PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ନାକଟିଦେଉଳରେ ଭାଲୁ ଆକ୍ରମଣରେ ୨ ଚାଷୀ ଗୁରୁତର
  • ||
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ବରଗଡ଼ରେ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ରାହୁଲ: କଂଗ୍ରେସ ଯାହା କହେ, କରେ

ଭୁବନେଶ୍ୱର/ବରଗଡ଼,୧୫ା୩(ବ୍ୟୁରୋ/ଆପ୍ର): କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାରେ ଛତିଶଗଡ଼ ଭଳି ଉନ୍ନତି ହେବ । ସେଠାରେ ଯେମିତି କୃଷି ଋଣ ଛାଡ଼ ହୋଇଛି, ସେମିତି ଓଡ଼ିଶାରେ ମଧ୍ୟ କୃଷି ଋଣ ଛାଡ଼ କରାଯିବ । ଛତିଶଗଡ଼ ଭଳି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬ଶହ ଟଙ୍କାକୁ ବଢ଼ିବ ବୋଲି କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ କହିଛନ୍ତି । ତେବେ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ପାଇଁ ଓଡ଼ିଶାର ଉନ୍ନତି ହୋଇପାରିନାହିଁ ବୋଲି କହି ରାହୁଲ ଉଭୟ ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଛନ୍ତି ।
ବରଗଡ଼ଠାରେ ଶୁକ୍ରବାର ଅପରାହ୍ଣରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି, କଂଗ୍ରେସ ଦେଶକୁ ଯୋଡ଼ିବାକୁ ଚେଷ୍ଟା କରୁଛି । ପ୍ରତି ଗ୍ରାମକୁ ସହର ସହିତ, ସହରକୁ ରାଜ୍ୟ ରାଜଧାନୀ ଏବଂ ଦେଶର ରାଜଧାନୀ ସହିତ ଯୋଡ଼ିବାର ପ୍ରଚେଷ୍ଟା ଜାରି ରଖିଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ସରକାର ଦେଶକୁ ଜାତି, ଧର୍ମ ନାମରେ ବିଭାଜନ କରିବାର ଅପଚେଷ୍ଟା କରୁଛନ୍ତି ବୋଲି ରାହୁଲ କହିଛନ୍ତି । କଂଗ୍ରେସ ଯାହା କହେ, କରେ ।
ସେହିପରି ରାହୁଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ପ୍ରସଙ୍ଗରେ ତୀବ୍ର ସମାଲୋଚନା କରି କହିଲେ, ଏକଦା ବରଗଡ଼କୁ ଓଡ଼ିଶାର ଭାତହାଣ୍ଡି ବୋଲି କୁହାଯାଉଥିଲା । ଏବେ କିନ୍ତୁ ଏଠି ଚାଷୀ ଆତ୍ମହତ୍ୟା କରୁଛି । ଏମିତି ଗୋଟିଏ ଦିନ ନାହିଁ, ଯେଉଁ ଦିନ ଓଡ଼ିଶା କିମ୍ୱା ଭାରତର କୌଣସି ସ୍ଥାନରେ ଚାଷୀ ଆତ୍ମହତ୍ୟା କରୁନାହାନ୍ତି । ନବୀନ କ୍ଷମତାକୁ ଆସିବା ପୂର୍ବରୁ ଓଡ଼ିଶାରେ ଶୀତଳଭଣ୍ଡାର ସ୍ଥାପନ, ସମସ୍ତଙ୍କୁ ପିଇବା ପାଣି ଯୋଗାଣ ଆଦି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତାହା ପୂରଣ କରାଗଲା ନାହିଁ । ନବୀନ ପ୍ରତିବର୍ଷ ଓଡ଼ିଶାରେ ୨ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ଓଡ଼ିଶା ବେରୋଜଗାରୀର କେନ୍ଦ୍ରସ୍ଥଳ ପାଲଟିଛି । ଓଡ଼ିଶାର ଯୁବକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ସେହିପରି ନରେନ୍ଦ୍ର ମୋଦି ତାଙ୍କ ଭାଷଣରେ କୃଷକଙ୍କ କଥା କହୁଛନ୍ତି । ଅଥଚ ସେ କୃଷକଙ୍କ ପାଇଁ କିଛି କରୁନାହାନ୍ତି । ବରଂ ଦେଶର ୧୫-୨୦ ଜଣ ସବୁଠାରୁ ଧନୀ ବ୍ୟକ୍ତିଙ୍କର ୩.୫ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରିଛନ୍ତି ।
ଅପରପକ୍ଷେ କଂଗ୍ରେସ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶରେ ନିର୍ବାଚନ ପୂର୍ବରୁ କୃଷିଋଣ ଛାଡ, ଧାନର ସହାୟକ ମୂଲ୍ୟ ବୃଦ୍ଧି ଏବଂ ଆଦିବାସୀ, କୃଷକଙ୍କ ଜମି ଅଧିକାରକୁ ସୁରକ୍ଷିତ ରଖିବାର ତିନିଟି ପ୍ରତିଶ୍ରୁତି ଦେଇଥିଲା । ଯାହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି । ଅଥଚ ପ୍ରଧାନମନ୍ତ୍ରୀ ଲୋକସଭା ଏବଂ ରାଜ୍ୟସଭାରେ ତିନିଥର ଜମି ଅଧିଗ୍ରହଣ ବିଲ୍‌କୁ ରଦ୍ଦ କରିବା ଏବଂ ସେଥିରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛନ୍ତି ।
ତେବେ ରାହୁଲ କେବେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମାକରିବା କିମ୍ବା ବର୍ଷକୁ ୨ କୋଟି ନିଯୁକ୍ତି ଦେବାର ମିଛ ପ୍ରତିଶ୍ରୁତି ଦେଇନାହାନ୍ତି ବୋଲି ଜୋର୍‌ ଦେଇ କହିଛନ୍ତି । କଂଗ୍ରେସ ଯାହା କହିବ, ତାହାକୁ କାର୍ଯ୍ୟକାରୀ କରିବ ବୋଲି ଯୁକ୍ତି ଦର୍ଶାଇଥିଲେ । ସେ କହିଲେ, ମୋଦି ନିଜକୁ ଦେଶର ଚୌକିଦାର ବୋଲି କହୁଛନ୍ତି । କିନ୍ତୁ ରାଫେଲ୍‌ ଚୁକ୍ତିରେ ସେ ବିରାଟ ଦୁର୍ନୀତି କରିଛନ୍ତି । ଓଡ଼ିଶାର ଶିକ୍ଷା, ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଥିବାବଳେ ବିଜେଡି ଓ ବିଜେପି ଏହି ଦୁଇ କ୍ଷେତ୍ରର ଘରୋଇକରଣକୁ ପ୍ରୋତ୍ସାହିତ କରୁଥିବା ରାହୁଳ ଅଭିଯୋଗ କରିଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ସର୍ବନିମ୍ନ ଖର୍ଚ୍ଚରେ ଉଚ୍ଚଶିକ୍ଷା ସହିତ ସ୍ୱାସ୍ଥ୍ୟ ଅଧିକାର ପ୍ରଦାନ କରାଯିବ । ଓଡ଼ିଶାକୁ ୫/୬ ଜଣ ଅଫିସର ଚଳାଉଥିବାବଳେ ନବୀନ ମୋଦିଙ୍କ ରିମୋଟ କଣ୍ଟ୍ରୋଲ୍‌ରେ ପରିଚାଳିତ ହେଉଛନ୍ତି । ଗବର ସିଂ ଟାକ୍ସ (ଜିଏସ୍‌ଟି) କାର୍ଯ୍ୟକାରୀ କରି ମୋଦି ସରକାର କୋଟିକୋଟି ଲୋକଙ୍କର ଦାନାପାଣି ଛଡାଇନେଲେ । କଂଗ୍ରେସ କ୍ଷମତାକୁ ଆସିଲେ ଜିଏସ୍‌ଟିରେ ସଂସ୍କାର ଆଣିବ । ଓଡ଼ିଶାରେ ୫ ହଜାର କୋଟି ଟଙ୍କାର ଚିଟ୍‌ଫଣ୍ଡ୍‌ ଦୁର୍ନୀତି ଏବଂ ୫୦ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି । କଂଗ୍ରେସ ସରକାର ଗଠନ କଲେ ଏ ବାବଦରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଲେ, ରାଜ୍ୟ ମୁଖ୍ୟମନ୍ତ୍ରୀ ଗତ ୧୮ ବର୍ଷ ମଧ୍ୟରେ ଚାଷୀଙ୍କ ପାଇଁ ଟଙ୍କାଟିଏ ଦେଇନାହାନ୍ତି । ଅଥଚ ନିର୍ବାଚନ ପୂର୍ବରୁ ଚାଷୀଙ୍କ ନାଁରେ ‘କାଳିଆ’ ଯୋଜନା କରି ଲୋକଙ୍କ ଆକାଉଣ୍ଟ୍‌କୁ ଟଙ୍କା ପଠାଉଛନ୍ତି । ବରଗଡ ଅଞ୍ଚଳରେ ୪୧ଜଣ ଚାଷୀ ଆତ୍ମହତ୍ୟା କରିଥିବା ସେ ପ୍ରକାଶ କରିଥିଲେ । କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣଛାଡ ସହିତ ସେମାନଙ୍କୁ ସୌରଶକ୍ତିଚାଳିତ ପମ୍ପସେଟ୍‌ ପ୍ରଦାନ ଏବଂ ୫ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯିବ ବୋଲି ନିରଞ୍ଜନ କହିଥିଲେ । ରାଜ୍ୟରେ ଶୀତଳଭଣ୍ଡାର ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ ସହିତ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ରାହୁଳ ଗାନ୍ଧୀ ପ୍ରତିଶ୍ରୁତି ଦେଇଥିବା ସେ କହିଥିଲେ । ଏଥିସହିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଫାଇନାନ୍ସ କମିଶନ ଏବଂ ବେକାର ଯୁବଗୋଷ୍ଠୀଙ୍କ ପାଇଁ ମାସିକ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଦିଆଯିବା ସହିତ ବରବଡ ଅଞ୍ଚଳରେ ସୁପର ସ୍ପେଶାଲିଟି କ୍ୟାନସର୍‌ ଚିକିତ୍ସା ହସପିଟାଲ୍‌ ସ୍ଥାପନ କରାଯିବ ବୋଲି ନିରଞ୍ଜନ ପ୍ରତିଶ୍ରୁତି ଦେଇଛନ୍ତି ।