ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଆଖି ସର୍ଜରୀ ପରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିଲେ ରାଘବ

ନୂଆଦିଲ୍ଲୀ, ୧୮/୫: ଆଖି ସର୍ଜରୀ ସାରି ବ୍ରିଟେନରୁ ଭାରତ ଫେରିଲେ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ରାଘବ ଚଡ୍ଡା । ଏହାପରେ ଶନିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଯାଇ ତାଙ୍କ ବାସଭବନରେ ଦେଖା କରିଛନ୍ତି । ଆପର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଅନେକ ଦିନ ଧରି ଆଖି ସର୍ଜରୀ ପାଇଁ ଲଣ୍ଡନରେ ଥିଲେ। ଏହାରି ମଧ୍ୟରେ ତାଙ୍କର ଅନୁପସ୍ଥିତିରେ ଅନେକ ପ୍ରଶ୍ନ ଉଠୁଥିଲା । କିନ୍ତୁ ପାର୍ଟି କହିଥିଲା ଯେ ସେ ଠିକ ହେବା ମାତ୍ରେ ଆସିଯିବେ। ତେବେ ଗତମାସରେ ଦିଲ୍ଲୀରେ ଜଣେ ମନ୍ତ୍ରୀ କହିଥିଲେ ଯେ, ରାଘବଙ୍କ ଆଖିରେ ଗମ୍ଭୀର ରୋଗ ହୋଇଛି ଯାହାଦ୍ବାରା ସେ ଭବିଷ୍ୟତରେ ଅନ୍ଧ ହୋଇପାରନ୍ତି ବୋଲି କହିଥିଲେ। 

ପ୍ରକାଶ ଥାଉକି, ରାଘବ ଚଡ୍ଡା ଆମ ଆଦମୀ ପାର୍ଟିର ପ୍ରମୁଖ ଚେହେରା ମଧ୍ୟରୁ ଜଣେ। ସେ ଦିଲ୍ଲୀ ଭେଙ୍କଟେଶ୍ବର କଲେଜରୁ ଏକ ବର୍ଷ ସ୍ନାତକ କରିଛନ୍ତି । ଏହାପରେ ସେ କିଛି ପାଠପଢା ପାଇଁ ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସ ବି ଯାଇଥିଲେ । ରାଜନୀତିକୁ ଆସିବା ପୂର୍ବୁରୁ ରାଘବ ଅନେକ ବଡ କମ୍ପାନୀର ସିଏ ଭାବରେ କାମ କରିସାରିଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.