PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ମେନକା ଗାନ୍ଧି କହିଲେ,ରାହୁଲ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୮।୪: ଲୋକସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ତଥା ତାଙ୍କ ପୁତୁରା ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ଏକ ବଡ ଧରଣର ମନ୍ତବ୍ୟ ଦେଇଛନ୍ତି। ମେନକା କହିଛନ୍ତି ରାହୁଲ ଗାନ୍ଧି କେବେ ବି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ, କାରଣ ସେ ଏବେ ନିର୍ବାଚନ ଜିତିପାରିବେନି। ସୁଲତାନପୁରରେ ଏଥର ମେନକା ଟିକେଟ୍ ପାଇଛନ୍ତି।  ସେଠାରେ ନିଜର ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ଏଭଳି କହିଛନ୍ତି ମେନକା।

ଉଲ୍ଲେଖନୀୟ ଯେ ରାହୁଲ ଏଥର ଉତ୍ତର ପ୍ରଦେଶର ଆମେଥି ସହିତ କେରଳର ଓ୍ବାଇନାଡରୁ ନିର୍ବାଚନ ଲଢୁଛନ୍ତି। ସୁଲତାନପୁରରେ ନିଜର ନିର୍ବାଚନୀ ଗସ୍ତର ୮ମ ଦିନରେ  ରାହୁଲଙ୍କ ସହିତ ବିରୋଧୀ ଦଳକୁ ସମାଲୋଚନା କରିଥିଲେ ମେନକା। ମାୟାବତୀ ଟଙ୍କା ନେଇ ଟିକେଟ୍ ଦିଅନ୍ତି ବୋଲି ମେନକା ତାଙ୍କର ନିର୍ବାଚନୀ ରାଲିରେ କହିଛନ୍ତି।

ଏହା ପୂର୍ବରୁ ସୁଲତାନପୁରରେ ମେନକାଙ୍କୁ ଯେତେବେଳେ ପଚରା ଯାଇଥିଲା ସେ କ’ଣ ଆମେଥିରେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିବେ? ଏହାର ଉତ୍ତରରେ ସେ କହିଥିଲେ ବିଜେପି ତାଙ୍କୁ ଯେଉଁଠାରୁ କହିବ ସେଠାରୁ ସେ ନିର୍ବାଚନ ପ୍ରଚାର କରିବେ। ଉଲ୍ଲେଖନୀୟ ଯେ, ଆମେଥିରେ ବିଜେପିର କେନ୍ଦ୍ରମନ୍ତ୍ରୀ ସୃତି ଇରାନୀ ନିର୍ବାଚନୀ ଲଢୁଛନ୍ତି। ଗତ ଥର  ସେ  ଏଠାରୁ ନିର୍ବାଚନ ଲଢିଥିଲେ, କିନ୍ତୁ ରାହୁଲ ଗାନ୍ଧିଙ୍କ ଠାରୁ ହାରିଯାଇଥିଲେ। ଏଥର ବିଜେପି ୟୁପିରେ ମେନକା ଗାନ୍ଧି ଓ ତାଙ୍କ ପୁଅ ବରୁଣ ଗାନ୍ଧିଙ୍କ ଆସନ ଅଦଳ ବଦଳ କରିଦେଇଛି। ମେନକା ସୁଲତାନପୁରରୁ ଏବଂ ତାଙ୍କ ପୁଅ ବରୁଣ ଗାନ୍ଧି ପିଲଭିତରୁ ନିର୍ବାଚନ ଲଢିବେ।

ସମ୍ବନ୍ଧିତ ଖବର