ରାହୁଲ ଗାନ୍ଧୀ ଗିରଫ, ପୋଲିସ-କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ବେଳେ ତଳେ ପଡିଗଲେ ରାହୁଲ ଗାନ୍ଧି, ହାଥରସ୍ ଯିବା ପୂର୍ବରୁ ରାହୁଲ-ପ୍ରିୟଙ୍କା ଗିରଫ

ହାଥରସ୍,୧।୧୦: ଉତ୍ତର ପ୍ରଦେଶର ହାଥରସ୍ ଗଣଦୁଷ୍କର୍ମ ମାମଲାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ବିରୋଧ ଜାରି ରହିଛି। ଗୁରୁବାର ଦିଲ୍ଲୀରୁ ହାଥରସ୍ ଅଭିମୁଖେ ଯାତ୍ରା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାକୁ ୟୁପି ପୋଲିସ ଅଟକ ରଖିଛି। ଗ୍ରେଟର ନୋଏଡାର ଆଖପାଖରେ ୟୁପି ପୋଲିସ ଓ କଂଗ୍ରେସ କର୍ମୀଙ୍କ ଭିତରେ ହାତାହାତି ହୋଇଥିଲା। ଏହି ସମୟରେ ଧସ୍ତାଧସ୍ତି ବେଳେ ରାହୁଲ ଗାନ୍ଧି ତଳେ ପଡିଯାଇଥିଲେ। ଏହାପରେ ରାହୁଲ ଗାନ୍ଧୀଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଛି ।

ଗୁରୁବାର ମଧ୍ୟାହ୍ନ ଦିଲ୍ଲୀରୁ କିଛି ଦୂରରେ ଯେତେବେଳେ ଦୁଇ ନେତା ଗ୍ରେଟର ନୋଏଡା ନିକଟରେ ପହଁଞ୍ଚିଥିଲେ, ପୋଲିସ ତାଙ୍କୁ ସେଠାରେ ରୋକି ଦେଇଥିଲା। ଏହାପରେ ରାହୁଲ ଓ ପ୍ରିୟଙ୍କା ହଜାର ହଜାର କର୍ମୀଙ୍କ  ସହ ହାଥରସ୍ ଅଭିମୁଖେ ଗସ୍ତ କରିଥିଲେ। ଉଲ୍ଲେଖନୀୟ ଯେ, ପ୍ରଶାସନ ହାଥରସର ସୀମାକୁ ସିଲ୍ କରିବା ସହ ୧୪୪ ଧାରା ଲଗାଇ ଦେଇଛି।

ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ଏବେ ରାହୁଲ ଓ ପ୍ରିୟଙ୍କାଙ୍କୁ ପୋଲିସ ଗିରଫ ଅଲଗା ଅଲଗା ସ୍ଥାନକୁ ନେଇଯାଇଛି। ଅନ୍ୟପକ୍ଷେ କଂଗ୍ରେସ କର୍ମୀ ଓ ୟୁପି ପୋଲିସ ଭିତରେ ସଂଘର୍ଷ ହେବାପରେ ପୋଲିସ ଲାଠିଚାର୍ଜ କରିଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ପୋଲିସ ସହ ଧସ୍ତାଧସ୍ତି ବେଳେ ରାହୁଲ ଗାନ୍ଧି ତଳେ ପଡିଯାଇଥିଲେ ଓ ପୋଲିସ ତାଙ୍କ ଉପରେ ଲାଠିଚାର୍ଜ କରିଥିଲା।

   ସମ୍ବନ୍ଧିତ ଖବର


ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ହାଇଦ୍ରାବାଦର ଆଇନ ଛାତ୍ରୀ ୪୦୪୨ ଚାଉଳରେ ଲେଖିଲେ ଭଗବତ୍ ଗୀତା, ଲାଗିଲା ଏତେ ସମୟ

WHO ମୁଖ୍ୟ ହିନ୍ଦୀରେ ଟୁଇଟ କରି ଭାରତକୁ ଧନ୍ୟବାଦ ଦେଲେ, ଜାଣନ୍ତୁ କ’ଣ..

ଫ୍ଲିଫକାର୍ଟ କରିଦେଉଛି ଭାଗ୍ୟଶାଳୀ, ମାତ୍ର ୩ ଦିନ ଭିତରେ କୋଟିପତି ହେଲେଣି ୭୦ ଜଣ ଲୋକ…

କରୋନା କଟକଣାକୁ ଫୁ… ଭିଡିଓ ଭାଇରାଲ

ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ