ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାହୁରେଖା ଲାଗି ନୀତି; ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ୨୧|୮: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାହୁ ରେଖା ଲାଗି ନୀତି । ପରମ୍ପରା ଅନୁସାରେ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଆଜି ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ନୀତି ଉଠିବା ପରେ ରାହୁ ରେଖା ଲାଗି ନୀତି ଅନୁଷ୍ଠିତ ହେବ । ଏନେଇ ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ଧରି ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ସଂଧ୍ୟା ୭ଟାରେ ରାହୁରେଖା ଲାଗି ନୀତି ଶେଷହେବା ପରେ ଶ୍ରୀଜିଉଙ୍କ ମହାସ୍ନାନ ହୋଇ ସର୍ବସାଧାରଣ ଦର୍ଶନ ପୁନର୍ବାର ଆରମ୍ଭ ହେବ। ସ୍ନାନପୂର୍ଣ୍ଣିମାରୁ ମହାପ୍ରଭୁଙ୍କ ଓଲାଗି ହୋଇଥିବା ସ୍ୱର୍ଣ୍ଣ ନିର୍ମିତ ରାହୁରେଖା ଅଳଙ୍କାରକୁ ପୁନର୍ବାର ଆଜି ମହାପ୍ରଭୁଙ୍କ  ଶ୍ରୀମୁଖରେ ଲାଗି ହେବ।

ସେହିଭଳି ଆସନ୍ତା ୨୩ ତାରିଖରେ ସଂଧ୍ୟା ଧୂପ ପରେ ଜନ୍ମାଷ୍ଟମୀ ନୀତି ଆରମ୍ଭ ହେବ। ଏଥିପାଇଁ ସଂଧ୍ୟା ୬ରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ଦର୍ଶନ ବନ୍ଦ ରହିବ। ରାତି ୧୧ଟା ପରେ ମହାପ୍ରଭୁ ପୁନର୍ବାର ଭକ୍ତଙ୍କୁ ଦର୍ଶନ ଦେବେ।

   ସମ୍ବନ୍ଧିତ ଖବର


ଗ୍ରାମୀଣ ଅର୍ଥନୀତିକୁ ଆତ୍ମନିର୍ଭର କରିବାକୁ ଧର୍ମେନ୍ଦ୍ରଙ୍କ ଗୁରୁତ୍ବ, ଗ୍ରାମାଞ୍ଚଳରେ ବଢିବ ଇସ୍ପାତ ଚାହିଦା…

ନଭେମ୍ବର ୧୧ ଓ ୧୨ରେ ଯୁକ୍ତ ଦୁଇ ଇନଷ୍ଟାଣ୍ଟ୍‌ ପରୀକ୍ଷା, ୧୯୦ କେନ୍ଦ୍ରରେ ୧୪ ଶହ ପରୀକ୍ଷାର୍ଥୀ ଦେବେ ପରୀକ୍ଷା…

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା; ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଥାଇ ବି ଭିତରେ ପଶିଥିଲେ ୫ଜଣ ଅଣସେବାୟତ…

ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା…

ସ୍ବାମୀର ଆକ୍ରମଣରେ ସ୍ତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ପୂଜାରେ ଦଦାବଟି ମାଗିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ, ଡିଜିପି ଜାରି କଲେ ଟୋଲ ଫ୍ରି ନମ୍ବର…