ନିର୍ବାଚନ ଖବର
  • ଧର୍ମଶାଳା ଇତିହାସ ଲେଖିଲା ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ, ପ୍ରଣବଙ୍କୁ ୪ ହଜାରରୁ ଅଧିକ ଭୋଟରେ କଲେ ପରାସ୍ତ
  • ||
  • ପୁରୀରେ ସମ୍ମାନ ରଖିଲେ ସୁନୀଲ୍, ଜିତିଲେ ବାପାଙ୍କ ପାରମ୍ପରିକ ଆସନ
  • ||
  • କଟକ ସଦରରେ ଚନ୍ଦ୍ର ସାରଥିଙ୍କ ଗଡ଼ ଭାଙ୍ଗିଲେ ପ୍ରକାଶ ଚନ୍ଦ୍ର ସେଠୀ
  • ||
  • ବ୍ରଜରାଜନଗରରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ବିଶାଳ ବିଜୟୀ, ୨୬ ହଜାରରୁ ଅଧିକ ଭୋଟରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପରାସ୍ତ
  • ||
  • ବାଙ୍କୀରେ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀଙ୍କ ବିଜୟ, ବିଜେପିକୁ ୧୬ ହଜାରରୁ ଅଧିକ ଭୋଟରେ ହରାଇଲେ
  • ||
  • ରଘୁନାଥପାଲିରେ ବିଜେପିର ବାଜିମାତ୍, ୫୭୦୯ ଭୋଟରେ ଦୁର୍ଗା ଚରଣ ତନ୍ତୀଙ୍କ ବିଜୟ
  • ||
  • ଝାରସୁଗୁଡ଼ାରେ ପଦ୍ମର ବିଜୟ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୮ ଖଣ୍ଡ ଭୋଟ୍‌ରେ ହରାଇଲେ ବିଜେପି ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ
  • ||
  • ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ
  • ||
  • ବରଗଡ଼ ଲୋକସଭା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୧୨୯ ଖଣ୍ଡ ଭୋଟ୍ ବିଜେଡି ପ୍ରାର୍ଥୀନୀ ପରିଣୀତା ମିଶ୍ରଙ୍କ ଠାରୁ ଆଗୁଆ
  • ||
  • ଜନାଦେଶ ୨୦୨୪: ୫୪୨ ଲୋକସଭା, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ବିଧାନସଭାର ମତଦାନ ଗଣତି ଆରମ୍ଭ
  • ||
  • ଓଡ଼ିଶା ଜନାଦେଶ ରାୟ: ୭୦ କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ, ପୋଷ୍ଟାଲ ବାଲଟରୁ କାଉଣ୍ଟିଂ
  • ||
  • ଆଗାମୀ ୫ ଦିନ ଭିତରେ ଓଡ଼ିଶା ପହଞ୍ଚିବ ମୌସୁମୀ, ୬ରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଟସ୍ ଜିତି ୟୁଗାଣ୍ଡାର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରୁଛି ଆଫଗାନିସ୍ତାନ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌, ଆଉ କିଛି ସମୟ ପରେ ଆରମ୍ଭ ହେବ ଗଣତି, ଇଭିଏମ୍‌ରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ
  • ||

ଖୋଲା ମଞ୍ଚରେ ବିତର୍କ ପାଇଁ ରାଜି ହେଲେ ରାହୁଲ ଗାନ୍ଧୀ, ପିଏମ୍‌ ମୋଦୀଙ୍କୁ କଲେ ଆହ୍ବାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଖୋଲା ମଞ୍ଚରେ ବିତର୍କ କରିବାର ଆହ୍ବାନକୁ ସ୍ବୀକାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ବି ଲୋକୁର, ହାଇକୋର୍ଟର ପୂର୍ବତନ ବିଚାରପତି ଏପି ଶାହ ଓ ବରିଷ୍ଠ ସାମ୍ବାଦିକ ଏନ୍ ରାମ୍ ଏକ ନିମନ୍ତ୍ରଣ ପଠାଇ ସର୍ବସମ୍ମୁଖରେ ଡିବେଟ୍ କରିବାକୁ ଏହି ଦୁଇ ନେତାଙ୍କୁ ଆମନ୍ତ୍ରଣ କରିଥିଲେ । ଆଜି ଏହି ଆମନ୍ତ୍ରଣ ରାହୁଲ ସ୍ବୀକାର କରିନେଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତର୍କ ନେଇ ସମ୍ମତି ଜଣାଇବାକୁ ଆହ୍ବାନ ଦେଇଛନ୍ତି । ତେବେ ୨୦୨୪ ନିର୍ବାଚନରେ ମୁଖ୍ୟ ବିଷୟ ଉପରେ ଆଲୋଚନା ପାଇଁ ଆହ୍ବାନ କରାଯାଇଛି। 

 ମେ ୯ ତାରିଖରେ ଲେଖାଯାଇଥିବା ଚିଠିରେ ଉଭୟ ପକ୍ଷଙ୍କ ଅଭିଯୋଗ ଉଲ୍ଲେଖ ରହିଛି । ଏହା ସହ ଖୋଲାସ୍ଥାନାରେ ଡିବେଟ କରିବା ଦ୍ବାରା ଦେଶର ଲୋକମାନେ ନିଜ ନିଜର ନେତାଙ୍କ ପାଖରୁ ସବିଶେଷ ତଥ୍ୟ ପାଇପାରିବେ।  ଏକ ନିରପେକ୍ଷ ଓ ଅଣ ବ୍ୟବସାୟିକ ସଂସ୍ଥା ମାଧ୍ୟମରେ ମୁଖ୍ୟ ନେତାଙ୍କୁ ସିଧାସଳଖ ପବ୍ଲିକ୍ ଡିବେଟ୍ ମାଧ୍ୟମରେ ଶୁଣିଲେ ଆମ ନାଗରିକମାନଙ୍କ ଲାଭ ହେବ ବୋଲି ଉପରୋକ୍ତ ୩ ବିଶିଷ୍ଟ ବ୍ୟକ୍ତି ଚିଠିରେ ଲେଖିଛନ୍ତି ।

 ଚିଠି ପାଇବାର ଦୁଇ ଦିନ ପରେ ରାହୁଲ ଗାନ୍ଧୀ ଏହି ଆମନ୍ତ୍ରଣ ସ୍ବୀକାର କରିଛନ୍ତି । ସେ କିମ୍ବା ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଡିବେଟ୍ କରିବାକୁ ରାଜି ଅଛନ୍ତି ବୋଲି ରାହୁଲ କହିଛନ୍ତି । ସେ କହିଛନ୍ତି ‘ମୁଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଆପଣଙ୍କ ନିମନ୍ତ୍ରଣ ବିଷୟରେ ଆଲୋଚନା କରିଛି। ଆମେ ମଧ୍ୟ ଏହା ସ୍ବୀକାର କରୁଛି ଯେ ଏଭଳି ଖୋଲା ବିତର୍କ ଲୋକମାନଙ୍କୁ ଆମର ଦୂରଦୃଷ୍ଟି  ସଂପର୍କରେ ଜାଣିବାର ସାହାୟକ ହେବ । ସେମାନଙ୍କୁ ନିଜ ପସନ୍ଦ ବାଛିବାର ସକ୍ଷମ କରିବ।’   

ରାହୁଲ ଆହୁରି କହିଛନ୍ତି ଯେ, ପ୍ରମୁଖ ଦଳଗୁଡିକ ନିର୍ବାଚନ ଲଢ଼ୁଥିବାରୁ ଲୋକମାନଙ୍କର ବି ସେମାନଙ୍କ ନେତାଙ୍କ ଠାରୁ ସିଧାସଳଖ ଶୁଣିବାର ହକ୍ ରହିଛି । ତେଣୁ ମୁଁ କିମ୍ବା କଂଗ୍ରେସ ଅଧ୍ୟକ୍ଷ ଏହି ଡିବେଟ୍‌ରେ ଯୋଗ ଦେଇ ଖୁସି ଅନୁଭବ କରିବୁ। ଯଦି ପ୍ରଧାନମନ୍ତ୍ରୀ ଏଥିରେ ଭାଗ ନେବାକୁ ରାଜି ହୁଅନ୍ତି ତେବେ ତର୍କ ବିଷୟରେ ସମ୍ପୂର୍ଣ୍ଣ କଥା ଓ ଏହାର ଫର୍ମାଟ୍ ବିଷୟରେ ଆଲୋଚନା କରାଯାଇପାରେ। 

  • Rahul Gandhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.