PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦ ଛାଡ଼ିଲେ ରଘୁ, ବିଜେଡିରେ ରହିଥିବା କଥା ସ୍ପଷ୍ଟ କଲେ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବାଲେଶ୍ୱର ଜିଲ୍ଲାର ହେଭିୱେଟ୍‌ ନେତା ତଥା ପୂର୍ବତନ ବିଧାୟକ ରଘୁ ମହାନ୍ତି । ପୂର୍ବାହ୍ନରେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି । ସେ ଦଳର ଉପସଭାପତି ଭାବେ ଏବେ ବି ଅଛନ୍ତି ଆଉ ଦଳ ପାଇଁ କାମ କରିବେ ବୋଲି କହିଛନ୍ତି । ପୁତ୍ର ବଧୂଙ୍କୁ ନିର୍ଯାତନା ମାମଲାରେ ଛନ୍ଦିହେବା ପରେ ବିଜେଡି ରଘୁ ମହାନ୍ତିଙ୍କୁ ମନ୍ତ୍ରୀ ପଦରୁ ବିଦା କରିବା ସହ ଦଳରୁ ବହିଷ୍କାର କରିଥିଲା । ଏମିତିକି ପାଞ୍ଚ ଥରର ବିଧାୟକ ଥିବା ରଘୁଙ୍କୁ ଦଳ ୨୦୧୪ରେ ଟିକେଟ ଦେଇନଥିଲେ । ପରେ ରଘୁ ପ୍ରତ୍ୟକ୍ଷ ରାଜନୀତିରୁ ଏକ ପ୍ରକାର ଦୂରେଇ ଯାଇଥିଲେ । ତାଙ୍କର ପାରିବାରିକ ବିବାଦର ସମାଧାନ ପରେ ଦଳ ୨୦୧୮ରେ ରଘୁଙ୍କୁ ଦଳକୁ ଫେରାଇ ଆଣିଥିଲା ।

ବିଜେଡି ସୁପ୍ରିମୋ ତାଙ୍କୁ ଉପସଭାପତି ଦାୟିତ୍ୱ ସହ ଢେଙ୍କାନାଳ ଜଲି୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିଲେ । ପରବର୍ତ୍ତୀ ସମୟରେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦ ଦିଆଯିବା ସହ କ୍ୟାବିନେଟ ପାହ୍ୟା ଦିଆଯାଇଥିଲା । ଆଜି ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ଆସନ୍ତା ନିର୍ବାଚନରେ ସେ ବିଜେଡି ଟିକେଟ୍‌ରେ ବସ୍ତାରୁ ଲଢ଼ିବାକୁ ସେ ଆଶାୟୀ ଅଛନ୍ତି । ଦଳ ତାଙ୍କୁ ବସ୍ତାରୁ ଛିଡ଼ା କରିବାକୁ ନିଷ୍ପତ୍ତି ନେଇଛି । ସେଥିପାଇଁ ସେ ଉଠାଜଳସେଚନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବୋଲି କେହି କେହି କହୁଥିବା ବେଳେ ଆଉ ଏକ ଗୋଷ୍ଠୀର କହିବା କଥା ହେଲା ରଘୁ ଟିକେଟ ପାଉନଥିବା ସୁରାକ ପାଇ ଦଳ ଉପରେ ଚାପ ପକାଇବାକୁ ଉଠା ଜଳସେଚନ ନିଗମ ପଦରୁ ଇସ୍ତଫା ଦେଇଛନ୍ତି ।

ସମ୍ବନ୍ଧିତ ଖବର