ପ୍ରମୁଖ ଖବର
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଆଜି ବିଜ୍ଞପ୍ତି: ୨୫ ଯାଏ ନାମାଙ୍କନ, ମେ ୧୩ରେ ମତଦାନ
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

କରୋନା ଭାଇରସ ଲଢ଼େଇରେ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ରାହାଣେଙ୍କ ୧୦ ଲକ୍ଷ ସହାୟତା

ନୂଆଦିଲ୍ଲୀ ୩୦/୩: କରୋନା ଭାଇରସ ଲଢ଼େଇରେ ସାମିଲ ହେବା ସହ ଭାରତର ଟେଷ୍ଟ ବ୍ୟାଟିଂ ସ୍ପେଶାଲିଷ୍ଟ ଅଜିଙ୍କ୍ୟା ରାହାଣେ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ସେ ଟ୍ୱିଟ୍‌ କରି ଏବିଷୟ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସମୁଦ୍ରକୁ ଶଙ୍ଖେ ଭଳି ମୁଁ କରୋନା ଲଢ଼େଇରେ କିଛିଟା ଯୋଗଦାନ କରିଛି । ଦେଶର କଠିନ ସମୟରେ ମୁଁ ଶ୍ରେଷ୍ଠ ଯୋଗଦାନ ଦେବା ପାଇଁ ପ୍ରସ୍ତୁତ ଅଛି । ଏହାବ୍ୟତୀତ ରାହାଣେ ଦେଶବାସୀଙ୍କୁ ସଚେତନାର ବାର୍ତ୍ତା ଦେବାକୁ ଭୁଲି ନାହାନ୍ତି । ସେ କହିଛନ୍ତି, ଏବେ ଘରେ ରୁହନ୍ତୁ, ସୁରକ୍ଷୀତ ରୁହନ୍ତୁ ।’ ଅନ୍ୟ ପକ୍ଷରେ ଝାଡ଼ଖଣ୍ଡର ଯୁବ କ୍ରିକେଟର ଈଶାନ କିଷନ ଓ ସୌରଭ ତିୱାରୀ ପ୍ରତ୍ୟେକ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଦାନ କରିଛନ୍ତି । ରାହାଣେଙ୍କ ସ୍ୱଳ୍ପ ସହାୟତା ରାଶିକୁ ନେଇ ଅନେକ ପ୍ରଶ୍ନ ଉଠାଇଥିବା ଜଣାପଡ଼ିଛି । ବିସିସିଆଇ ଜାତୀୟ ଚୁକ୍ତିରେ ସାମିଲ ଥିଲେ ମଧ୍ୟ ଏତେ କମ୍‌ ସହାୟତା ରାଶି ଦେଇଥିବାରୁ ସମାଲୋଚନାର ଶିକାର ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.