ରେଭେନ୍ସାରେ ର‌୍ୟାଗିଂ ଅଭିଯୋଗ ମାମଲାର ଯାଞ୍ଚ କରିବ ଶୃଙ୍ଖଳା କମିଟି

କଟକ ୧୮/୯: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ର‌୍ୟାଗିଂ ନେଇ ଅଭିଯୋଗ ହୋଇଛି । ଯୁକ୍ତ ତିନି ପ୍ରଥମ ବର୍ଷ ଜଣେ ଛାତ୍ରଙ୍କୁ ଦ୍ୱିତୀୟ ଓ ତୃତୀୟ ବର୍ଷର କିଛି ଛାତ୍ର ମାଡ଼ ମାରିଥିବା ଓ ନିର୍ଯାତନା ଦେଇଥିବା ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗର ଯାଞ୍ଚ ପାଇଁ ଆସନ୍ତାକାଲି ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟିର ବୈଠକ ବସିବ ବୋଲି କୁଳପତି ପ୍ରଫେସର ଈଶାନ କୁମାର ପାତ୍ର କହିଛନ୍ତି ।

ଅଭିଯୋଗ ମୁତାବକ, ସୋମବାର ଇଷ୍ଟ୍‌ ହଷ୍ଟେଲ୍‌ରେ ରହୁଥିବା ଯୁକ୍ତ ତିନି ପ୍ରଥମ ବର୍ଷର ଜଣେ ଛାତ୍ର ତାଙ୍କ ଜନ୍ମଦିନ ପାଳନ କରିଥିଲେ । ପ୍ରଥମ ବର୍ଷ ଛାତ୍ରମାନେ ପରସ୍ପର ମଧ୍ୟରେ କେକ୍‌ ବୋଳାବୋଳି ହୋଇଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଉକ୍ତ ହଷ୍ଟେଲ୍‌ରେ ରହୁଥିବା ଦ୍ୱିତୀୟ ଓ ତୃତୀୟ ବର୍ଷର କିଛି ଛାତ୍ର ପ୍ରଥମ ବର୍ଷର ଛାତ୍ରଙ୍କୁ ଗାଳିଗୁଳଜ କରି ମାଡ଼ ମାରିଥିଲେ । ମାଡ଼ ଖାଇଥିବା ଉକ୍ତ ଛାତ୍ର ନିଜର ଅଭିଭାବକଙ୍କୁ ଏ ସଂକ୍ରାନ୍ତରେ ଜଣାଇଥିଲେ ।

ଆଜି ର‌୍ୟାଗିଂର ଶିକାର ହୋଇଥିବା ପ୍ରଥମ ବର୍ଷର ଛାତ୍ରଙ୍କ ଅଭିଭାବକ କୁଳସଚିବଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଇଷ୍ଟ ହଷ୍ଟେଲର ୱାଡେନ୍‌ ପୂର୍ଣ୍ଣେନ୍ଦୁ ପାଢ଼ୀ ଘଟଣାର ତଦାରଖ କରିଛନ୍ତି । ଏନେଇ ସେ କୁଳପତିଙ୍କ ଅବଗତ କରାଇଛନ୍ତି । କୁଳପତି ଆସନ୍ତାକାଲି ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟି ବୈଠକ ଡାକିଛନ୍ତି । ଏଥିରେ ଅଭିଯୋଗ ସଂକ୍ରାନ୍ତରେ ବିଚାର କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

୩ ମିନିଟ୍‌ ମଧ୍ୟରେ ଦେଢଲକ୍ଷ ଟଙ୍କାର ସୁନା ଚେନ୍‌ ଚୋରି କରି ଚମ୍ପଟ ମାରିଲେ ମା’ ଓ ଝିଅ: ସିସିଟିଭିରେ ଧରାପଡିଲା ଚୋରଣୀଙ୍କ କାରନାମା

ପୁଲିସର‘ଦାଦାବଟିକୁ ନା’ ଅଭିଯାନ: ବନ୍ଧା ହେଲେ ଚାରି ପୁରୁଣା ଅପରାଧୀ,ଦୁର୍ଦ୍ଦାନ୍ତ ବିକା ଓ ଟିଟୋ ଗ୍ୟାଙ୍ଗ୍‌ର କାଲାବାବୁ ଗିରଫ

କରୋନା ସହ ୧୫ ଦିନ ଲଢ଼େଇ ପରେ ହାରିଗଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁକ୍ମଣୀ ଦେବୀ

ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା, ମଣ୍ଡପରେ ସନ୍ଧିପୂଜା

ବିଶ୍ୱ ସ୍ତରରେ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ରିଙ୍କୁ, ଯୋଗାସନରେ କଲେ ନୂଆ ରେକର୍ଡ