PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ବସ୍ତାରୁ ଲଢ଼ିବେ ରଘୁ

source;www.financialexpress.com

ଭୁବନେଶ୍ୱର,୩ା୪(ବ୍ୟୁରୋ): ପଦ୍ମ ଟିକେଟରେ ବସ୍ତା ବିଧାନସଭା ମଇଦାନକୁ ଓହ୍ଲାଇବେ ରଘୁନାଥ ମହାନ୍ତି । ବିଜେଡି ଛାଡ଼ିବା ପରେ ରଘୁ ଗତକାଲି ବିଜେପିରେ ମିଶିଥିଲେ । ଆଜି ବିଜେପି ତାଙ୍କୁ ବସ୍ତା ପାଇଁ ଟିକେଟ ଦେଇଛି । ଏହାବାଦ୍‌ ଆଉ ୩ଟି ଆସନରେ ମଧ୍ୟ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି । ବୁଧବାର ବିଳମ୍ବିତ ରାତିରେ ୪ଟି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଜାରି କରିଛି । ଚମ୍ପୁଆ ଆସନରେ ମୁରଲୀ ଶର୍ମାଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ଭୋଗରାଇରେ ମାନସ ମହାନ୍ତିଙ୍କୁ ମିଳିଛି ଟିକେଟ ।

ନିଆଳି ବିଧାନସଭା ଆସନ ପାଇଁ ଛବି ମଲ୍ଲିକଙ୍କୁ ବିଜେପି ମଇଦାନରେ ଓହ୍ଲାଇଛି । ଆଜିର ଘୋଷଣା ସହ ବିଜେପି ମୋଟ ୧୪୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି । ଏକମାତ୍ର କାକଟପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ବାକି ଅଛି । ଏହି ଆସନରେ ବିଜେପି ପ୍ରାର୍ଥୀ କରିଥିବା ତୁଷାରକାନ୍ତି ବେହେରା ବିଜେଡିକୁ ପଳାଇବା ପରେ ନୂଆ ପ୍ରାର୍ଥୀ ସନ୍ଧାନ ଚାଲିଛି । ସେହିପରି ଏକମାତ୍ର ଜଗତସିଂହପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । ଆଜି ବିଭୁପ୍ରସାଦ ତରାଇ କଂଗ୍ରେସ ଛାଡ଼ିବା ପରେ ସେ ବିଜେପିରେ ଯୋଗ ଦେବା ଚର୍ଚ୍ଚା ଜୋର୍‌ ଧରିଛି । ବିଜେପି ତାଙ୍କୁ ଜଗତସିଂହପୁର ଲୋକସଭା ଆସନରେ ପ୍ରାର୍ଥୀ କରିପାରେ ।

ସମ୍ବନ୍ଧିତ ଖବର