହ କାର୍ଡ ବାକ୍ସ ଖୋଲିଲେ ବାଜୁଛି ଭଜନ

ମୁମ୍ବାଇ,୧୪।୨: ଆକାଶ ଅମ୍ବାନୀ ଓ ଶ୍ଲୋକା ମେହେତାଙ୍କ ବିବାହ କାର୍ଡକୁ ନେଇ ଏବେ ଭାରି ଚର୍ଚା। ବିବାହ କାର୍ଡଟି ଭିଡିଓ ଭଳି ଆକାରର ହୋଇଥିବା ବେଳେ ଏଥିରେ ଆନିମେସନ୍ ଥିବା ଲାଇଟିଂ ଡିସ୍କ ଲାଗିଛି। ଭଗବାନ କୃଷ୍ଣଙ୍କ ଫଟୋ ରହିଛି। ଯାହାର କଭର ହଟାଇବା ପରେ ଏହାକୁ ଅଲଗା କରିହେବ। ପରିବାରର ପରମ୍ପରା ଅନୁସାରେ ଅମ୍ବାନୀ ପରିବାର ସବୁଠାରୁ ପ୍ରଥମେ ସିଦ୍ଧିବିନାୟକ ମନ୍ଦିରରେ ନିମନ୍ତ୍ରଣ ପତ୍ର ଅର୍ପଣ କରିଥିଲେ। ବକ୍ସ ଖୋଲିବା ମାତ୍ରେ ଅଚ୍ୟୁତମ କେଶବମ୍, କୃଷ୍ଣ ଦାମୋଦର…ଭଜନ ବାଜୁଛି। କାର୍ଡ ଖୋଲିବା ପରେ ଗଣପତିଙ୍କ ଫଟୋ ଦେଖିବାକୁ ମିଳିବ।

ଭିତରେ ବାହାଘର କାର୍ଯ୍ୟକ୍ରମର ସମୟ ଓ ଅନ୍ୟ ସୂଚନା ଦିଆଯାଇଛି ଓ ମୁକେଶ ଅମ୍ବାନୀଙ୍କ ହାତରେ ଲିଖିତି ଶୁଭକାମନା ବାର୍ତା ମଧ୍ୟ ରହିଛି।  କାର୍ଡରେ ରାଧା-କୃଷ୍ଣଙ୍କ ଲୀଳାର ଖୁବ୍ ସୁନ୍ଦର ଫଟୋ ଡିଜାଇନ୍ କରି ରଖାଯାଇଛି। ଏଥରେ ହଳଦିଆ, ନୀଳ, ଧଳା ଓ ଲାଲ ରଙ୍ଗର ବ୍ୟବହାର କରାଯାଇଛି। ରିଲାୟନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶଙ୍କ ବିବାହ ୯ ମାର୍ଚରେ ଶ୍ଲୋକଙ୍କ ସହ ମୁମ୍ବାଇର ଜିୟୋ ଓ୍ବାଲର୍ଡ ସେଣ୍ଟରରେ ହେବ। ବିବାହ ସମାରୋହ ୩ ଦିନ ଚାଲିବ। ଆକାଶଙ୍କ ବିବାହ କାର୍ଡର ମୂଲ୍ୟ କେତେ ତାହା ଯଦିଓ ଜଣାନାହିଁ। କିନ୍ତୁ ମୁକେଶ ତାଙ୍କ ଝିଅ ଇଶାଙ୍କ ବିବାହ କାର୍ଡ ୩ ଲକ୍ଷ ଟଙ୍କାର ରହିଥିଲା

ସମ୍ବନ୍ଧିତ ଖବର