ପ୍ରସିଦ୍ଧ କବି ରାହତ ଇନ୍ଦୋରୀ କରୋନା ସଂକ୍ରମିତ, ଡାକ୍ତରଖାନାରେ ଭର୍ତ୍ତି

ମଧ୍ୟପ୍ରଦେଶ ୧୧।୮ : ପ୍ରସିଦ୍ଧ କବି ରାହତ ଇନ୍ଦୋରୀ କରୋନା ସଂକ୍ରମିତ। ରାହତ ଇନ୍ଦୋରୀ ତାଙ୍କ ଫେସବୁକ୍ ଆକାଉଣ୍ଟରେ କିଛି ସମୟ ପୂର୍ବରୁ କରୋନା ପଜିଟିଭ୍ ହେବା ବିଷୟରେ ସୂଚନା ଦେଇଛନ୍ତି। ରାହତ ଇନ୍ଦୋରୀ ତାଙ୍କ ଫେସବୁକ ଏବଂ ଟ୍ୱିଟର ଆକାଉଣ୍ଟରୁ ସୂଚନା ଦେଇ ଲେଖିଛନ୍ତି ଯେ, ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ତାଙ୍କର କରୋନା ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି।

ସେ କହିଛନ୍ତି ଯେ, ତାଙ୍କୁ ଅରବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି । ଯାହାଦ୍ୱାରା ରାହତ ଇନ୍ଦୋରୀ ଖୁବ୍‌ଶୀଘ୍ର ଏହି ରୋଗରୁ ମୁକ୍ତି ପାଇପାରିବେ ଏବଂ ହସ୍ପିଟାଲରୁ ଛୁଟି ନେଇପାରିବେ। ରାହତ ଇନ୍ଦୋରୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ କିମ୍ବା ତାଙ୍କ ପରିବାରକୁ କଲ୍‌ କିମ୍ବା ମେସେଜ୍‌ କରନ୍ତୁ ନାହିଁ । ସେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଦେବେ।

   ସମ୍ବନ୍ଧିତ ଖବର


କପିଲ ଶର୍ମାଙ୍କ ପିଛା ଛାଡୁନି ବିବାଦ : ୟୁଜର କହିଲେ, ‘ଚୁପ୍‌ଚାପ୍‌‌ କମେଡି କରନ୍ତୁ, ରାଜନୀତି କରିବାକୁ ଚେଷ୍ଟା କରନ୍ତୁ ନାହିଁ’

ପୁଣି ରାଜନୀତିରେ ରଖିବେ ପାଦ : କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ଶିବସେନାରେ ଯୋଗ ଦେବେ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର

ରାସ୍ତାରେ ଏହିଭଳି ଅନ୍ଦାଜରେ ନଜର ଆସିଲେ ରାକ୍ଷୀ ସାଓ୍ବନ୍ତ, ଭାଇରାଲ ହେଉଛି ଫଟୋ

‘ଆଦିପୁରୁଷ’ର ସୀତା ଚରିତ୍ରରେ ଅଭିନୟ କରିବେ କ୍ରିତି

ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ଟଲିଉଡ୍‌ରେ ଏଣ୍ଟ୍ରି କରିବେ ଟ୍ୟାଲେଣ୍ଟେଡ ଓଡ଼ିଆ ଅଭିନେତା ଦେବାଶିଷ