PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ରାହୁଲଙ୍କ ମିଶନ ଓଡିଶା: ନିର୍ବାଚନୀ ପ୍ରଚାର ପାଇଁ ୨ ଥର ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର ୧୩।୪: ରାଜ୍ୟରେ ବିଜେଡି ଓ ବିଜେପିର ଘମାଘୋଟ ପ୍ରଚାର ଚାଲିଛି। ବିଜେପିର ତୁଙ୍ଗ ନେତାମାନେ ଜଣକ ପରେ ଜଣେ ଓଡ଼ିଶା ଗସ୍ତରେ ଆସୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକା ସମ୍ଭାଳିଛନ୍ତି ଦଳୀୟ ନିର୍ବାଚନ ପ୍ରଚାର ମଙ୍ଗ। କିନ୍ତୁ ରାଜ୍ୟ କଂଗ୍ରେସ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର ନିମନ୍ତେ କେନ୍ଦ୍ରୀୟ ନେତା ତଥା ତାରକା ପ୍ରଚାରକଙ୍କ ଆଗମନ ପ୍ରସଙ୍ଗ ଦଳୀୟ କର୍ମୀମାନଙ୍କୁ ହତାଶ କରିଦେଇଛି। ତେବେ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଚଳିତ ସାଧାରଣ ନିର୍ବାଚନରେ ଆଉ ଦୁଇଥର ଆସିବାର କାର୍ଯ୍ୟକ୍ରମ ରହିଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି।

ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ସୂଚନାନୁଯାୟୀ ଆସନ୍ତା ୧୫ ତାରିଖରେ ଚଳଚ୍ଚିତ୍ର ଅଭିନ୍ରେତୀ ବିଜୟାଶାନ୍ତି କଟକ ଆସିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ସେହିପରି ଉତ୍ତର ପ୍ରଦେଶ କଂଗ୍ରେସ ନେତା ତଥା ଅଭିନେତା ରାଜ ବବ୍‌ର, ଶତ୍ରୁଘ୍ନ ସିଂହ୍ନା, ଅଭିନେତ୍ରୀ ନଗ୍‌ମା ପ୍ରମୁଖ କଂଗ୍ରେସର ପ୍ରଚାର ଅଭିଯାନରେ ସାମିଲ ହେବେ ବୋଲି ସେ କହିଛନ୍ତି। ସେମାନଙ୍କର ଗସ୍ତ ତାରିଖ ଦିନେ ଦୁଇଦିନ ମଧ୍ୟରେ ଚୂଡ଼ାନ୍ତ ହେବ। ତେବେ ପ୍ରିୟଙ୍କା ଗାନ୍ଧୀଙ୍କୁ ଓଡ଼ିଶା ଆସିବାକୁ ପିସିସି ପକ୍ଷରୁ ଏଆଇସିସିକୁ ଅନୁରୋଧ କରାଯାଇଛି। ବାଲେଶ୍ବର, ଆନନ୍ଦପୁର, ଜଗତ୍‌ସିଂହପୁର ଆଦି ଅଞ୍ଚଳକୁ ରାହୁଲ ଗସ୍ତ କରିବା ପାଇଁ ଅନୁରୋଧ କରାଯାଇଛି। ଦିନେ କି ଦୁଇଦିନ ମଧ୍ୟରେ ତାଙ୍କ ଗସ୍ତ ତାରିଖ ଓ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।